1. କୃଷି ଖବର

କିପରି କରିବେ ମିଲେନିୟର ଫାର୍ମର୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଁ ପଞ୍ଜିକରଣ ?

କୃଷି ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l କୃଷି ଅଭିବୃଦ୍ଧିରେ ସକ୍ରିୟ ସହଯୋଗ କରିଥାଏ | ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ସାହାଯ୍ୟ କରିଛି l ଚାକିରୀ ଛାଡି ଅନେକ ଯୁବକ ଯୁବତୀ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି l

Tanushree Mahapatra
Tanushree Mahapatra
Millionaire farmer of india registration procedure

Millionaire farmer of india registration procedure

ଯେପରି ଆମେ ସମସ୍ତେ ଜାଣିଛେ, କୃଷି ହେଉଛି ଦେଶର ଅର୍ଥନୀତିରେ ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l କୃଷି ଦେଶରେ ଅଭିବୃଦ୍ଧିରେ ସକ୍ରିୟ ସହଯୋଗ କରୁଛି | ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ସମ୍ପୂର୍ଣ୍ଣ ସାହାଯ୍ୟ କରୁଛି l ଏବେ ଅନେକ ଯୁବପିଢ଼ି ଏବଂ ଅବସରପ୍ରାପ୍ତ କର୍ମଚାରୀ ଚାକିରୀ ଛାଡି ନିକାଜୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି l ଯାହାଦ୍ୱାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି l ଏବେ ଏହି କୃଷି ଜଗତରେ ୨୭ ବର୍ଷ ହେବ ପାଦ ରେ ପାଦ ମିଶାଇ ଚାଲୁଛି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା l

ଏହି କୃଷି ଜାଗରଣ ସଂସ୍ଥା ପ୍ରାୟତଃ ୨୩ ଟି ରାଜ୍ୟରେ ଏବଂ ୧୨ ଟି ଭାଷାରେ ନିଜ କାର୍ଯ୍ୟ ଜାରି ରଖିଛି l କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୭ ବର୍ଷ ହେବ ଏହି ସଂସ୍ଥା ନିଜ କାର୍ଯ୍ୟ ଜାରି ରଖିଛି, ଯାହାକି ଅତି ପ୍ରଶଂସନୀୟ । 

କୃଷି ଜାଗରଣ ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ କୃଷି ମେଳା ଆୟୋଜନ କରି ସଫଳତା ମଧ୍ୟ ହାସଲ କରିଛି l ସେହିପରି ଏବେ ଆଉ ଏକ କୃଷି ମହାକୁମ୍ଭ ଆୟୋଜନ କରିବାକୁ ଯାଉଛି କୃଷି ଜାଗରଣ l ଯେପରି ଆମେ ଜାଣିଛୁ , ପ୍ରତିବର୍ଷ ଅନେକ ବର୍ଗର ପୁରସ୍କାର ପ୍ରଦାନ କରାଯାଇଥାଏ l ତେବେ କୃଷକଙ୍କୁ ଏ ପର୍ଯ୍ୟନ୍ତ କୌଣସି ପୃଥକ ପୁରସ୍କାର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିନାହିଁ l ଏହି କଥାକୁ ଆଲୋକପାତ କରି କୃଷି ଜାଗରଣ ଡିସେମ୍ବର ମାସରେ ଏକ ବଡ ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି l ଯେଉଁଥିରେ ଦେଶ କୋଣ ଅନୁକୋଣରୁ ଅନେକ ହଜାର ହଜାର ଚାଷୀ ଏଥିରେ ନିଜର ଯୋଗଦାନ ଦେବେ l ଏହି ମେଗା ଇଭେଣ୍ଟ ତଥା କୃଷି ମହାକୁମ୍ଭ ଜରିଆରେ ଦେଶର କୋଟିପତି କୃଷକଙ୍କୁ ସମ୍ମାନିତ କରାଯିବ l ଯାହାଙ୍କୁ ଦେଖି ଅନ୍ୟ କୃଷକମାନେ ଚାଷ ପ୍ରତି ଆହୁରି ଅଧିକ ରୁ ଅଧିକ ପ୍ରୋତ୍ସାହିତ ହେବେ l

ତେବେ ବିଭିନ୍ନ ବର୍ଗର ଚାଷକାର୍ଯ୍ୟ କରୁଥିବା ଚାଷୀ ଏହି କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରିବେ l ସଂସ୍ଥା ଦ୍ୱାରା ପ୍ରକାଶିତ ପଞ୍ଜିକରଣ ଲିଙ୍କ ଜରିଆରେ ଚାଷୀ ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ପାଇ ପାରିବେ l ଏହି ଆର୍ଟିକଲ ମଧ୍ୟରେ ତଥ୍ୟ ପ୍ରଦାନ କରାଯାଇଛି l ତେବେ ଏହି ଆୱାର୍ଡ କାର୍ଯ୍ୟକ୍ରମଟି ଚଳିତ ବର୍ଷ ଡ଼ିସେମ୍ବର ମାସ ୬ ତାରିଖ ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ l ଚାଷୀଙ୍କ ପାଇଁ ପ୍ରଦାନ କରାଯାଇଥିବା ଯୋଗ୍ୟତା ଅନୁଯାୟୀ ପଞ୍ଜିକରଣରେ ସଠିକ ତଥ୍ୟ ପ୍ରଦାନ କରିବେ ଚାଷୀ l ତେବେ ଆୟୋଜିତ ହେବାକୁ ଯାଉଥିବା ଏହି  'ମିଲେନିୟର ଫାର୍ମର୍ ଅଫ୍ ଇଣ୍ଡିଆ ଆୱାର୍ଡ' ରେ ନିଜକୁ ସାମିଲ କରନ୍ତୁ l ଏହି ସୁବର୍ଣ୍ଣ ସୁଯୋଗକୁ ଆଦୌ ହାତଛଡା କରନ୍ତୁ ନାହିଁ l

ଆଜି ହିଁ ଏଥିପାଇଁ ଆବେଦନ କରନ୍ତୁ ଏବଂ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ବିବେଚିତ କରନ୍ତୁ l ତେବେ ଆପଣ କିପରି ପଂଜିକୃତ କରିବେ ନିଜକୁ ? ସେ ନେଇ ନିମ୍ନଲିଖିତ ଆର୍ଟିକଲରେ ତଥ୍ୟ ପ୍ରଦାନ କରାଯାଇଛି ନିମ୍ନରେ l ପଞ୍ଜିକରଣ ସମୟରେ କୌଣସି ସମସ୍ୟା ହେଲେ ଆପଣ ପ୍ରଦାନ କରାଯାଇଥିବା ନମ୍ବର ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିପାରିବେ l

ପଞ୍ଜୀକରଣ ଏବଂ ନାମାଙ୍କନ ପାଇଁ ନିମ୍ନ ଲିଙ୍କରେ କ୍ଲିକ୍ କରନ୍ତୁ:
https://millionairefarmer.in/or/nominate-for-mfoi/

For more details Contact :
Harsh Kapoor : 9891724466
Parikshit Tyagi : 9891334425

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments