1. କୃଷି ଖବର

MFOI 2024: ମୂଳା ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ମିଲେନିୟର୍ ମୂଳା ଚାଷୀଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ପାଇଁ ନିଜକୁ ପ୍ରୟୋଜକ ଭାବେ ସାମିଲ କରିଛି Somani Kanak Seedz Pvt Ltd l

Tanushree Mahapatra
Tanushree Mahapatra
Millionaire radish Farmers of India 2024

Millionaire radish Farmers of India 2024

ମୂଳା, ମୂଳ ଜାତୀୟ ପରିବା ମଧ୍ୟରେ ଅନ୍ୟତମ l ମୂଳା ଚାଷ କରିବାକୁ କିନ୍ତୁ ଚାଷୀ ଇଛା ପ୍ରକାଶ କରୁନାହାନ୍ତି କାରଣ ଏହା ଚାହିଦା ରହିଥିଲେ ସୁଦ୍ଧା ଉଚିତ ଦର ମିଳିପାରୁନାହିଁ l ଓଡିଶାରେ ବିଭିନ୍ନ ଜିଲ୍ଲାରେ ଏହା ଚାଷ କରାଯାଉଛି କିନ୍ତୁ ବ୍ୟବସାୟିକ ଭିତ୍ତିରେ ଚାଷ କରିବାକୁ ଚାଷୀ ଇଛା କରୁନାହାନ୍ତି l ଉଚିତ ଦର ମିଳୁନଥିବା ସମୟରେ ଚାଷ ପାଇଁ ଅଧିକ ପରିଶ୍ରମ କରୁଛନ୍ତି ଚାଷୀ l

ତେବେ ଏହି ମୂଳା ଚାଷୀଙ୍କୁ ମୂଳା ଚାଷ ପାଇଁ ଅଧିକ ଉତ୍ସାହିତ କରିବାକୁ ଯାଇ ଦିଲ୍ଲୀସ୍ଥିତ କୃଷି ଜାଗରଣ ସଂସ୍ଥା l ନିକଟରେ ମୂଳା ଚାଷୀଙ୍କ ପାଇଁ ଏକ ବିଶେଷ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ କରାଯାଇଥିଲା l ଯେଉଁଥିରେ ବିଶେଷ କରି ମୂଳା ଏବଂ ମୂଳା ଚାଷକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା l

ଗତବର୍ଷ ଅର୍ଥାତ ୨୦୨୩ କୃଷି ଜାଗରଣ ସଂସ୍ଥା ଏକ ବଳିଷ୍ଠ ପଦକ୍ଷେପ ନେଇଥିଲା l ଯାହା କୃଷି ଜଗତରେ ଆଣିଥିଲା ଏକ ବୈପ୍ଲବିକ ପରିବର୍ତ୍ତନ l ଅନେକ ଚାଷୀଙ୍କୁ ଦେଇଥିଲା ନୂଆ ପରିଚୟ l ଦେଶର କୋଣ ଅନୁକୋଣରୁ ଚାଷୀଙ୍କୁ କରିଥିଲା ସମ୍ମାନିତ l ଚାଷୀ ସମ୍ମାନିତ ହୋଇଥିବା ସେହି କାର୍ଯ୍ୟକ୍ରମର ନାମ ଥିଲା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩  " l ଯାହାର ମୁଖ୍ୟ ପ୍ରୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟର୍ସ l ୩ ଦିନ ଧରି ଚାଲିଥିଲା ପୁସା ମେଳା ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ  l ଯେଉଁଠି ଦେଶର ହଜାର ହଜାର ଚାଷୀଙ୍କ ସହିତ କୃଷି ଶିଳ୍ପପତି ମଧ୍ୟ ନିଜର ମୂଲ୍ୟବାନ ସହଯୋଗ ପ୍ରଦାନ କରିଥିଲେ l

ସେହିପରି ଏହି କାର୍ଯ୍ୟକ୍ରମର ୨ୟ ସଂସ୍କରଣ ମଧ୍ୟ ଚଳିତ ବର୍ଷ ଡିସେମ୍ବର ମାସ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି l ଚଳିତ ବର୍ଷ ୩୦୦ କାଟେଗୋରୀରୁ ଅଧିକ ଚାଷୀଙ୍କୁ ସମ୍ମାନିତ କରିବା ପାଇଁ ପଦକ୍ଷେପ ନେଇଛି କୃଷି ଜାଗରଣ ସଂସ୍ଥା ଯେଉଁଥିରେ ସାମିଲ ରହିଛି ମିଲେନିୟର୍ ମୂଳାଚାଷୀ କାଟେଗୋରୀ l ନିକଟରେ ମୂଳା ଚାଷୀଙ୍କ ପାଇଁ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ କରିଥିଲା କୃଷି ଜାଗରଣ l ଯେଉଁଥିରେ ମୂଳାର " HY RADISH X-35 " ବ୍ରିଡକୁ ଗୁରୁତ୍ତ୍ୱାରୋପ ପ୍ରଦାନ କରାଯାଇଥିଲା l SOMANI SEEDZ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୂଳାର ଏହି ବ୍ରିଡ ଖୁବ କମ ଦିନରେ ଚାଷୀଙ୍କୁ ଅର୍ଥ ଲାଭ ଦେବ l ତେବେ ମିଲେନିୟର୍ ମୂଳା ଚାଷୀଙ୍କୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ପାଇଁ ନିଜକୁ ପ୍ରୟୋଜକ ଭାବେ ସାମିଲ କରିଛି Somani Kanak Seedz Pvt Ltd l ତେବେ ଡେରି ନ କରି ଯଦି ଆପଣ ଜଣେ ମୂଳା ଚାଷୀ ଏବଂ ଆପଣ ବର୍ଷକୁ ୧୦ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ତେବେ ଆଜି ହିଁ ଏଥିପାଇଁ ପଞ୍ଜିକରଣ କରନ୍ତୁ l ନିମ୍ନରେ ଲିଙ୍କ ପ୍ରଦାନ କରାଯାଇଛି –

https://docs.google.com/forms/d/e/1FAIpQLSf_ZLBE20AetdlJqulE0mKQK3XDJlPBUha1W6-_l8MrCtXJZw/viewform

ଅଧିକ ପଢ଼ନ୍ତୁ

PM Surya Ghar Yojana: ସୃଷ୍ଟି କରିବ ଏକ ଲକ୍ଷ ନୂଆ ନିଯୁକ୍ତି

ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ: ୧ ରୁ ୩ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ