ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି । ମାସକୁ ୬୦,୦୦୦ ହିଁ ଦରମା ପାଇବେ ।
ବିଜ୍ଞାପନ ଅନୁଯାୟୀ, କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ଭାବେ ନିଯୁକ୍ତି ପାଇବା ବ୍ୟକ୍ତି ମାସକୁ ୬୦,୦୦୦ ହିଁ ଦରମା ପାଇବେ । ଆବେଦନର ଶେଷ ତାରିଖ ହେଉଛି ୨୦୨୨ ମାର୍ଚ୍ଚ ।
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ଏକ ଅସ୍ଥାୟୀ (ଅଣ-ସରକାରୀ) ନିଯୁକ୍ତି ହୋଇଥିବା ବେଳେ ବିନା କାରଣରେ ମନ୍ତ୍ରଣାଳୟ ଯେକୌଣସି ସମୟରେ ବାତିଲ କରିପାରେ । ବିଜ୍ଞାପନରେ ଏହା କୁହାଯାଇଛି ଯେ MoEF & CC ର କ୍ଷମତା ରହିଛି ଯେ, ଯେକୌଣସି ସମୟରେ ହିଁ ବିନା କାରଣରେ ଜଣକୁ ଅଥବା ସମସ୍ତ କନ୍ସଲ୍ଟାଣ୍ଟସ୍ (ଲିଗାଲ୍)ଙ୍କୁ ଚାକିରିରୁ ବାହାର କରିଦେବା ।
ଖାଲି ଥିବା ପଦବୀ,ଜାଣନ୍ତୁ...
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) : ୨ ଟି ପୋଷ୍ଟ୍
ଦରମା,ଜାଣନ୍ତୁ...
ମାସକୁ ଦରମା ୬୦,୦୦୦ ଟଙ୍କା ।
ଯୋଗ୍ୟତା,ଜାଣନ୍ତୁ...
- ଆଇନ୍ (LL.B) ରେ ସ୍ନାତକୋତ୍ତର ଡିଗ୍ରୀ (କେବଳ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଇନଷ୍ଟିଚ୍ୟୁଟ୍) ସହିତ 3 ବର୍ଷରୁ ଅଧିକ ଅଭିଜ୍ଞତା ।
- ଆଡଭୋକେଟ୍ସ ଆକ୍ଟ, 1961 ର ଧାରା ଅନୁଯାୟୀ, ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କିମ୍ବା କୌଣସି ଷ୍ଟେଟ୍ ବାର୍ କାଉନ୍ସିଲ୍ରେ ଆଡଭୋକେଟ୍ ଥିବେ ।
- ଲିଗାଲ୍ ଡ୍ରାଫ୍ଟିଂରେ ଅଭିଜ୍ଞତା ଥିବା ଆବଶ୍ୟକ ।
ବୟସ ସୀମା,ଜାଣନ୍ତୁ...
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 65 ବର୍ଷ ହୋଇଥିବା ଦରକାର ।
ବାର୍ଷିକ ବୃଦ୍ଧି,ଜାଣନ୍ତୁ...
ପାର୍ଥୀମାନଙ୍କ କାର୍ଯ୍ୟ ଦକ୍ଷତା ଅନୁଯାୟୀ ବାର୍ଷିକ ପାରିଶ୍ରମିକ ବୃଦ୍ଧି ୦% ରୁ ୮% ମଧ୍ୟରେ ହିଁ ରହିବ ।
ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପାଇଁ ପଦବୀ ଖାଲି ; ଶୀଘ୍ର ଆବେଦନ କରନ୍ତୁ
BSNLରେ ଚାକିରି ସୁଯୋଗ, ଯୁବକ ଓ ଯୁବତୀ ଜଲଦୀ କରନ୍ତୁ ଆବେଦନ