
Ministry of Coal Achieve Allocations of 200 Coal Blocks, pic credit- www.pexels.com
୨୦୦ଟି କୋଇଲା ବ୍ଲକ ଆବଂଟନ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଅନୁମତି ମିଳିଛି । ଭାରତବର୍ଷର କୋଇଲା ସେକ୍ଟରକୁ ମଜଭୂତ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଅବିରତ ପ୍ରୟାସ ଜାରି ରଖିଛି । ସିଙ୍ଘଲ ବିଜିନେସ ପ୍ରାଇଭେଟ ଲିମିଟିଡେକୁ ମାରବାତୋଲା-୨ ବ୍ଲକ ଦିଆଗଲା ପରେ ସେକ୍ଟରାଲ ସଂସ୍କାର କରାଯାଇ ବେସରକାରୀ ସହଭାଗିତାକୁ ପ୍ରୋତ୍ସାହିତ କରାଯାଇ କୋଇଲା (coal)ଉତ୍ପାଦନରେ ଆତ୍ମ ନିର୍ଭରତା ସୃଷ୍ଟି କରାଯାଇପାରିଛି ।
ଏହି ପରିପ୍ରେକ୍ଷୀରେ ମନୋନୀତ ପଦାଧିକାରୀମାନେ ଶିଳ୍ପ ଅଂଶୀଦାର (industry stakeholders) ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପୁଞ୍ଜି ନିବେଶ ପାଇଁ ବାତାନୁକୂଳ ପରିବେଶ ସୃଷ୍ଟି, ବିଭାଗୀୟ ଅନ୍ତରାୟ ଦୂରୀକରଣ, କୋଲ ବ୍ଲକର କାର୍ଯ୍ୟକାରୀ ସୁଲଭତା ସୃଷ୍ଟି ଲାଗି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଥିଲା ।
ଘରୋଇ କ୍ଷେତ୍ରରେ କୋଇଲା (coal)ଉତ୍ପାଦନ ସହ ଜାତୀୟ ଊର୍ଜ୍ଜା ମାଟ୍ରିକ୍ସରେ ସମତୁଲତା ଆଣି ଆମଦାନୀ ଉପରୁ ନିର୍ଭରଶୀଳତା କମାଇବା ଓ ଊର୍ଜ୍ଜା ପ୍ରତିରକ୍ଷାକୁ ମଜଭୂତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଭୟ ଆର୍ଥନୀତିକ ଅଭିବୃଦ୍ଧି ଓ ଷ୍ଟ୍ରାଟେଜିକ ଅଟୋନୋମିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
ଗତ କିଛି ବର୍ଷ ଧରି ସମ୍ପୃକ୍ତ ମନ୍ତ୍ରଣାଳୟ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଇ ଗତି କରୁଥିଲା । ବ୍ୟାବସାୟିକ କୋଇଲା (coal)ଉତୋଳନ ସହ ସିଙ୍ଗଲ ବିଣ୍ଡୋ ଅପସାରଣ ପରି ଯୋଜନା ଡିଜିଟାଲ ଗଭର୍ଣ୍ଣାନ୍ସ ପାଖରେ ଆମକୁ ଏବେ ପହଂଚାଇଛି । ଏପରି ପଦକ୍ଷେପଗୁଡିକ କୋଇଲା ସେକ୍ଟର କାର୍ଯ୍ୟକାରୀ କ୍ଷେତ୍ରର ରୂପରେଖକୁ ବଦଳେଇ ଦେଇଛି । ବେସରକାରୀ ଉଦ୍ୟୋଗପତିଙ୍କୁ ଅଭିନବ ସୁଯୋଗ ଠାବ ନେଇ ଖୋରାକ ଯୋଗାଇଛି । ମୂଳ ଭିତିଭୂମିର ବିକାଶ ସହ ଏକ ସ୍ୱଚ୍ଛ, ଉତରଦାୟୀ, ସୁଦୂର ପ୍ରସାରୀ ଫ୍ରେମ ବାର୍କ ପ୍ରସ୍ତୁତ କରାଯାଇ ପାରିଛି ।
pib.gov.in
Share your comments