1. କୃଷି ଖବର

ଓଡିଶାରେ ୧୧୮ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍‌ଲେଟ୍‌କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି ।

Shuvanshu Kar
Shuvanshu Kar
Ministry of Heavy Industries installed ୧୧୮ charging stations in odisha

Ministry of Heavy Industries installed ୧୧୮ charging stations in odisha

ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (FAME India) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ Electric Vehicles (EVs) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ।

ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍‌ଲେଟ୍‌କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି ।

ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି । ଫେମ୍ –୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ –ବସ୍ , ୫ ଲକ୍ଷ ଇ –୩ ଚକିଆ ଯାନ, ୫୫,୦୦୦ ଇ- ୪ ଚକିଆ ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ - ଦୁଇ ଚକିଆ ଯାନକୁ ରିହାତି ପ୍ରଦାନ କରି ତାହା ମାଧ୍ୟମରେ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାରକୁ ସମର୍ଥନ କରିବା ।

ଏହା ସହିତ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଦ୍ୱାରା ଏକ ଡ୍ରାଫ୍ଟ ଜାତୀୟ ପରିବହନ ନୀତି ପ୍ରସ୍ତୁତ କରା ଯାଇଛି । ଏହା ଏମ୍‌ଏଚ୍‌ଆଇର ୱେବସାଇଟ୍‌ରେ (www.heavyindustries.gov.in) ଉପଲବ୍ଧ କରା ଯାଇଛି । ଏହି ନୀତି ପ୍ରକୃତିରେ ସମଗ୍ର ଅଟେ ଏବଂ ଅଟୋ ମିଶନ ଯୋଜନା ୨୦୧୬- ୨୬ର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବା ପାଇଁ ମୋଟର ଯାନ ଉଦ୍ୟୋଗର ସ୍ୱାର୍ଥକୁ ସମ୍ବୋଧିତ କରିଥାଏ ।

ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୨୦ଟି ଚାର୍ଜିଂ ଷ୍ଟେସନ୍ / ଭିତିଭୂମିକୁ ମଞ୍ଜୁରି ପ୍ରଦାନ କରିଥିଲା । ଏହା ସହିତ, ଏହି ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ୬୮ଟି ସହରରେ ୨,୮୭୭ଟି ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍ ଏବଂ ୯ ଏକ୍ସପ୍ରେସ୍‌ୱେ ଏବଂ ୧୬ଟି ରାଜପଥରେ ୧୫୭୬ଟି ଚାର୍ଜିଂ ଷ୍ଟେସନ୍ ଗୁଡିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛି । ଫେମ୍ ଇଣ୍ଡିଆ ଯୋଜନାର ପର୍ଯ୍ୟାୟ ୧ ଏବଂ ୨ ଅନୁସାରେ, ୧୫ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୫୩୨ଟି ଚାର୍ଜିଂ ଷ୍ଟେସନ୍ (୪୭୯ଟି ଚାର୍ଜିଂ ଷ୍ଟେସନ୍ ଫେମ୍ -୧ରେ ଏବଂ ୫୩ଟି ଚାର୍ଜିଂ ଷ୍ଟେସନ୍ ଫେମ୍ – ୨ରେ) ସ୍ଥାପିତ କରା ଯାଇଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ (ଏମ୍‌ଓପିଏନ୍‌ଜି) ସୂଚିତ କରିଛି ଯେ, ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ (ଓଏମ୍‌ସି) ୦୧.୦୭.୨୦୨୨ ପର୍ଯ୍ୟନ୍ତ ନିଜର ଆଉଟ୍‌ଲେଟ୍ (ଆର୍‌ଓ)ରେ ୩୪୪୮ ଇଲେକ୍ର୍ଟିକ୍ ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିଛନ୍ତି ।

ଶକ୍ତି ମନ୍ତ୍ରଣାଳୟ ୧୪.୦୧.୨୦୨୨ରେ ଇଲେକ୍ଟ୍ରିକ୍ ଯାନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମି ଉପରେ ସଂଶୋଧିତ ଏକୀଭୂତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରିଛନ୍ତି ଏବଂ ଏହା ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି / ସଂସ୍ଥା ସାର୍ବଜନିନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିବା ନିମନ୍ତେ ସ୍ୱାଧୀନ ଅଟନ୍ତି, କେବଳ ସର୍ତ ହେଉଛି ଏମିତି ଷ୍ଟେସନ୍ ପ୍ରଯୁକ୍ତି , ସୁରକ୍ଷାକୁ ସମ୍ପୂର୍ଣ୍ଣ କରୁଥିବ ଏବଂ ଏହା ସହିତ ଶକ୍ତି ମନ୍ତ୍ରଣାଳୟ, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଏବଂ କେନ୍ଦ୍ର ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ଦ୍ୱାରା ସମୟ – ସମୟରେ ସ୍ଥିର କରା ଯାଇଥିବା ପ୍ରଦର୍ଶନ ମାନକ ଗୁଡିକ ଏବଂ ପ୍ରୋଟୋକଲ୍ ଏବଂ ମାନଦଣ୍ଡ ଗୁଡିକୁ / ମାନକ ଗୁଡିକୁ / ନିର୍ଦ୍ଦେଶାବଳୀ ଗୁଡିକୁ ପୂରଣ କରୁଥିବ ।

ଇଲେକ୍ଟ୍ରିକ୍ ଯାନବାହନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମିର ସ୍ଥାପନାର ସୁବିଧା ପାଇଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ...

୧. ଫେମ୍ ଇଣ୍ଡିଆ ଯୋଜନା : ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଫେମ୍ ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି, ଯାହା ଇଲେକ୍ଟ୍ରିକ୍ ଯାନବାହନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମିର ସ୍ଥାପନ କରିବା ପାଇଁ ୧୦୦୦ କୋଟି ଭାରତୀୟ ଟଙ୍କା ପ୍ରଦାନ କରିବ ।

୨. ଗ୍ରୀଡ୍ ସଂଯୋଗ ଏବଂ ସୁରକ୍ଷା ନିୟମ ସମୂହ : କେନ୍ତ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ଚାର୍ଜିଂ ଷ୍ଟେସନ୍ ନିମନ୍ତେ ଗ୍ରିଡ୍ ସଂଯୋଗ ଏବଂ ଯୋଗାଣର ସୁରକ୍ଷା ସହିତ ସମ୍ବନ୍ଧିତ ପ୍ରଯୁକ୍ତି ମାନକ ଗୁଡିକ ସହିତ ସମ୍ବନ୍ଧିତ ନିୟମ ଗୁଡିକରେ ସଂଶୋଧନ ଜାରି କରିଛି ।

୩. ନିର୍ଦ୍ଦେଶାବଳୀ ଏବଂ ମାନକ: ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୧୪.୦୧.୨୦୨୨ରେ ଶକ୍ତି ମନ୍ତ୍ରଣାଳୟ ଯୋଗାଯୋଗ ସଂଖ୍ୟା ୧୨/୨/୨୦୧୮ – ଇଭି ନମ୍ବର ୨୪୪୩୪୭) ମାଧ୍ୟମରେ ଚାର୍ଜିଂ ଭିତିଭୂମି ନିମନ୍ତେ ସଂଶୋଧିତ ଏକୀଭୂତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରା ଯାଇଥିଲା ।

୪. କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି : ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ)କୁ ୦୧.୧୦.୨୦୧୯ ତାରିଖରେ ଜାରି ନିର୍ଦ୍ଦେଶାବଳୀ ଗୁଡିକର ପ୍ରାବଧାନ ଗୁଡିକ ଅନୁସାରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍‌ଏ) ରୂପରେ ଚୟନ କରା ଯାଇଛି ।

୫. ଗୋ ଇଲେକ୍ଟ୍ରିକ୍ ଅଭିଯାନ - ଶକ୍ତି ମନ୍ତ୍ରଣାଳୟ ସହିତ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ଇ – ମୋବିଲିଟିର ଲାଭ ସମ୍ପର୍କରେ ସାଧାରଣ ଜନତାଙ୍କୁୁ ପ୍ରଶିକ୍ଷିତ କରିବା ପାଇଁ ୧୯.୦୨.୨୦୨୧ରେ ସାରା ଦେଶରେ “ଗୋ ଇଲେକ୍ଟ୍ରିକ୍‌” ଅଭିଯାନ ଆରମ୍ଭ କରିଛନ୍ତି, ସମ୍ଭାବିତ ବିଦ୍ୟୁତ୍ ଯାନ ମାଲିକ ମାନଙ୍କୁ ଇଭିକୁ ଆପଣେଇବା ନିମନ୍ତେ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ସୂଚିତ କରିବା, ସେମାନଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିବା ଏବଂ ଏହାକୁ ଚାହିଦାରେ ପରିବର୍ତିତ କରିବା ନିମନ୍ତେ ଏହା କରା ଯାଇଛି ।

ଆସନ୍ତା 5 ବର୍ଷରେ ରାସ୍ତାରୁ ଗାଏବ ହୋଇଯିବ ପେଟ୍ରୋଲ ଗାଡି !

କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments