ନାରୀ ର ଅବଦାନ ସମାଜ ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣ ରେ ଅବର୍ଣ୍ଣନୀୟ |ନାରୀ ର ସୁରକ୍ଷା ଏବଂ ସଶକ୍ତିକରଣ ରେ ହିଁ ଦେଶ ର ଉନ୍ନତି ମଧ୍ୟ |ତେଣୁ ନାରୀ ଙ୍କୁ ସ୍ୱତନ୍ତ୍ର କରିବା ଲାଗି ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଏବେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂତନ ଯୋଜନା ..ମିଶନ ଶକ୍ତି |ଏହା ଦ୍ୱାରା ସମାଜ ରେ ନାରୀ କୁ ତିରସ୍କାର ର ଶିକାର ହେବାକୁ ପଡିବ ନାହିଁ ବୋଲି ତାଙ୍କର ବିଶ୍ୱାସ|ସମାଜରେ ପୁରୁଷ ପରି ନାରୀ ମଧ୍ୟ ସମାନ ଅଧିକାରୀ ଭାବେ ସାବ୍ୟସ୍ତ ହୋଇପାରିବ |
ମୁଖ୍ୟତ ଏହି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଭବାନ ହେବେ |
ଏନେଇ କେତୋଟି ଗୁରୁତ୍ୱପୂର୍ଣ ଦିଗ ….
୧)ନାରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ନିର୍ମାଣ ଏବଂ ସଶକ୍ତିକରଣ |
୨)ବ୍ୟାଙ୍କ ଏବଂ ଋଣ ଯୋଗାଣ ର ସୁବିଧା
୩)ନାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବା
୪)ଅଧିକ ବଜାର ସହ ସେମାନଙ୍କୁ ଯୋଡିବା
୫)ଅଧିକ ଲାଭଦାୟକ ଉତ୍ପାଦକ ର ନିର୍ମାଣ କରିବା
ଅର୍ଥ ବାବଦରେ ….
୧)ନୂତନ ସ୍ୱୟଂ ସହାୟକ ଗୋଷ୍ଟି ନିମନ୍ତେ ୧୫,୦୦୦ ତାଙ୍କ
୨)ସ୍ମାର୍ଟଫୋନ ପାଇଁ ୩୦୦୦ ତାଙ୍କ ଆର୍ଥିକ ସହାୟତା
୩)ବ୍ଲକ ମହାସଂଘ ପାଇଁ ୨୫ ଲକ୍ଷ ତାଙ୍କ ର ଆବର୍ତ୍ତନ ଫାଣ୍ଡି
୪)୦% ସୁଧ ରେ ୩ ଲକ୍ଷ ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ
୫)ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ |
Share your comments