1. କୃଷି ଖବର

ବିଧାନସଭାରେ ବିଧାୟକ କାହିଁକି କରିଲେ ଆତ୍ମହତ୍ୟା ଉଦ୍ୟମ ???

ଓଡ଼ିଶାରେ ଚଳିତ ବର୍ଷ ମଣ୍ଡି ବ୍ୟବସ୍ଥାରେ ଘୋର ଅନିୟମିତତା ଦେଖା ଦେଇଛି l ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସମର୍ଥିତ ଦରରେ ଧାନ କିଣିବା ନିମନ୍ତେ ସରକାର ଏହି ପଦ୍ଧତିକୁ ଆପଣାଇ ଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ପାଖରେ ଏବେ ବି ଧାନ ପଡ଼ିରହିଛି l ଧାନ ବିକ୍ରି ପାଇଁ କେଉଁଠି ଚାଷୀମାନେ ଅନଶନ କରୁଛନ୍ତି ତ କେଉଁଠି ଚାଷୀମାନେ ଧାରଣାରେ ବସିଛନ୍ତି l ଗତ ଶୁକ୍ରବାର ଦିନ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ ସଂଗ୍ରହ ସମ୍ପର୍କରେ ନିଜର ବିବୃତି ରଖୁଥିବା ସମୟରେ ଏହି ସମସ୍ୟାର ପ୍ରତିବାଦ କରି ଦେବଗଡ଼ର ବିଜେପି ବିଧାୟକ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗତ ଶୁକ୍ରବାର ଦିନ ବିଧାନସଭାରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ l ଉପସ୍ଥିତ ଥିବା ସଂସଦ ବ୍ୟାପାର ମନ୍ତ୍ରୀ, ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ସରକାରଙ୍କ ମୁଖ୍ୟ ହୁଇପ ଶ୍ରୀମତୀ ପ୍ରମିଳା ମଲିକ ଏବଂ ଅନ୍ୟ ସଦସ୍ୟମାନେ ତାଙ୍କୁ ଏହି ଉଦ୍ୟମରୁ ନିବୃତ କରିଥିଲେ l

Sugyan Kumar Nayak
Sugyan Kumar Nayak

ଓଡ଼ିଶାରେ ଚଳିତ ବର୍ଷ ମଣ୍ଡି ବ୍ୟବସ୍ଥାରେ ଘୋର ଅନିୟମିତତା ଦେଖା ଦେଇଛି l ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସମର୍ଥିତ ଦରରେ ଧାନ କିଣିବା ନିମନ୍ତେ ସରକାର ଏହି ପଦ୍ଧତିକୁ ଆପଣାଇ ଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ପାଖରେ ଏବେ ବି ଧାନ ପଡ଼ିରହିଛି l ଧାନ ବିକ୍ରି ପାଇଁ କେଉଁଠି ଚାଷୀମାନେ ଅନଶନ କରୁଛନ୍ତି ତ କେଉଁଠି ଚାଷୀମାନେ ଧାରଣାରେ ବସିଛନ୍ତି l

ଗତ ଶୁକ୍ରବାର ଦିନ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ ସଂଗ୍ରହ ସମ୍ପର୍କରେ ନିଜର ବିବୃତି ରଖୁଥିବା ସମୟରେ ଏହି ସମସ୍ୟାର ପ୍ରତିବାଦ କରି ଦେବଗଡ଼ର ବିଜେପି ବିଧାୟକ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗତ ଶୁକ୍ରବାର ଦିନ ବିଧାନସଭାରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ l ଉପସ୍ଥିତ ଥିବା ସଂସଦ ବ୍ୟାପାର ମନ୍ତ୍ରୀ, ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ସରକାରଙ୍କ ମୁଖ୍ୟ ହୁଇପ ଶ୍ରୀମତୀ ପ୍ରମିଳା ମଲିକ ଏବଂ ଅନ୍ୟ ସଦସ୍ୟମାନେ ତାଙ୍କୁ ଏହି ଉଦ୍ୟମରୁ ନିବୃତ କରିଥିଲେ l

ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ମଣ୍ଡି ଅନିୟମିତତା ପ୍ରତି ସରକାର କୌଣସି ଦୃଷ୍ଟି ଦେଉନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ମନ୍ତ୍ରୀଙ୍କ ପ୍ରତିଶୃତି ସତ୍ତ୍ୱେ ଏହାର କୌଣସି ସମାଧାନ କରାଯାଇ ପାରୁନାହିଁ l ପରିସ୍ଥିତି ଏପରି ହୋଇଛି ଯେ, ମୁଁ ମୋର ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ  ମୁହଁ ଦେଖାଇପାରୁ ନାହିଁ l  ଆତ୍ମହତ୍ୟା ଉଦ୍ୟମ ଛଡ଼ା ଆମର ଆଉ କୌଣସି ବାଟ ନାହିଁ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ ମୁଁ କୃଷକମାନଙ୍କୁ ଏହି ପନ୍ଥା ଅବଲମ୍ବନ କରିବାକୁ ପ୍ରରୋଚିତ କରୁଛି l

ବରିଷ୍ଠ ବିଜେପି ନେତା, ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଏ ସମ୍ପର୍କରେ ନିଜର ଅସନ୍ତୁଷ୍ଟ ପ୍ରକାଶ କରି କହିଛନ୍ତି ଯେ, ବାରମ୍ବାର ଆଲୋଚନା ସତ୍ତ୍ୱେ ଯଦି କୌଣସି ସମାଧାନ ହୋଇପାରୁ ନାହିଁ ତେବେ ଏହା ଆମ ପ୍ରତି ଏବଂ ବିଧାନସଭା ପ୍ରତି ଏକ ଅପମାନ ଅଟେ l ବିରୋଧୀ ଦଳର ବରିଷ୍ଠ କଂଗ୍ରେସ ନେତା, ଶ୍ରୀଯୁକ୍ତ ନରସିଂହ ମିଶ୍ର ଏ ସମ୍ପର୍କରେ କହିଛନ୍ତି ଧାନ କିଣିବା ସମ୍ପର୍କରେ ସରକାର ରାଜ୍ୟର କୃଷକମାନଙ୍କୁ ଏବଂ ବିଧାନସଭାକୁ ଧୋକା ଦେଇଛନ୍ତି l ଏକ ସର୍ବଦଳୀୟ ବୈଠକରେ ସରକାର ପଞ୍ଜିକୃତ ହୋଇଥିବା ସମସ୍ତ ଉପଯୁକ୍ତ ଚାଷୀମାନଙ୍କ ଠାରୁ ଧାନ କିଣିବାକୁ ଘୋଷଣା କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହାର ସୁଫଳ ଚାଷୀମାନେ ପାଇ ପାରିନାହାଁନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments