News

ଜାଲିଆତିର ଶିକାର ହେଉଛନ୍ତି କି ? ଜାଣନ୍ତୁ କିଭଳି ପାଇବେ ପିଏମ୍‌ କୁସୁମ୍ ଯୋଜନାର ସଠିକ ସୂଚନା...

କୃଷକମାନେ 2 ମେଗାୱାଟ ପର୍ଯ୍ୟନ୍ତ ଗ୍ରୀଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହିପରି ସମସ୍ତ ନିର୍ଦ୍ଦିଷ୍ଟ ବିଭାଗର ବିବରଣୀ ଏମଏନଆରଇ ୱେବସାଇଟ୍ www.mnre.gov.in ରେ ପ୍ରଦାନ କରାଯାଇଛି ।

28 May, 2022 12:27 PM IST By: Shuvanshu Kar

ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ ପାଇଁ ସବସିଡି ପ୍ରଦାନ କରାଯାଇଛି । କୃଷକମାନେ 2 ମେଗାୱାଟ ପର୍ଯ୍ୟନ୍ତ ଗ୍ରୀଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହିପରି ସମସ୍ତ ନିର୍ଦ୍ଦିଷ୍ଟ ବିଭାଗର ବିବରଣୀ ଏମଏନଆରଇ ୱେବସାଇଟ୍ www.mnre.gov.in ରେ ପ୍ରଦାନ କରାଯାଇଛି ।

ଏହି ଯୋଜନା ଆରମ୍ଭ ହେବା ପରେ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛି ଯେ କେତେକ ଠକ ୱେବସାଇଟ୍ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ନିମନ୍ତେ ତାଙ୍କର ପୋର୍ଟାଲ୍ ପ୍ରଯୁଜ୍ୟ ବୋଲି ଦାବି କରିଛନ୍ତି । ଏହିପରି ଅନଧିକୃତ ୱେବସାଇଟ୍ ଏହି ଯୋଜନାରେ ଆଗ୍ରହୀ ଲୋକଙ୍କଠାରୁ ଟଙ୍କା ଏବଂ ସୂଚନା ସଂଗ୍ରହ କରୁଛି । ସାଧାରଣ ଜନତାଙ୍କୁ କୌଣସି କ୍ଷତି ନହେବା ପାଇଁ, ଏମଏନଆରଇ ଅତୀତରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରି ସାଧାରଣ ଜନତାଙ୍କୁ କୌଣସି ପଞ୍ଜୀକରଣ ଶୁଳ୍କ ଜମା ନକରିବାକୁ କିମ୍ବା ଏହିପରି ୱେବସାଇଟରେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବାକୁ ପରାମର୍ଶ ଦେଇଛି । ଅଭିଯୋଗ ପାଇବା ପରେ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅନେକ ନକଲି ପଞ୍ଜୀକରଣ ପୋର୍ଟାଲ ବ୍ଲକ୍ କରାଯାଇଛି ।

ଜାଲିଆତି କରୁଥିବା ୱେବସାଇଟ୍ ସହିତ ହ୍ବାଟ୍‌ସଆପ୍ ଏବଂ ଅନ୍ୟାନ୍ୟ ଉପାୟ ମଧ୍ୟ ସମ୍ଭାବ୍ୟ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ବ୍ୟବହୃତ ହେଉଛି । ତେଣୁ ମନ୍ତ୍ରଣାଳୟ ଦୃଢ଼ ଭାବରେ ପରାମର୍ଶ ଦେଇଛି ଯେ ପିଏମ-କୁସୁମ ଯୋଜନା ପାଇଁ ଆଗ୍ରହୀ ବ୍ୟକ୍ତିମାନେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ କିମ୍ବା ଟଙ୍କା ଜମା କରିବା ପୂର୍ବରୁ ୱେବସାଇଟର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ । ହ୍ବାଟ୍‌ସଆପ୍ / ଏସ୍ଏମ୍ଏସ୍ ମାଧ୍ୟମରେ ଗ୍ରହଣ କରାଯାଇଥିବା କୌଣସି ଯାଞ୍ଚ ହୋଇନଥିବା କିମ୍ବା ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ ନକରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେଉଁ ଗୁଡ଼ିକ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ପୋର୍ଟାଲ୍ ବୋଲି ଦାବି କରୁଛନ୍ତି ।

ହରିୟାଣାର ଚାଷୀଙ୍କ ପାଇଁ କୁସୁମ ଯୋଜନା !!

ରାଜସ୍ଥାନରେ ନୂଆ ଘୋଷଣା : ସୌର ପମ୍ପ ଯୋଜନା

ଏହି ଯୋଜନାରେ ଅଂଶଗ୍ରହଣ ଏବଂ ଯୋଗ୍ୟତା ପ୍ରକ୍ରିୟାରେ ଅଂଶଗ୍ରହଣ ସମ୍ବନ୍ଧୀୟ ସୂଚନା ଏମଏନଆରଇ ୱେବସାଇଟ୍ http://www.mnre.gov.in କିମ୍ବା ପିଏମ-କୁସୁମ କେନ୍ଦ୍ରୀୟ ପୋର୍ଟାଲ https://pmkusum.mnre.gov.in ରେ ଉପଲବ୍ଧ କିମ୍ବା ଟୋଲ୍ ଫ୍ରି ନମ୍ବର - 1800-180-3333ରେ ଡାଏଲ କରି ସୂଚନା ମିଳିପାରିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)