1. କୃଷି ଖବର

ସରକାର ଆରମ୍ଭ କରିବେ ‘ମୋ ଜଙ୍ଗଲ ଜମି ଯୋଜନା’

ଓଡିଶାରେ ରାଜ୍ୟ ସରକାର ଜନତାଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଯାହାଦ୍ୱାରା ରାଜ୍ୟବସି ଲାଭବାନ ହୋଇପାରୁଛନ୍ତି l ଓଡିଶା ସରକାର ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ହିତ ସାଧନ କରିବା ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଇଁ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି l

Tanushree Mahapatra
Tanushree Mahapatra
Mo jungle jami yojana will start, image source - twitter

Mo jungle jami yojana will start, image source - twitter

ଓଡିଶାରେ ରାଜ୍ୟ ସରକାର ଜନତାଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଯାହାଦ୍ୱାରା ରାଜ୍ୟବସି ଲାଭବାନ ହୋଇପାରୁଛନ୍ତି l ଓଡିଶା ସରକାର  ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ହିତ ସାଧନ କରିବା ଉଦ୍ଦେଶ୍ୟ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଇଁ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି l

ସେହିପରି ରାଜ୍ୟବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ସର୍ବଦା ନିଜ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହାରି ଭିତରେ ଓଡିଶାରେ ବସବାସ କରୁଥିବା ଜନଜାତିଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି ।

ସୂଚନା ଅନୁଯାୟୀ, ଏହାରି ମଧ୍ୟରେ ରାଜ୍ୟ ସରକାର ରାଜ୍ୟରେ ‘ମୋ ଜମି ଜଙ୍ଗଲ ଯୋଜନା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଯୋଜନା ଲାଗୁ କରିବାରେ ଓଡ଼ିଶା ରାଜ୍ୟ ଦେଶରେ ପ୍ରଥମ । ଏହି ଯୋଜନା ଅନୁଯାୟୀ ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା କ୍ଷେତ୍ରରେ ରାଜ୍ୟ ସରକାର ଏକ ନମ୍ବର ସ୍ଥାନ ଗ୍ରହଣ କରିଥିବାବେଳେ ଗୋଷ୍ଠୀଗତ ଅଧିକାର ଦେବା ନେଇ ନୂଆ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ରହିଛି । ଏଥିପାଇଁ ରାଜ୍ୟରେ ଅବସ୍ଥିତ ତହସିଲ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ ମଧ୍ୟ ଗଠନ ହେବ । ଏହି ଯୋଜନା ପ୍ରଣୟନ ହେବା ଫଳରେ ରାଜ୍ୟରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ ହେବା ସହିତ ଜଙ୍ଗଲ ସମ୍ପଦର ବିନିଯୋଗ ହୋଇପାରିବ । ଏହି ଯୋଜନାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ସୂଚନାଯୋଗ୍ୟ ଯେ, ଗତ ୨୦୦୮ ମସିହାରେ ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଥିଲା l ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଜନ୍ମଗତ ଅଧିକାର ରହିଛି ସତ କିନ୍ତୁ ସେମାନେ ବହୁବର୍ଷ ଧରି ଶୋଷିତ ହୋଇ ଆସୁଥିଲେ ।

ତେଣୁ ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସେମାନଙ୍କୁ ଚାଷ, ଜମି, ଜଙ୍ଗଲ ଅଧିକାର ଦେବା ପାଇଁ ରାଜ୍ୟରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି । ତେବେ ଏହି ନୂଆ ଯୋଜନା ଲାଗୁ ହେବା ପରେ ଆଦିବାସୀଙ୍କୁ ଜନ୍ମଗତ ଅଧିକାର ମିଳିବା ସହିତ ସେମାନଙ୍କର ମୌଳିକ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ ।

ନୂଆ ପେନସନ ସ୍କିମ : ଥରେ ବିନିଯୋଗ ପ୍ରତି ମାସରେ ପଇସା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments