1. କୃଷି ଖବର

‘ମୋ ଖତ’ ବିକ୍ରୟ ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ କିଓସ୍କର ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଂଟରମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ। ଫଳରେ ଭୁବନେଶ୍ୱର ମହାନଗର ନିଗମରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଂଚଳରେ ଆରମ୍ଭ ହେବ। ଏହି ଖତ ପ୍ରସ୍ତୁତିରେ ଭୁବନେଶ୍ୱର ନାଗରିକମାନେ ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ ପୃଥକ ଭାବେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ଦେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତବ୍ୟ ସଂପାଦନ କରିଛନ୍ତି।

KJ Staff

‘ମୋ ଖତ’ ଜୈବିକ ସାର ୫ କି.ଗ୍ରା ପ୍ୟାକେଟ୍‍କୁ ୧୨୫ ଟଙ୍କାରେ ବିକ୍ରୟ କରାଯିବ। ବିକ୍ରୟ କେନ୍ଦ୍ର ଏସ୍‍.ଏଚ୍‍.ଜିର ଦାୟିତ୍ୱରେ ରହିବ। କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବ। ଏଥିରୁ ଯେଉଁ ଅର୍ଥ ମିଳିବ ତାହା ଏମ୍‍ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବ। ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ବିଏମ୍‍ସିର କର୍ମକର୍ତାମାନେ ପରିଚାଳନାଗତ ଆବଶ୍ୟକୀୟ ସହଯୋଗ କରିବେ ଏବଂ ସ୍ଥିରୀକୃତ ନିୟମ ଅନୁସାରେ ଏହି ବିକ୍ରୟ କେନ୍ଦ୍ରର ନଥି ତଦାରଖ କରାଯିବ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ