ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ ବ୍ଳକ କଙ୍କଡାହାଡ ବେଶ୍ ପରିଚିତ ନାମ । ଯୋଜନା ଉପରେ ଯୋଜନା ହେଲେ ପ୍ରକୃତ ପକ୍ଷେ କଣ ଚାଲିଛି, ଲାଭବାନ କିଏ ହେଉଛି ତାର ତଦାରଖ ଅଭାବରୁ ସରକାରୀ ବାବୁମାନଙ୍କୁ ବେଶ୍ ସୁହାଇଛି । ଏହି ବ୍ଲକରେ ୧୮୭୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ପଂଜିକୃତ ହୋଇଛି ।ସ୍ୱୟଂ ସହାୟକ ଗୋଷ୍ଠୀମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଅସୁବିଧା ସୁଧାରିବା ପାଇଁ ବ୍ଳକରେ ଅଛି ଓଡିଶା ଜୀବିକା ମିଶନ । ଏହି ସଂଘ ମଧ୍ୟରୁ ୨୭୧ଟି ସଂଘକୁ ରୁଣ୍ ମଧ୍ୟ ପ୍ରଦାନ କରାଯାଇଛି । ଏହି ରୁଣନେଇ ଗୋଷ୍ଠୀମାନେ ବିଭିନ୍ନ ରକମର ଚାଷ ଯଥା-ପରିବା,ଛତୁ, କୁକୁଡା, ଛେଳି, ଘୁଷୁରୀ ଚାଷ ପ୍ରଭୃତି କରିଥାନ୍ତି । ହେଲେ ପ୍ରକୃତ ପକ୍ଷେ ତାହା କାର୍ଯ୍ୟକ୍ଷମ ହୋଇଛିକି ନାହିଁ ତାହା ତଦନ୍ତ ସାପେକ୍ଷ । ସରକାର ମହିଳାମାନେ କିଭଳି ସଶକ୍ତ ହୋଇପାରିବେ ସେଥିଲାଗି ଯୋଜନା କରୁଥିବା ବେଳେ ଏହି ଯୋଜନା କେବଳ କାଗଜ କଲମରେ କରାଯାଉଛି ବୋଲି ଅଂଚଳବାସୀ ସମେତ ଜନ ପ୍ରତିିନିଧିମାନେ ଅଭିଯୋଗ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର “ମୋ ଉପକାରୀ ବଗିଚା” ଯୋଜନାରେ ୨ ହଜାର ହିତାଧିକାରୀ ଚୟନ କରାଯାଇଛି । ହେଲେ ବିଏଲସି, ଏମବିକେ ପ୍ରଭୃତି ଲୋକ ପ୍ରତିନିଧିମାନଙ୍କୁ କିଛି ନଜଣାଇ ଯାହାର ଜମି ନାହିଁ, ଆଗ୍ରହୀ ନଥିବା ହିତାଧିକାରୀ ମାନଙ୍କର ତାଲିକା ଦେବା ଫଳରେ ୫୦ ଭାଗ କାମମଧ୍ୟ ହୋଇପାରିନାହିଁ ବୋଲିବ୍ଳକ ପ୍ରକଳ୍ପ ପ୍ରବନ୍ଧକ ସରିତା ମାଡାମ୍ ପ୍ରକାଶ କରିଛନ୍ତି । ଏ ନେଇ କେତେ ଟଙ୍କା ବ୍ଳକକୁ ମଂଜୁର କରାଯାଇଛି ବୋଲି ପଚାରିବାରୁ ଆମେ କେବଳ ତାଲିକା ରଖି ଜିଲ୍ଲା କାର୍ଯ୍ୟାଳୟକୁ ପଠାଇଥାଉ ଏହା ଏପିଓଙ୍କ କାମ ବୋଲି ସଫେଇ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାର ଜୀବିକା ମିଶନ ଦ୍ୱାରା କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଏ ବାବଦରେ ସୂଚନା ପ୍ରଦାନ ନକରିବା ବିଭାଗର ମୂଖ୍ୟ ଏହା ନଜାଣିପାରିବା କେତେଦୂର ଯଥାର୍ଥ ବୋଲି ଅଂଚଳବାସୀ ଅଭିଯୋଗ କରିବା ସହିତ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।
“ମୋ ଉପକାରୀ ବଗିଚା”ରୁ ସୁଫଳ ପାଉନାହାନ୍ତି ପ୍ରକୃତ ହିତାଧିକାରୀ
ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ ବ୍ଳକ କଙ୍କଡାହାଡ ବେଶ୍ ପରିଚିତ ନାମ । ଯୋଜନା ଉପରେ ଯୋଜନା ହେଲେ ପ୍ରକୃତ ପକ୍ଷେ କଣ ଚାଲିଛି, ଲାଭବାନ କିଏ ହେଉଛି ତାର ତଦାରଖ ଅଭାବରୁ ସରକାରୀ ବାବୁମାନଙ୍କୁ ବେଶ୍ ସୁହାଇଛି । ଏହି ବ୍ଲକରେ ୧୮୭୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ପଂଜିକୃତ ହୋଇଛି ।ସ୍ୱୟଂ ସହାୟକ ଗୋଷ୍ଠୀମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଅସୁବିଧା ସୁଧାରିବା ପାଇଁ ବ୍ଳକରେ ଅଛି ଓଡିଶା ଜୀବିକା ମିଶନ । ଏହି ସଂଘ ମଧ୍ୟରୁ ୨୭୧ଟି ସଂଘକୁ ରୁଣ୍ ମଧ୍ୟ ପ୍ରଦାନ କରାଯାଇଛି ।
Share your comments