1. କୃଷି ଖବର

“ମୋ ଉପକାରୀ ବଗିଚା”ରୁ ସୁଫଳ ପାଉନାହାନ୍ତି ପ୍ରକୃତ ହିତାଧିକାରୀ

ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ ବ୍ଳକ କଙ୍କଡାହାଡ ବେଶ୍ ପରିଚିତ ନାମ । ଯୋଜନା ଉପରେ ଯୋଜନା ହେଲେ ପ୍ରକୃତ ପକ୍ଷେ କଣ ଚାଲିଛି, ଲାଭବାନ କିଏ ହେଉଛି ତାର ତଦାରଖ ଅଭାବରୁ ସରକାରୀ ବାବୁମାନଙ୍କୁ ବେଶ୍ ସୁହାଇଛି । ଏହି ବ୍ଲକରେ ୧୮୭୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ପଂଜିକୃତ ହୋଇଛି ।ସ୍ୱୟଂ ସହାୟକ ଗୋଷ୍ଠୀମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଅସୁବିଧା ସୁଧାରିବା ପାଇଁ ବ୍ଳକରେ ଅଛି ଓଡିଶା ଜୀବିକା ମିଶନ । ଏହି ସଂଘ ମଧ୍ୟରୁ ୨୭୧ଟି ସଂଘକୁ ରୁଣ୍ ମଧ୍ୟ ପ୍ରଦାନ କରାଯାଇଛି ।

KJ Staff
KJ Staff
Mo Upakari Bagicha

Mo Upakari Bagicha

ଢେଙ୍କାନାଳ :  ଢେଙ୍କାନାଳ  ଜିଲ୍ଲାର ଆଦିବାସୀ ବହୁଳ ବ୍ଳକ କଙ୍କଡାହାଡ ବେଶ୍ ପରିଚିତ ନାମ ।  ଯୋଜନା ଉପରେ ଯୋଜନା ହେଲେ ପ୍ରକୃତ  ପକ୍ଷେ କଣ ଚାଲିଛି, ଲାଭବାନ କିଏ ହେଉଛି ତାର ତଦାରଖ ଅଭାବରୁ ସରକାରୀ ବାବୁମାନଙ୍କୁ ବେଶ୍ ସୁହାଇଛି । ଏହି ବ୍ଲକରେ ୧୮୭୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ପଂଜିକୃତ ହୋଇଛି ।ସ୍ୱୟଂ ସହାୟକ  ଗୋଷ୍ଠୀମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଅସୁବିଧା ସୁଧାରିବା ପାଇଁ ବ୍ଳକରେ ଅଛି ଓଡିଶା ଜୀବିକା ମିଶନ । ଏହି ସଂଘ ମଧ୍ୟରୁ ୨୭୧ଟି ସଂଘକୁ ରୁଣ୍ ମଧ୍ୟ ପ୍ରଦାନ  କରାଯାଇଛି । ଏହି ରୁଣନେଇ ଗୋଷ୍ଠୀମାନେ ବିଭିନ୍ନ  ରକମର ଚାଷ  ଯଥା-ପରିବା,ଛତୁ,  କୁକୁଡା, ଛେଳି, ଘୁଷୁରୀ ଚାଷ ପ୍ରଭୃତି କରିଥାନ୍ତି । ହେଲେ ପ୍ରକୃତ ପକ୍ଷେ ତାହା କାର୍ଯ୍ୟକ୍ଷମ ହୋଇଛିକି ନାହିଁ  ତାହା ତଦନ୍ତ ସାପେକ୍ଷ । ସରକାର ମହିଳାମାନେ କିଭଳି  ସଶକ୍ତ ହୋଇପାରିବେ ସେଥିଲାଗି ଯୋଜନା  କରୁଥିବା ବେଳେ ଏହି ଯୋଜନା କେବଳ କାଗଜ କଲମରେ କରାଯାଉଛି ବୋଲି ଅଂଚଳବାସୀ ସମେତ ଜନ ପ୍ରତିିନିଧିମାନେ ଅଭିଯୋଗ କରିଛନ୍ତି ।  ଚଳିତ ଆର୍ଥିକ ବର୍ଷରେ ସରକାର “ମୋ ଉପକାରୀ ବଗିଚା” ଯୋଜନାରେ ୨ ହଜାର ହିତାଧିକାରୀ ଚୟନ କରାଯାଇଛି ।  ହେଲେ ବିଏଲସି, ଏମବିକେ ପ୍ରଭୃତି ଲୋକ ପ୍ରତିନିଧିମାନଙ୍କୁ  କିଛି  ନଜଣାଇ ଯାହାର ଜମି ନାହିଁ,  ଆଗ୍ରହୀ ନଥିବା ହିତାଧିକାରୀ ମାନଙ୍କର ତାଲିକା ଦେବା ଫଳରେ ୫୦ ଭାଗ କାମମଧ୍ୟ ହୋଇପାରିନାହିଁ   ବୋଲିବ୍ଳକ ପ୍ରକଳ୍ପ ପ୍ରବନ୍ଧକ ସରିତା ମାଡାମ୍ ପ୍ରକାଶ କରିଛନ୍ତି ।  ଏ ନେଇ  କେତେ ଟଙ୍କା ବ୍ଳକକୁ ମଂଜୁର କରାଯାଇଛି ବୋଲି ପଚାରିବାରୁ ଆମେ କେବଳ ତାଲିକା ରଖି ଜିଲ୍ଲା କାର୍ଯ୍ୟାଳୟକୁ ପଠାଇଥାଉ ଏହା ଏପିଓଙ୍କ କାମ ବୋଲି ସଫେଇ ଦେଇଥିଲେ ।  ଏଠାରେ ପ୍ରଶ୍ନ ଉଠେ ସରକାର ଜୀବିକା ମିଶନ ଦ୍ୱାରା କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଏ ବାବଦରେ ସୂଚନା ପ୍ରଦାନ ନକରିବା ବିଭାଗର ମୂଖ୍ୟ ଏହା ନଜାଣିପାରିବା କେତେଦୂର ଯଥାର୍ଥ ବୋଲି ଅଂଚଳବାସୀ ଅଭିଯୋଗ କରିବା ସହିତ  ଏହାର ବିଧିବଦ୍ଧ ତଦନ୍ତ କରିବାକୁ  ପ୍ରଶାସନ ପାଖରେ ଦାବୀ କରିଛନ୍ତି । 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments