1. କୃଷି ଖବର

ଏଣିକି ଅନଲାଇନରେ ଫଳ ଓ ପନିପରିବା ବିକ୍ରି କରିପାରିବେ ଚାଷୀ

ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ। କୃଷକଙ୍କ କୃଷି ଉତ୍ପାଦ ବିକିବା ପାଇଁ ଏବେ ନେଟଓ୍ବର୍କ ବଢ଼ିଲାଣି । ଏବେ ଚାଷୀ କେବଳ ନିଜ ଫସଲକୁ ଦୋକାନରେ ନୁହେଁ ବରଂ ‘ଇ-ମାର୍କେଟ ପ୍ଲସ’ରେ ବିକ୍ରି କରିପାରିବେ।

Sudesna Nayak
Sudesna Nayak
mobile app for selling of agriculture products

mobile app for selling of agriculture products

ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ । କୃଷକଙ୍କ କୃଷି ଉତ୍ପାଦ ବିକିବା ପାଇଁ ଏବେ ନେଟଓ୍ବର୍କ ବଢ଼ିଲାଣି । ଏବେ ଚାଷୀ କେବଳ ନିଜ ଫସଲକୁ ଦୋକାନରେ ନୁହେଁ ବରଂ ‘ଇ-ମାର୍କେଟ ପ୍ଲସ’ରେ ବିକ୍ରି କରିପାରିବେ । ଚାଷୀର ପନିପରିବା ବିକ୍ରି ପାଇଁ ସରକାରଙ୍କ ଅଭିନବ ଉଦ୍ୟମ । ଏଥିପାଇଁ ଆସାମ ସରକାର ଏକ ନୂଆ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନେବାଲା ଆସାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଷୀ ରଥ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି । ତେଣୁ ଏହି ଆପ୍ ଦ୍ୱାରା ଚାଷୀଙ୍କୁ ବହୁତ ସାହାଯ୍ୟ ହେବ ।

ପନିପରିବା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ବିଲରେ ପଡି ନଷ୍ଟ ହେବନି କୃଷକଙ୍କ କଷ୍ଟ ଅର୍ଜିତ ଧନ । ଚାଷୀଙ୍କ ଦୁଃଖକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏଭଳି କିଛି ବଡ ନିଷ୍ପତ୍ତି । ଏହି ଆପ ଆସାମ ଏଗ୍ରିବିଜନେସ ଆଣ୍ଡ ରୁରାଲ ଟ୍ରାନ୍ସଫରମେଶନ (ଏପିଏଆରଟି) ଯୋଜନା ଦ୍ବାରା ଉପଲବ୍ଧ ହେବ। ଏହି ଆପ ତିନିଟି ଭାଷାରେ ପରିଚାଳିତ ହେବ ଅର୍ଥାତ ଅସାମୀ, ହିନ୍ଦୀ ଓ ଇଂରାଜି ଭାଷାର ଅପସନ ଏଥିରେ ରହିବ। ଏହା କେବଳ ଆସାମ ପାଇଁ ନୁହେଁ ଦେଶବ୍ୟାପି ଚାଷୀଙ୍କର କୃଷି ବ୍ୟବସାୟକୁ ଅଗ୍ରାଧିକାର ଦେବାରେ ବଜାର ସୃଷ୍ଟି କରିବ।

ବ୍ୟବସାୟୀ ଓ ଚାଷୀମାନଙ୍କୁ ଯୋଡିବ ଅନଲାଇନ ବ୍ୟବସ୍ଥା । ଇଣ୍ଟରନେଟ୍ ମାଧ୍ୟମରେ ଘରେ ବସି ଏବେ ପନି ପରିବା ବିକିପାରିବେ ଚାଷୀ ଭାଇମାନେ । ଏହି ଆପ୍ ଜରିଆରେ ଚାଷୀ ଅଧିକ ଲାଭ ଉଠାଇପାରିବେ। ଫଳ ଓ ପନିପରିବା ଉତ୍ପାଦନ ପାଇଁ ଏହା ବରଦାନ ପ୍ରମାଣିତ ହେବ।

ଲକଡାଉନ ଯୋଗୁ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି । ଆଉ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀଭାଇମାନେ, ତେବେ ବର୍ତ୍ତମାନ ସରକାର ନେଇଥିବା ଏହି ନିଷ୍ପତ୍ତି ଚାଷୀଙ୍କ ଦୁଃଖକୁ କିଛିଟା ଦୂର କରିପାରିବ ବୋଲି କୁହାଯ଼ାଉଛି । ଏଥିରେ ସିଧାସଳଖ ଅନଲାଇନ ଆପ ମାଧ୍ୟମରେ ଚାଷୀଙ୍କ ପାଖରେ ପହଞ୍ଚି ପାରିବେ ବ୍ୟବସାୟୀ । ତେବେ ଲକଡାଉନ ପ୍ରାରମ୍ଭର ୭୦ ଦିନ ମଧ୍ୟରେ ଆସାମର ୫ ହଜାରରୁ ଅଧିକ ଚାଷୀ ଆସାମ ଓ ତା’ ବାହାରେ ପ୍ରାୟ ୩୫୭ କୋଟି ଟଙ୍କା ପରିବା ବିକ୍ରି କରିଛନ୍ତି । ତେବେ ଏହି ଆପ ମାଧ୍ୟମରେ ୧୦ ହଜାରରୁ ଅଧିକ ଚାଷୀଙ୍କୁ ଅନଲାଇନ ଇଣ୍ଟରକନେକ୍ଟ କରାଯାଇ ସାରିଛି । ଯାହା ଫଳରେ ବିକ୍ରିବଟା କରିବା କ୍ଷେତ୍ରରେ ସୁପରିଚାଳନା ହୋଇପାରିବ ।

ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବାର ବିକ୍ରିବଟା ପାଇଁ ଏହି ଆପ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments