News

Vegetable Price:ଆଜିର ପରିବା ଦର,ନଜର ପକାନ୍ତୁ କେଉଁଠି କେତେ ?

ଏବେ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

18 July, 2022 11:34 AM IST By: Sudesna Nayak

ଏବେ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ସଜନା ଛୁଇଁ (Drumstick)ଦର ଏବଂ ବିନ୍ସର ଦର ।

ଚଳିତ ବର୍ଷ ହିଁ ପେଟ୍ରୋଲ (Petrol Price) ଡିଜେଲ ଦର (Diesel Price)ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟିମାନେ ।

ଆଜି ସୋମବାର (Monday)ରାଜ୍ୟର ପ୍ରମୁଖ ସହରରେ ପନିପରିବା ଦର (Vegetable Price Today) କେତେ ରହିଛି ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON),ଟମାଟୋ (Tomato), ସଜନା ଛୁଇଁ (Drumstick), ପୋଟଳ (Pointed gourd),ଗାଜର, ପିଆଜ (ONION),ଆଳୁ, ବାଇଗଣ, ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

- ଆଜି ସୋମବାର (Monday) ବାଇଗଣ ଦର-40.00 ଟଙ୍କା

-ପୋଟଳ ଦର-60.00 ଟଙ୍କା

-ଟମାଟୋ ଦର-25.00 ଟଙ୍କା

-ବିନ୍ସ ଦର- 100.00 ଟଙ୍କା

-ସଜନା ଛୁଇଁ ଦର- 60.00 ଟଙ୍କା

-ଭେଣ୍ତି ଦର- 40.00 ଟଙ୍କା

-ପିଆଜ ଦର- 30.00 ଟଙ୍କା

-ଆଳୁ ଦର- 25.00 ଟଙ୍କା

ପ୍ରକାଶ ଥାଉ ଯେ, ପ୍ରତିଦିନ ଓଡ଼ିଶା ବଜାରରେ ୫ ଟଙ୍କା ୧୦ ଟଙ୍କା ପନିପରିବାର ଦର କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

Vegetable Price:ବଢିଲା ପରିବା ଦର,ଜାଣନ୍ତୁ କେତେ?

GST Update News: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଜୁଲାଇ 18ରୁ ମହଙ୍ଗା ହେବ ଏହି ଜିନିଷ,ଜାଣନ୍ତୁ...