News

ଚଳିତ ବର୍ଷ ଅଧିକ ବର୍ଷିଛି, ଚାଷ ଜମିରେ ତାତି ବଢିଛି

ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ । ହାରାହାରିଠାରୁ ଅଧିକ ବୃଷ୍ଟିପାତ ରେକର୍ଡ ହୋଇଛି । ଗତ ବର୍ଷ ତୁଳନାରେ ଖରିଫ୍ ଫସଲରେ 1% ହ୍ରାସ ଘଟିଛି ।

01 October, 2022 2:31 PM IST By: Shuvanshu Kar

ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଋତୁ(Monsoon) । ହାରାହାରିଠାରୁ ଅଧିକ ବୃଷ୍ଟିପାତ(rain)ରେକର୍ଡ ହୋଇଛି । ଅବଶ୍ୟ ଜୁଲାଇ ଓ ଅଗଷ୍ଟ ଅବଧିରେ ସ୍ବାଭାବିକଠାରୁ କମ ବର୍ଷା ହୋଇଥିଲା । ଯାହାଫଳରେ ଗତ ବର୍ଷ ତୁଳନାରେ ଖରିଫ୍ ଫସଲ(kharif crops)ରେ 1% ହ୍ରାସ ଘଟିଛି ।

ମୌସୁମୀ ଋତୁରେ ସମୁଦାୟ ବର୍ଷା 6% ଅଧିକ ହେବା ସତ୍ତ୍ବେ ଖରିଫ ଫସଲରେ ହ୍ରାସ ଘଟିଛି । ମୁଖ୍ୟତ ଉତ୍ତରପ୍ରଦେଶ, ବିହାର ଏବଂ ଝାଡଖଣ୍ଡ ସମେତ 6ଟି ରାଜ୍ୟରେ ମରୁଡ଼ି ପରିସ୍ଥିତି କାରଣରୁ ଧାନ ବୁଣାଯାଇଥିବା ଅଞ୍ଚଳରେ ପ୍ରାୟ 5% ହ୍ରାସ ଘଟିଛି । ସେହିପରି ଡାଲି ଏବଂ ତୈଳବୀଜ ବୁଣିବାରେ ହ୍ରାସ ଘଟିଥିବାର ସୂଚନା ମିଳିଛି।

ମୋଟ ଉପରେ 2019 ଠାରୁ ଦେଶରେ ଏହା ଚତୁର୍ଥ କିମ୍ବା ସ୍ବାଭାବିକ ତଥା ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି ।

ନିକଟରେ 2022-23 ପାଇଁ ପ୍ରମୁଖ ଖରିଫ ଫସଲର ଉତ୍ପାଦନର ପ୍ରଥମ ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଥିଲା କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ । ଅସ୍ବାଭାବିକ ମୌସୁମୀ ହେତୁ ଚଳିତ ଋତୁରେ ଖରିଫ ଧାନ ଉତ୍ପାଦନ 6 ପ୍ରତିଶତ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଖରିଫ ଋତୁରେ 104.99 ମିଲିୟନ ଟନ ଧାନ ଉତ୍ପାଦନ ହୋଇଛି । ଗତ ବର୍ଷ ଏହା 111.76 ମିଲିୟନ ଟନ ରହିଥିଲା ।

ଏପଟେ ସେହିପରି 2022-23 ମଧ୍ୟରେ ଦେଶରେ ମୋଟ ଖରିଫ ତୈଳବୀଜ ଉତ୍ପାଦନ 23.57 ନିୟୁତ ଟନ୍ ବୋଲି ଆକଳନ କରାଯାଇଛି । ଏହା ହାରାହାରି ତୈଳବୀଜ ଉତ୍ପାଦନ ତୁଳନାରେ 1.74 ନିୟୁତ ଟନ୍ ଅଧିକ ଅଟେ ବୋଲି ରିପୋର୍ଟରେ କୁହାଯାଇଛି ।

Kharif rice production: ଏଥର 6% କମିବ ଖରିଫ ଧାନ ଉତ୍ପାଦନ

ଖରିଫ ଫସଲ ଉପରେ ପଡିବ ମୌସୁମୀ ମାଡ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)