1. କୃଷି ଖବର

ଖରିଫ ଫସଲ ଉପରେ ପଡିବ ମୌସୁମୀ ମାଡ!

ଯଦି ମୌସୁମୀ ସ୍ବାଭାବିକରୁ କମ ରୁହେ କିମ୍ବା ଜୁଲାଇର ପ୍ରଥମ ସପ୍ତାହ ଯାଏଁ ବର୍ଷା ନହୁଏ, ତାହେଲେ ଏହା କୃଷି ଆଧାରିତ ଅର୍ଥବ୍ୟବସ୍ଥା ପାଇଁ କଠିନ ପରିସ୍ଥିତିକୁ ଜନ୍ମ ଦେବ ।

Shuvanshu Kar
Shuvanshu Kar
Weak monsoon rains worry   India's farmers, IMD says   all fine

Weak monsoon rains worry India's farmers, IMD says all fine

ଭାରତରେ ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ କେରଳ ଛୁଇଁଛି ମୌସୁମୀ(monsoon) । ଜୁନରେ ମୌସୁମୀର ଗତି ସ୍ବାଭାବିକ ରହିଛି । ହେଲେ ପ୍ରାଥମିକ ସପ୍ତାହରେ କମ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ ।

ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରଥମରୁ ହିଁ ଭୀଷଣ ଗ୍ରୀଷ୍ମ ପ୍ରବାହ ପ୍ରକୋପରେ ପ୍ରଭାବିତ ଭାରତ ପାଇଁ ଦୁର୍ବଳ ମୌସୁମୀ(Weak monsoon) ଚିନ୍ତାର ବିଷୟ । ହେଲେ ନିଜର ପୂର୍ବାନୁମାନରେ ଭାରତୀୟ ପାଣିପାଗ ବିଭାଗ ସ୍ବାଭାବିକ ମୌସୁମୀ ବର୍ଷା ହେବା ନେଇ ଆକଳନ କରିଛି ।

ଭାରତୀୟ ପାଣିପାଗ ବିଭାଗ( IMD ) ଅନୁଯୟୀ, ଆଗାମୀ ଦିନରେ ମୌସୁମୀର ଗତି ବୃଦ୍ଧି ହେବ । ବର୍ଷା ମଧ୍ୟ ଭଲ ହୋଇପାରେ । ଖରିଫ ଋତୁର ଫସଲ ପାଇଁ ଭଲ ବର୍ଷା ବେଶ ଗୁରୁତ୍ବପୂର୍ଣ୍ଣ । ଯଦି ମୌସୁମୀ ସ୍ବାଭାବିକରୁ କମ ରୁହେ କିମ୍ବା ଜୁଲାଇର ପ୍ରଥମ ସପ୍ତାହ ଯାଏଁ ବର୍ଷା ନହୁଏ, ତାହେଲେ ଏହା କୃଷି ଆଧାରିତ ଅର୍ଥବ୍ୟବସ୍ଥା ପାଇଁ କଠିନ ପରିସ୍ଥିତିକୁ ଜନ୍ମ ଦେବ ।

ମୌସୁମୀ ଗତି ବୃଦ୍ଧି ହେଲେ ଖାଦ୍ୟ ଓ ପନିପରିବା ଦରଦାମ ବୃଦ୍ଧି କମିବ । ଦେଶର ଅଧାରୁ ଅଧିକ ଜନସଂଖ୍ୟା ପାଇଁ ମୌସୁମୀ ବର୍ଷା ଅତ୍ୟାବଶ୍ୟକ । ଦେଶରେ ବର୍ଷସାରା ଯେତିକି ବର୍ଷା ହୁଏ, ସେଥିରୁ 70 ପ୍ରତିଶତ ବର୍ଷା ମୌସୁମୀ ସମୟରେ ହିଁ ହୋଇଥାଏ । ଏଥିରୁ 60 ପ୍ରତିଶତ ଯାଏଁ ଫସଲର ରୋପଣ ପାଇଁ ସିଞ୍ଚନରେ ଲାଗିଥାଏ । ପାଖାପାଖି ଅଧାରୁ ଅଧିକ ଜନସଂଖ୍ୟା ପ୍ରତ୍ୟେକ୍ଷ ବା ପରୋକ୍ଷ ରୂପେ କୃଷି ଉପରେ ନିର୍ଭର କରନ୍ତି । ଦୁର୍ବଳ ମୌସୁମୀ କାରଣରୁ ଉତ୍ପାଦନ ଭଲ ହୁଏନାହିଁ ଓ ଦରଦାମ ବୃଦ୍ଧି ହୋଇଥାଏ ।

ଦୁର୍ବଳ ମୌସୁମୀ, କୃଷି ଉପରେ ସଙ୍କଟର କଳା ବାଦଲ

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

ସେପଟେ ପ୍ରବଳ ଗରମ ଓ ଗ୍ରୀଷ୍ମପ୍ରବାହ କାରଣରୁ ପ୍ରଥଣରୁ ହିଁ ରବି ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି । ଏହି କାରଣରୁ ଗହମ ରପ୍ତାନୀ ଉପରେ ସରକତାରଙ୍କୁ ରୋକ ଲଗାଇବାକୁପଡିଥିଲା । ଦେଶରେ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଦୁର୍ବଳ ମୌସୁମୀ ଭୟଙ୍କର ପରିଣାମ ଆଣିପାରେ ।

ସେପଟେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଓ ଝାଡଖଣ୍ଡ ସମେତ ଦେଶର ମଧ୍ୟଭାଗ ମୁଖ୍ୟ ମୌସୁମୀ କ୍ଷେତ୍ର । ହେଲେ ବର୍ତ୍ତମାନ ଏଠାରେ ମୌସୁମୀ ଦୁର୍ବଳ ରହିଛି । ପଞ୍ଜାବ ଓ ହରିୟାଣାରେ ମଧ୍ୟ ଚାଷୀ ମୌସୁମୀ ଉପରେ ନିର୍ଭର କରନ୍ତି । ଏପଟେ ମୌସୁମୀରେ ବିଳମ୍ବ ମହାରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରିଛି ।

ଯଦିଓ କ୍ରମାଗକ ଚତୁର୍ଥ ଥର ସ୍ବାଭାବିକ ମୌସୁମୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ତେବେ ଜୁନର ପ୍ରଥମ ସପ୍ତାହଗୁଡିକରେ ଗ୍ରୀଷ୍ମପ୍ରବାହ କାରଣରୁ ଧାନ ଭଳି ଫସଲ ପାଇଁ ବିହନ ବୁଣିବାରେ ବିଳମ୍ବର ଆଶଙ୍କା ବଢିଛି । ତଥାପି ପାଣିପାଗଲ ବିଭାଗର କହିବାନୁଯାୟୀ ମୌସୁମୀରେ ଗତି ଆସିବା ପରେ ଏହି କ୍ଷତିର ଭରଣା ହୋଇଯିବ ।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ସାରା ଦେଶରେ ବର୍ଷାର ପରିମାଣ ହ୍ରାସ 43 ପ୍ରତିଶତରୁ କମି 17 ଜୁନରେ 18 ପ୍ରତିଶତ ରହିଛି । ପୂର୍ବ, ମଧ୍ୟ ଓ ପୂର୍ବୋତ୍ତର ଅଂଶରେ ସ୍ବାଭାବିକ ବର୍ଷା ରହିବ । 23 ଜୁନ ପରେ ପଶ୍ଚିମ ଭାବରତରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି କହିଛନ୍ତି ମହାପାତ୍ର ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments