1. କୃଷି ଖବର

ଏଥର ଆଗୁଆ ଆସିବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମ ବାୟୁ ୧୫ ମଇ ୨୦୨୨, ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

KJ Staff
KJ Staff
Monsoon is expected to arrive earlier

Monsoon is expected to arrive earlier

ଖୁବ ଶୀଘ୍ର ତାତିରୁ ମିଳିବ ତ୍ରାହି । ଏଥର ଆଗୁଆ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀ ଆଗମନର ସମ୍ଭାବନା ରହିଥଇବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦକ୍ଷିଣ-ପଶ୍ଚିମ ମୌସୁମ ବାୟୁ ୧୫ ମଇ ୨୦୨୨, ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ୨୬ ତାରିଖ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାରେ ଜୁନ୍ ୫ ତାରିଖ ସୁଦ୍ଧା ମୌସୁମୀ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ତଥା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ମେ ୫ରେ ଗ୍ରୀଷ୍ମ ପ୍ରବାହ ଓ ମୌସୁମୀ ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁପାରିସକୁ ଆଧାର କରି ଆଗୁଆ ସମନ୍ବିତ ବନ୍ୟା ସତର୍କତା ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରାଗଲେ ସହରାଞ୍ଚଳରେ ବନ୍ୟା ନିୟନ୍ତ୍ରଣରେ ସହାୟତା ମିଳିପାରିବ ।

ବିଶେଷ କରି ବିଭିନ୍ନ ରାଜ୍ୟର ନଗର ନିଗମ ସଂସ୍ଥାଗୁଡ଼ିକ ଦ୍ବାରା ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ବୈଠକରେ ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ବିପଦ ଓ ସତର୍କତା ସ୍ତର ସମୀକ୍ଷା କରାଯାଇଥିଲା ଏବଂ ନିର୍ଦ୍ଧାରିତ ସମୟରେ ଏ ସବୁର ଯାଞ୍ଚ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

କୃଷି ପାଣିପାଗ ପରାମର୍ଶ, ଜାଣନ୍ତୁ କେମିତି ନେବେ ଫସଲ ଓ ପଶୁଙ୍କ ଯତ୍ନ...

ଆସୁଛି ଆଉ ଗୋଟିଏ ଲଘୁଚାପ, ନେବ ଅବପାତ ରୂପ!

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments