ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ଯେଉଁଥିପାଇଁ ରାଜ୍ୟରେ ଏବେ ହନ୍ତସନ୍ତ ହେଉଛନ୍ତି ଲୋକେ l କାରଣ ରାଜ୍ୟର ପ୍ରାୟ ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି l ଏହି ତାଲିକାରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନ ରହିଛି ।
ଗତକାଲି ବଲାଙ୍ଗୀର ଜିଲ୍ଲାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ପଛକୁ ପଛକୁ ରହିଛି, ସୋନପୁର ଓ ସମ୍ବଲପୁର ଜିଲ୍ଲା । ଏହିପରି ଏଠାରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରହିଥିଲା । ସେହିଭଳି ଅନ୍ୟପଟେ ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୨.୮ ଡିଗ୍ରି, ଝାରସୁଗୁଡ଼ାରେ ୪୨.୬ ଡିଗ୍ରି, ରାଉରକେଲାରେ ୪୨.୨ ଡିଗ୍ରି, ନୂଆପଡ଼ା ଓ ବରଗଡ଼ରେ ୪୨ ଡିଗ୍ରି ଏବଂ ବାରିପଦା ଓ ଦେବଗଡ଼ରେ ୪୧ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ରେକର୍ଡ ହୋଇଛି ଗତକାଲି । ରାଜ୍ୟରେ ପ୍ରବଳ ଖରା, ଗୁଳୁଗୁଳି ଜାରି ରହିଥିବା ବେଳେ ଚଳିତ ବର୍ଷ ଓଡ଼ିଶାକୁ ମୌସୁମୀର ପ୍ରାୟ ୧ ସପ୍ତାହ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି । ତେବେ ଆଗକୁ କିଛିଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବରଏହିଭଳି ନିଆଁ ବର୍ଷା ଜାରି ରହିବ । ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ଡିଗ୍ରି ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସେହିପରି ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷ ପରେ ହୁଏତ କିଛି ମାତ୍ରାରେ ଅଶ୍ଵସ୍ତି ମିଳିବ ଜନସାଧାରଣଙ୍କୁ l
ରାଜ୍ୟରେ ମୌସୁମୀ ୪ ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ୬୦ % ରୁ ୭୦% ସମ୍ଭାବନା ରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସାମଗ୍ରିକ ଭାବେ ଚଳିତ ମୌସୁମୀରେ ଭାରତ ତଥା ଓଡ଼ିଶାରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍ ରହିବ।
Share your comments