1. କୃଷି ଖବର

ମୌସୁମୀ ରେ ବିଳମ୍ବ ..

ମୌସୁମୀ ରେ ବିଳମ୍ବ ..

KJ Staff
KJ Staff

କେରଳ ରେ ଛୁଇଁବ ମୌସୁମୀ …
୪ ଜୁନ ରୁ କେରଳ ରେ ବର୍ଷା…

ସାଧାରଣତ ଜୁନ ୧ ରୁ ଦେଶରେ ମୌସୁମୀ ବର୍ଷା ହେଲା ବେଳେ ଚଳିତ ବର୍ଷ ଏଥିରେ 3 ଦିନ ବିଳମ୍ବ ହେବାର ସମ୍ଭାବନା ରହିଛି |ଏଥର ମୌସୁମୀ ଜୁନ ୧ ରେ କେରଳ ଉପକୂଳ ଛୁଇଁବ|ପୂର୍ବ ବର୍ଷ ୯୧ % ମୌସୁମୀ ବର୍ଷା ରେକର୍ଡ କରାଯାଇଥିଲା ବେଳେ ଚଳିତ ବର୍ଷ ସାଧାରଣ ବର୍ଷା ଠାରୁ କାମ ବର୍ଷା ହେବାର ସମ୍ଭାବନା ରହିଛି |ପାଣିପାଗ ବିଶେଷଜ୍ଞ ମାନେ ଏଲ ନିନୋ ପ୍ରକ୍ରିୟା କୁ ଏହାର କାରଣ ବୋଲି ଦର୍ଶାଇଛନ୍ତି |

ଏହି ସୂଚନା ଦେଶର ଏକମାତ୍ର ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ପକ୍ଷରୁ ସୂଚନା ଦିଆଯାଇଛି |ସାଧାରଣ ତ ଜୁନ ୧ ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲାବେଳେ ଜୁଲୟ ୧୫ ସୁଦ୍ଧା ଦେଶର ସମସ୍ତ ଭାଗ ରେ ଖେଳି ଯାଇଥାଏ |ଚଳିତ ବର୍ଷ ମୌସୁମୀ ପ୍ରାରମ୍ଭରୁ ଦୁର୍ବଳ ରହିବ ମାତ୍ର ଜୁନ ୧୦ ବେଳକୁ ମୌସୁମୀ ଓଡିଶା ଛୁଇଁପାରେ |ଉତ୍ତର ପଶ୍ଚିମାଞ୍ଚଳ ତୁଳନାରେ ପୂର୍ବ ,ଉତ୍ତର ପୂର୍ବ ଏବଂ ମଧ୍ୟ ଭାରତ ରେ କମ ବର୍ଷା ହେବ ବୋଲି ସଂସ୍ଥା ପୂର୍ବାନୁମାନ କରିଥିବା କହିଛନ୍ତି ସିଇଓ ଯତୀନ ସିଂହ |

ତେବେ ପ୍ରଶାନ୍ତ ମହାସାଗର ରେ ସୃଷ୍ଟି ହୋଇଥିବା ଏଲ ନିନୋ କାରଣରୁ ଚଳିତ ବର୍ଷ ଭାରତ ରେ ମୌସୁମୀ ର ମାତ୍ରା କମ ହେବ ର ୫୫ % ଆଶଙ୍କା ରହିଛି ବୋଲି ଉଲ୍ଲେଖ କରିଛନ୍ତି ଯତୀନ | ସେହିପରି ପୂର୍ବ ଏବଂ ଉତ୍ତର ପୂର୍ବ ଭାରତ ରେ ୯୧ % ବର୍ଷା ରେକର୍ଡ କରାଯିବ |

ବିଶେଷ କରି ବିହାର ପଶ୍ଚିମ ବଙ୍ଗ ,ଝାରଖଣ୍ଡ ଇତ୍ୟାଦି ରେ କମ ବର୍ଷ ହେବାକୁ ଥିଲା ବେଳେ ଉତ୍ତର ପୂର୍ବ ଭାରତ ରେ ସ୍ଥିତି ସାମାନ୍ୟ ଉନ୍ନତ ରହିବ ସାଙ୍ଗରେ ଉତ୍ତର ପୁର୍ବାଞ୍ଚଳରେ ୯୬ % ଏବଂ କେନ୍ଦ୍ରୀୟ ଭାରତ ରେ ୯୧ % ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments