News

ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷାକୁ ନେଇ ଖୁସିରେ ଚାଷୀ

ଏଥର ଦେଶରେ ବର୍ଷା ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି l ଯାହା ଚାଷୀଙ୍କୁ ଦେଇଛି ଆଶ୍ବସ୍ତି l ଏଥର ମୌସୁମୀରେ ଏଲ୍‌ନିନୋ ପ୍ରଭାବରେ ଦେଶରେ କମ୍‌ ବର୍ଷା ନେଇ ସୂଚନା ମିଳିଥିଲା l ଯାହାକୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଭୁଲ୍‌ ପ୍ରମାଣିତ କରିଛି ।

12 April, 2023 10:18 AM IST By: Tanushree Mahapatra

ଏଥର ଦେଶରେ ବର୍ଷା ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି l ଯାହା ଚାଷୀଙ୍କୁ ଦେଇଛି ଆଶ୍ବସ୍ତି l ଏଥର ମୌସୁମୀରେ ଏଲ୍‌ନିନୋ ପ୍ରଭାବରେ ଦେଶରେ କମ୍‌ ବର୍ଷା ନେଇ ସୂଚନା ମିଳିଥିଲା l ଯାହାକୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଭୁଲ୍‌ ପ୍ରମାଣିତ କରିଛି ।

ଏ ନେଇ ଆଇଏମ୍‌ଡି ସୂଚନା ଦେଇ କହିଛି ଯେ , ଏ ବର୍ଷ ଜୁନ୍‌ରୁ ‌ସେପ୍ଟେମ୍ବର ମଧ୍ୟ‌ରେ ଭାରତର ଅଧିକାଂଶ ସ୍ଥାନ ଯଥା ଉପଦ୍ବୀପ ଅଞ୍ଚଳ, ସଂଲଗ୍ନ ପୂର୍ବ ଓ ଉତ୍ତରପୂର୍ବ ଭା‌ରତ ଓ ଉତ୍ତର-ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ବର୍ଷା ସ୍ବାଭାବିକ ରହିବ ଯାହା ଏ ବର୍ଷା ଚାଷୀଙ୍କୁ ସାହାଯ୍ୟ କରିବ । ଅର୍ଥାତ୍‌ ଓଡ଼ିଶାରେ ମଧ୍ୟ ସ୍ବାଭାବିକ ବର୍ଷା ହେବ , ଏ ନେଇ ଚାଷୀ ମାନଙ୍କୁ ଆଶ୍ବସ୍ତି ମିଳିଛି । ଏ ବର୍ଷା ଦେଶରେ ସ୍ବାଭାବିକ ବର୍ଷା ୯୬% ହେବ । ତେବେ ଉତ୍ତର-ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ କିମ୍ବା ଏହାଠାରୁ କମ୍‌ ରହିବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି ।

ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଚଳିତ ବର୍ଷ ମୌସୁମୀରେ ଆଇଓଡି ପଜିଟିଭ୍‌ ରହିବ ଯାହା ବର୍ଷାକୁ ସ୍ୱାଭାବିକ ରଖିବ । ସାଧାରଣତଃ ଆଇଓଡି ପଜିଟିଭ୍‌ ରହିଲେ ରାଜ୍ୟରେ ମୌସୁମୀର ପ୍ରଭାବ ଭଲ ରହିଥାଏ ଓ ବର୍ଷା ଭଲ ହୋଇଥାଏ ଯାହା ଚାଷୀଙ୍କୁ ଚାଷ କ୍ଷେତ୍ରରେ ସାହାଯ୍ୟ କରିବ । ଏଥିସହ ଉତ୍ତର ଗୋଲାର୍ଦ୍ଧ ଓ ୟୁରାସିଆରେ ଚଳିତ ବର୍ଷ ବରଫ କମ୍‌ ରହିଛି । ୟୁରାସିଆନ୍‌ ବରଫ ଓ ପଜିଟିଭ୍‌ ଆଇଓଡି ପ୍ରଭାବରେ ଚଳିତ ବର୍ଷ ମୌସୁମୀରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି । ଏଣୁ ଏଲ୍‌ନିନୋ ପ୍ରଭାବରେ କମ୍‌ ବର୍ଷାର ସ୍ଥିତି ଉପୁଜିବାକୁ ଥିବା ବେଳେ ଏହି ଦୁଇ ପାଣିପାଗ କାରକ ଏଲ୍‌ନିନୋ ପ୍ରଭାବକୁ ରାଜ୍ୟରେ କ୍ଷୀଣ କରି‌ବାରେ ସାହାଯ୍ୟ କରିବ ଓ ଚଳିତ ମୌସୁମୀରେ ଦେଶ ତଥା ରାଜ୍ୟରେ ସ୍ବାଭାବିକ ବର୍ଷା ହେବ ବୋଲି ଡ. ଦାସ କହିଛନ୍ତି ।

ବର୍ଷାକୁ ନେଇ ଦେଶର ଚାଷୀଙ୍କ ପାଇଁ ଭଲ ଖବର । ତେବେ ଦେଶରେ ଚଳିତବର୍ଷ ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ହାରାହାରି ୮୭ ସେଂଟିମିଟର ବର୍ଷା ହେବ ବୋଲି ଆକଳନ କରଛି ଓଡିଶା ଆଇଏମଡି । ସେହିପରି ଜୁନରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୯୬ ପ୍ରତିଶତ ବର୍ଷା ହୋଇପାରେ । ବିଶେଷକରି ମୌସୁମୀ ଋତୁର ଦ୍ୱିତୀୟ ଭାଗରେ ଅନୁଭୂତ ହୋଇପାରେ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ନେଇ ଆଇଏମଡିର ଆକଳନ କରାଯଇଛି  ।

ତେବେ ଆପଣ ଜାଣିଛନ୍ତି କି , ଉତ୍ତର ଭାରତ, ପଶ୍ଚିମ, କେନ୍ଦ୍ର ଓ ଉତ୍ତରପୂର୍ବାଞ୍ଚଳରେ ଏହା ଅନୁଭୂତ ହେବ । ପ୍ରଶାନ୍ତ ମହାସାଗରରେ ପାଣି ଉତପ୍ତ ହେବାକୁ ଏଲ-ନିନୋ ପ୍ରଭାବ କୁହାଯାଏ । ଏହା ଯୋଗୁଁ ସାଧାରଣ ଭାବେ ଭାରତରେ ମୌସୁମୀ ପ୍ରବାହ ପ୍ରଭାବିତ ହୋଇଥାଏ, ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗର ନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗତକାଲି ସୂଚନା ଦେଇଛନ୍ତି । ସ୍ୱାଭାବିକ ବର୍ଷା ଯୋଗୁଁ ଏଥର ଭଲ ଫସଲ ହେବାର ଆକଳନ କରାଯାଉଛି । ଗତ ବର୍ଷ ଅତ୍ୟଧିକ ଖରା ଯୋଗୁଁ ଫସଲ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ଚାଷୀ ହଇରାଣ ହରକତ ର ସାମ୍ନା ହୋଇଥିଲେ l

ଆହୁରି ବଢ଼ିବ ଚାପମାତ୍ରା, ପଢନ୍ତୁ ପୁରା ଖବର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)