1. କୃଷି ଖବର

ଆହୁରି ବଢ଼ିବ ଚାପମାତ୍ରା, ପଢନ୍ତୁ ପୁରା ଖବର...

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବୋଚ୍ଚ ଦିନ ତାପମାତ୍ରା ଗୁଡିକରେ ଅନେକ ଜିଲ୍ଲା ରହିଛନ୍ତି।

Priyambada Rana
Priyambada Rana
ଆଜିର ପାଣିପାଗ ଖବର

୨ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ପାର କରିଛି। ଝାରସୁଗୁଡାରେ ୪୧.୪ ଡ଼ିଗ୍ରୀ ରହିଥିବା ବେଳେ ବାରିପଦା ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ରହିଛି। ସେହପରି ଭୁବନେଶ୍ୱର, ଚାନ୍ଦବାଲି, ଅନୁଗୁଳ ଓ ସମ୍ବଲପୁରର ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଛି। ବୌଦ୍ଧ ଓ ମାଲକାନଗିରିର ତାପମାତ୍ରା ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋନପୁପରେ ୩୯.୨ ଓ କଟକର ତାପମାତ୍ରା ୩୯.୧ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଓ ଜଗତସିଂହପୁର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ ଭାରତରେ ଚଳିତ ବର୍ଷ କମ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଏନେଇ ପୁର୍ବାନୁମାନ କରିଛି ଘରୋଇ ପାଣିପାଗ ଏଜେନ୍ସୀ ସ୍କାଏମେଟ୍ । ସ୍କାଏମେଟ୍ କହିଛି ଯେ, ଅଲ ନୀନୋ(El Niño)ବ୍ୟତିତ ଚଳିତ ବର୍ଷ ମୌସୁମୀକୁ ଅନ୍ୟ କେତେକ ଦିଗ ମଧ୍ୟ ପ୍ରଭାବିତ କରିପାରେ । ଏହି କାରଣରୁ ଚଳିତ ବର୍ଷ ଉତ୍ତର ଭାରତ ଯଥା, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବର୍ଷର ଦ୍ୱିତୀୟ ଭାଗରେ କମ୍ ବର୍ଷା ହେବାର ସମ୍ବାବନା ରହିଛି ।

ତେବେ ମୋସୁମୀର ମୁଖ୍ୟ ସମୟ ଯଥା ଜୁଲାଇ ଏବଂ ଅଗଷ୍ଟ ମାସରେ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ । ଏହା ପୁର୍ବରୁ ଜାନୁଆରୀ ୪ରେ ମଧ୍ୟ ସ୍କାଏମେଟ୍ କହିଥିଲା ଯେ, ଚଳିତ ବର୍ଷ ମୌସୁମୀ ବର୍ଷା କମ୍ ରହିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୌସୁମୀ ସମ୍ପର୍କରେ କୌଣସି ପୁର୍ବାନୁମାନ କରିନାହିଁ ।

ସାବଧାନ! ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments