News

ମୌସୁମୀକୁ ଓଡିଶା ପହଞ୍ଚିବାକୁ ଲାଗିବ ଆହୁରି 5 ଦିନ !

ବର୍ତ୍ତମାନ ସୂଚନା ଅନୁଯାୟୀ, ମୌସୁମୀକୁ ଓଡିଶା ଛୁଇଁବାକୁ ଆହୁରି 4ରୁ 5 ଦିନ ସମୟ ଲାଗିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ପହଞ୍ଚିବା ପାଇଁ ପାଗ ଧିରେ ଧିରେ ଅନୁକୂଳ ହେଉଥିବା ପାଣିପାଗ କେନ୍ଦ୍ର କହିଛି ।

11 June, 2022 3:20 PM IST By: Shuvanshu Kar

ସବୁଠି ତାତି ଅସହ୍ୟ ହୋଇପଡିଥିବାବେଳେ କେଉଁଆଡେ ଗାଏବ ହୋଇଯାଇଛି ମୌସୁମୀ(Monsoon) । ଏଥର ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ(indian meteorological department) । ହେଲେ ପାଣିପାଗ ବିଭାଗର ଏହି ଆକଳନରେ କେଉଁଠି ନା କେଉଁଠି ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୂଚନା ଅନୁଯାୟୀ, ମୌସୁମୀ(Monsoon)କୁ ଓଡିଶା ଛୁଇଁବାକୁ ଆହୁରି 4ରୁ 5 ଦିନ ସମୟ ଲାଗିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ପହଞ୍ଚିବା ପାଇଁ ପାଗ ଧିରେ ଧିରେ ଅନୁକୂଳ ହେଉଥିବା ପାଣିପାଗ କେନ୍ଦ୍ର କହିଛି ।

ତାତିରୁ ମିଳିବ ତ୍ରାହି ,ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା,୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଛି। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉନାହିଁ। ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନାହିଁ। ମେ ୩୧ ପରେ ତାମିଲନାଡ଼ୁ, ବେଙ୍ଗାଲୁରୁ, ଭେଲୁର ଓ ପୁଡ଼ୁଚେରୀ ଆଦି ସ୍ଥାନରେ ଭଲ ବର୍ଷା ହୋଇଯାଇଛି।

ଜୁନ 10ରୁ 12 ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା । ହେଲେ ଏହା ସମ୍ଭବ ହୋଇନାହିଁ । ତାପମାତ୍ରା ବୃଦ୍ଧି ମୌସୁମୀକୁ ପହଞ୍ଚିବାରେ ବିଳମ୍ବ କରାଉଛି । ଗତ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି କଲବଲ କରାଉଛି । ତେବେ ବର୍ତ୍ତମାନ ପାଗ ଟିକିଏ କାଉଁଳିଆ ରହିଛି । ଓଡିଶାରେ ପାଗ ଏବେ ମେଘୁଆ ରହିଛି । ତେବେ କାଳ ବୈଶାଖୀର ଆଶଙ୍କା ରହିଥିବାରୁ ତାପମାତ୍ରା ଅପେକ୍ଷାକୃତ କମ ରହିବା ନେଇ ସମ୍ଭାବନା ଅଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)