1. କୃଷି ଖବର

ତାତିରୁ ମିଳିବ ତ୍ରାହି ,ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କାଳ ବୈଶାଖୀର ସମ୍ଭାବନା ରହିଛି | ରାଜ୍ୟରେ କାଳବୈଶାଖୀ ବର୍ଷାର ବିସ୍ତୃତି ବଢ଼ିବ |

Rajashree
Rajashree
Odisha weather update

Odisha weather update

ତାତିରୁ ମିଳିବ ତ୍ରାହି | ରାଜ୍ୟରେ କାଳବୈଶାଖୀ ନେଇ (Rainy weather )ସୂଚନା ଦେଇଛି ପାଣିପାଗ ବିଭାଗ | ରାଜ୍ୟରେ ୫ଟି ସହର ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧ‌ରେ(୪୨.୫ ଡିଗ୍ରି) ରେକର୍ଡ ହୋଇଥିଲା | କିନ୍ତୁ ବର୍ତ୍ତମାନ ପାଣିପାଗ (Weather update) ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ ଦିନ, ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ |

ଗତ ୨ଦିନ ଅପେକ୍ଷା ଶୁକ୍ରବାର ଦିନ ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥିଲା | ଗତକାଲି ଉପକୂଳ ଓ ସଂଳଗ୍ନ ଅଞ୍ଚଳରେ ଦିନସାରା ପାଗ ମେଘୁଆ ରହିଥିଲା ଆଜି ମଧ୍ୟ ସେହିପରି ରହିବାର ଅନୁମାନ କରାଯାଉଛି |

ସୂଚନା ମୁତାବକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କାଳ ବୈଶାଖୀର(Rainy weather) ସମ୍ଭାବନା ରହିଛି | ରାଜ୍ୟରେ କାଳବୈଶାଖୀ ବର୍ଷାର ବିସ୍ତୃତି ବଢ଼ିବ | ଆସନ୍ତା କାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବ।

୧୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ(Rainy weather) ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ଆସନ୍ତା ୪ଦିନ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ |

ଆରବ ସାଗର ନିକଟରେ ମୌସୁମୀ (Monsoon)ର ଗତି ଦୁର୍ବଳ ହେବା ଯୋଗୁଁ ଦେଶର ବିଭିନ୍ନ ଭାଗରେ ମୌସମୀ ପହଞ୍ଚିବାରେ ବିଳମ୍ବ ହୋଇପାରେ । ପାଣିପାଗ ବିଭାଗ (IMD) ଅନୁସାରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ଜଳବାୟୁରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ।

ପାଣିପାଗ ବିଭାଗ (IMD) ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon) ବର୍ତ୍ତମାନ ତାମିଲନାଡୁ, ପୁଡୁଚେରୀ, କରାଇକାଲ ଏବଂ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଭାଗରେ ଅଗ୍ରଗତି କରିଛି | ବର୍ତ୍ତମାନ, ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଦୁର୍ବଳ ରହିବ ।

ଆଜି ୧୫ଟି ଜିଲ୍ଲାରେ କାଳବୈଶାଖୀ, ଝଡ଼ତୋଫାନ ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭିଜାଇବ କାଳବୈଶାଖୀ ବର୍ଷା,କେଉଁ ଜିଲ୍ଲାରେ ବର୍ଷିବ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments