
Mr. Rajesh Agarwal, MD of Insecticides India Limited visits KJ Choupal Today
ଖାଦ୍ୟ ସୁରକ୍ଷାର ଯଥେଷ୍ଟ ଆବଶ୍ୟକତା ରହିଛି । ସ୍ଥାୟୀ କୃଷି ଉପରେ ଧ୍ୟାନ ଦେବା ଉଚିତ । କୃଷି ଜାଗରଣରେ ଯୋଗ ଦେଇ ଏହା କହିଛନ୍ତି Insecticides India Ltd ପରିଚାଳନା ନିର୍ଦ୍ଦେଶକ ରାଜେଶ ଅଗ୍ରଓ୍ବାଲ ।

Mr. Rajesh Agarwal, MD of Insecticides India Limited visits KJ Choupal Today
ଫସଲ ସୁରକ୍ଷା କ୍ଷେତ୍ରରେ Insecticides India Ltd ଏକ ଅଗ୍ରଣୀ କମ୍ପାନୀ ଅଟେ । 2001ରେ କମ୍ପାନୀ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବଲିଉଡ ତାରକା ଅଜୟ ଦେବଗନଙ୍କ ସହିତ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ଇନସେକ୍ଟିସାଇଡ ଇଣ୍ଡିଆ ଲିମିଟେଡ ଉତ୍ପାଦନ ବୃଦ୍ଧି କରି କୃଷି କ୍ଷେତ୍ରକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ କୃଷି ଜାଗରଣ ଚୌପାଲରେ କହିଛନ୍ତି ।

Mr. Rajesh Agarwal, MD of Insecticides India Limited visits KJ Choupal Today
ଇନସେକ୍ଟିସାଇଡ ଇଣ୍ଡିଆ ଲିମିଟେଡ (Insecticides India Ltd ) ପରିଚାଳନା ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ କୃଷି ଜାଗରଣ ମିଡିଆ ପରିଦର୍ଶନ କରିଥିଲେ। କମ୍ପାନୀ ଏହାର ପରିଚାଳନା କାର୍ଯ୍ୟ 2001ରେ ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ନେଇ ଆରମ୍ଭ କରିଥିଲା। କମ୍ପାନୀ ଉତ୍ପାଦନ ବୃଦ୍ଧି କରି କୃଷି କ୍ଷେତ୍ରକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।
କୃଷି ଜାଗରଣ ପରିବାର ସହିତ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ରାଜେଶ ଅଗ୍ରଓ୍ବାଲ । ସେ କହିଛନ୍ତି, କେବଳ ସେହି ଦେଶ ପ୍ରଗତି କରିପାରିବେ ଯିଏ ଉତ୍ପାଦନ, ବିତରଣ ଏବଂ ରପ୍ତାନି ଉପରେ ଧ୍ୟାନ ଦେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କୁ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆଜି ଅନେକ କମ୍ପାନୀ ଚାଷୀ ଉତ୍ପାଦକୁ ଉନ୍ନତ କରି ବଜାରରେ ସ୍ଥାନ ପାଇବାକୁ କଠିନ ଚେଷ୍ଟା କରୁଛନ୍ତି । ଇନସେକ୍ଟିସାଇଡ୍ ଇଣ୍ଡିଆ ଲିମିଟେଡ୍ ଏହି କରୁଛି । ନବସୃଜନର ରାସ୍ତା ଯେକୌଣସି କମ୍ପାନୀକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସେହିଭଳି ପ୍ରତିବଦ୍ଧତା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜେଶ ଅଗ୍ରୱାଲ କହିଛନ୍ତି ।

Mr. Rajesh Agarwal, MD of Insecticides India Limited visits KJ Choupal Today
ରାଜେଶ ଅଗ୍ରଓ୍ବାଲ କହିଛନ୍ତି, ନୂତନ ପିଢିକୁ ଦେଖି ଖୁସି ଲାଗୁଛି । ଆମେ ଯାହା ବି କରୁ, ଭବିଷ୍ୟତ ପାଇଁ ଏହାକୁ ଏକ ବିନିଯୋଗ ଭାବରେ ବିବେଚନା କରିବା ଏବଂ କଠିନ ପରିଶ୍ରମ କରିବା ଉଚିତ୍ । ଯଦି ଆମେ ଚେଷ୍ଟା କରିବା ତେବେ ସଫଳତା ନିଶ୍ଚିତ ମିଳିବ ବୋଲି କହିଛନ୍ତି ରାଜେଶ ।
ଇନସେକ୍ଟିସାଇଡ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ମାର୍କେଟିଂରେ ସେ ଡିପ୍ଲୋମା କରିଛନ୍ତି । 1993ରେ ସେ ତାଙ୍କ ବ୍ୟବସାୟରେ ମାର୍କେଟିଂ ଇନଚାର୍ଜ ଭାବରେ ଯୋଗ ଦେଇଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି କାର୍ଯ୍ୟ ଅଭିଜ୍ଞତାକୁ ମିଶାଇ ସେ ଉତ୍ପାଦନ ଏବଂ ସହଯୋଗୀ କ୍ଷେତ୍ରର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର ପ୍ରେରଣାଦାୟକ ନେତୃତ୍ୱରେ, କମ୍ପାନୀର କାରବାର 1993 ରେ 120 ମିଲିୟନରୁ 2000ରେ 800 ମିଲିୟନକୁ ବୃଦ୍ଧି ପାଇଲା।
Share your comments