1. କୃଷି ଖବର

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ପରଲୋକ

ସୋମବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଲାୟମ ସିଂହ ଯାଦବ । ଅସୁସ୍ଥତା ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Shuvanshu Kar
Shuvanshu Kar
Mulayam Singh Yadav Passes Away

Mulayam Singh Yadav Passes Away

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ପରଲୋକ । ସୋମବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଲାୟମ ସିଂହ ଯାଦବ । ଅସୁସ୍ଥତା ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା କରୁଥିଲେ। ସୋମବାର ସକାଳ 8.16 ରେ ମୁଲାୟମ ସିଂହ ଯାଦବଙ୍କ ନିଧନ ହୋଇଛି ।

55 ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ମୁଲାୟମ ସିଂହ ଯାଦବ 22 ନଭେମ୍ବର 1939ରେ ଇଟାୱା ଜିଲ୍ଲାର ସୈଫଇରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ମୁଲାୟମ 1967ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଠ ଥରର ବିଧାୟକ ରହିଥିବା ମୁଲାୟମ 7 ଥର ଲୋକସଭାର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । 1996 ସେ ପ୍ରତିରକ୍ଷା ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ ।

ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ କ୍ୟାରିୟର ଅତ୍ୟନ୍ତ ଚମତ୍କାର ରହିଛି। 1977ରେ ସେ ଜନତା ପାର୍ଟିରୁ ପ୍ରଥମ ଥର ପାଇଁ ୟୁପି ମନ୍ତ୍ରୀ ହୋଇଥିବାବେଳେ 1989ରେ ପ୍ରଥମ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ରୂପେ ଶବଥ ଗ୍ରହଣ କରିଥିଲେ ।

ଏହା ପରେ, 1993 ଏବଂ ତାପରେ 2003, ସେ ଦ୍ୱିତୀୟ ଏବଂ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯାଦବ । ମୁଲାୟମ ସିଂହ 1992 ରେ ସମାଜବାଦି ପାର୍ଟି ପ୍ରତିଷ୍ଠା କରିଥିଲେ ଏବଂ 1993ରେ BSP ସହିତ ସରକାର ଗଠନ କରିଥିଲେ। ତାଙ୍କ ପୁଅ ଅଖିଳେଶ ଯାଦବ ସମାଜବାଦି ପାର୍ଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ ମୁଲାୟମ ଏହାର ସଂରକ୍ଷକ ଦାୟିତ୍ବ ତୁଲାଉଥିଲେ। ମୁଲାୟମ ସିଂହ ଯାଦବ ବର୍ତ୍ତମାନ ଲୋକସଭାରେ ମେନପୁରୀ ଆସନରୁ ପ୍ରତିନିଧିତ୍ୱ କରୁଥିଲେ।

କାର ଦୁର୍ଘଟଣାରେ ଟାଟା ସନ୍ସ ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ପରଲୋକ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments