News

Hirakud Update:ବଢୁଛି ହୀରାକୁଦରେ ଜଳସ୍ତର, ଫୁଲୁଛି ମହାନଦୀ

ବଢୁଛି ହୀରାକୁଦ ଜଳସ୍ତର । ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମରୁ 26ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।

16 August, 2022 12:30 PM IST By: Sudesna Nayak

ବଢୁଛି ହୀରାକୁଦ (Hirakud) ଜଳସ୍ତର । ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ (Hirakud Dam)ରୁ 26ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।

ସୂଚନା ଅନୁଯାୟୀ, ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରଣ ଜାରି ରହିଛି । ବାଙ୍କୀ, ଆଠଗଡର ଅନେକ ଅଞ୍ଚଳ ଏବେ ଜଳମଗ୍ନ ରହିଛି । ହୀରାକୁଦ (Hirakud)ର 26ଟି ଗେଟ ଖୋଲା ଯାଇଥିବା ବେଳେ ଜଳସ୍ତର ରହିଛି ୬୨୫.୦୪ ଫୁଟ ।

ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା (RAIN) ଲାଗି ରହିଛି । ଯାହାଫଳରେ ହୀରାକୁଦ (Hirakud)ରୁ ପ୍ରଥମେ 34 ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ 26ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ହୀରୀକୁଦ ଡ୍ୟାମ (Hirakud Dam) ଭିତରକୁ ପ୍ରତି ସେକେଣ୍ଡରେ 7 ଲକ୍ଷ 85 ହଜାର 291 ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି 4 ଲକ୍ଷ 34 ହଜାର 008 ଘନ ଫୁଟ ।

19 ଅଗଷ୍ଟରେ ଆଉ ଏକ ଲଘୁଚାପ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଅବପାତର ରୂପ ନେଲା ଲଘୁଚାପ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)