1. କୃଷି ଖବର

ଦିଲ୍ଲୀ ଅଭିମୁଖେ ବାହାରିଲେ ଓଡ଼ିଶା ଚାଷୀ,ବଳ ବଢାଉଛି ଚାଷୀ ଆନ୍ଦୋଳନ

ଦିଲ୍ଲୀରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନ ଏକ ସକ୍ରିୟ ଜାତୀୟ ସଂଗଠନ । ଏହାର ମୁଖ୍ୟ ଅକ୍ଷୟ କୁମାର ଦିଲ୍ଲୀରେ ମାସାଧିକ କାଳ ଆନ୍ଦୋଳନରେ ରହିବା ସହ ଦୁଇ ଦୁଇଥର କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ ଭାଗ ନେଇଛନ୍ତି । ଆଜି ଲୋୟର ପିଏମ୍‌ଜିରେ ଏ ନେଇ ସମାବେଶ ହେବା ସହ ଏଥିରେ ବରିଷ୍ଠ କୃଷକନେତାମାନେ ଓ ସଂଗଠନର ଉପଦେଷ୍ଟା ରବି ଦାସ ଚାଷୀମାନଙ୍କୁ ଉଦବୋଧନ ଦେଇ ଚାଷୀ ଆନ୍ଦୋଳନରେ ଓଡ଼ିଶା ଚାଷୀମାନଙ୍କର ଏହି ଯୋଗଦାନ ଚାଷୀ ଆନ୍ଦୋଳନକୁ ତେଜିୟାନ କରିବ ବୋଲି କହିଥିଲେ ।

KJ Staff
KJ Staff

ଭୁବନେଶ୍ୱର : ଦିଲ୍ଲୀରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନ ଏକ ସକ୍ରିୟ ଜାତୀୟ ସଂଗଠନ । ଏହାର ମୁଖ୍ୟ ଅକ୍ଷୟ କୁମାର ଦିଲ୍ଲୀରେ ମାସାଧିକ କାଳ ଆନ୍ଦୋଳନରେ ରହିବା ସହ ଦୁଇ ଦୁଇଥର କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ ଭାଗ ନେଇଛନ୍ତି । ଆଜି ଲୋୟର ପିଏମ୍‌ଜିରେ ଏ ନେଇ ସମାବେଶ ହେବା ସହ ଏଥିରେ ବରିଷ୍ଠ କୃଷକନେତାମାନେ ଓ ସଂଗଠନର ଉପଦେଷ୍ଟା ରବି ଦାସ ଚାଷୀମାନଙ୍କୁ ଉଦବୋଧନ ଦେଇ ଚାଷୀ ଆନ୍ଦୋଳନରେ ଓଡ଼ିଶା ଚାଷୀମାନଙ୍କର ଏହି ଯୋଗଦାନ ଚାଷୀ ଆନ୍ଦୋଳନକୁ ତେଜିୟାନ କରିବ ବୋଲି କହିଥିଲେ । ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, କେନ୍ଦ୍ର ସରକାର ଆଲୋଚନା ନାଁରେ ତାରିଖ ଗଡ଼ାଇ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ଏହା କେବେ ସଫଳ ହେବ ନାହିଁ । ଲମ୍ବା ଲଢେଇରେ ଚାଷୀମାନଙ୍କ ଐତିହାସିବ ବିଜୟ ହେବ ।

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ବିଷ ଲଡୁ ଧରି ମୂଷାଙ୍କୁ ଯେମିତି ମରାଯାଏ ସେମିତି କଳା କାନୁନ ମାଧ୍ୟମରେ କେନ୍ଦ୍ର ସରକାର ଚାଷୀଙ୍କୁ ମାରିବା ପାଇଁ ଅଭିଯାନ ଚଳାଇଛନ୍ତି । ଏହାର ଦୃଢ ଜବାବ ଦେବା ପାଇଁ ଓଡ଼ିଶାର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଗ୍ରସ୍ତ କରିଛନ୍ତି । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଗୋଟିଏ ଦୁଇଟି ରାଜ୍ୟର ଆନ୍ଦୋଳନ ନୁହେଁ ବୋଲି ଓଡ଼ିଶା ଲୋକେ ଦିଲ୍ଲୀରେ ପହଂଚି ପ୍ରମାଣ କଲେଣି । ଚାଷୀ ଆନ୍ଦୋଳନର ନିଆଁକୁ କେନ୍ଦ୍ର ସରକାର ଭବିଷ୍ୟତରେ ରୋକିପାରିବେ ନାହିଁ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ, ଉମାକାନ୍ତ ଭାରତ ଓ ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିପ୍ରଚରଣ ସାହୁ, ଦୁର୍ଗାପ୍ରସାଦ ଦାସ, ମହେଶ୍ୱର ଜେନା, ଦୁର୍ଗାଚରଣ ସ୍ୱାଇଁ, ସୁଦର୍ଶନ ପାତ୍ର, ରମେଶ ଚନ୍ଦ୍ର କର, ଲକ୍ଷ୍ମୀଧର ପ୍ରଧାନ, ଦିବାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଯାତ୍ରା କଲିକତା, ରାଂଚି, ଉତର ପ୍ରଦେଶ ଦେଇ ଦିଲ୍ଲୀରେ ପହଂଚିବ । ଜାନୁୟାରୀ ୨୬ରେ ଟ୍ରାକ୍ଟର ପ୍ୟାରେଡ଼ରେ ଚାଷୀମାନେ ସାମିଲ ହେବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଜାତୀୟ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments