1. କୃଷି ଖବର

ପିଏମ୍ -କୁସୁମ ସ୍କିମ୍ ନିମନ୍ତେ ନାବାର୍ଡ, କୃଷି ଭିତିଭୂମି ପାଣ୍ଠି ଋଣଗୁଡ଼ିକ ଉପଲବ୍ଧ କରାଯିବ

ପିଏମ୍ -କୁସୁମ ବା ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଜାନ ସ୍କିମ୍ ହେଉଛି କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ସ୍କିମ୍ ଯେଉଁଥିରେ କୃଷି ଅଞ୍ଚଳଗୁଡ଼ିକୁ ଏବଂ ଜଳସେଚନ କାର୍ଯ୍ୟଗୁଡ଼ିକରେ ସୌର ଶକ୍ତିର ଉପଯୋଗ କରାଯିବ l

Sugyan Kumar Nayak
Sugyan Kumar Nayak
Pm Kusum

Pm Kusum

ପିଏମ୍ -କୁସୁମ ବା ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଜାନ ସ୍କିମ୍ ହେଉଛି କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ସ୍କିମ୍ ଯେଉଁଥିରେ କୃଷି ଅଞ୍ଚଳଗୁଡ଼ିକୁ ଏବଂ ଜଳସେଚନ କାର୍ଯ୍ୟଗୁଡ଼ିକରେ ସୌର ଶକ୍ତିର ଉପଯୋଗ କରାଯିବ l

କୃଷି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଯାଇ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ, ଆର.କେ.ସିଂ କହିଲେ, ପିଏମ୍ -କୁସୁମ ସ୍କିମ୍ ନିମନ୍ତେ ନାବାର୍ଡ ଠାରୁ ଋଣଗୁଡ଼ିକ ଉପଲବ୍ଧ ହେବ l

ମନ୍ତ୍ରୀ କହିଲେ ଯେ, ଏହି ଋଣ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ରାଜ୍ୟଗୁଡ଼ିକୁ ସେମାନେ କୃଷି କ୍ଷେତ୍ରର ଶକ୍ତି ଯୋଗାଣ ପାଇଁ ଦେଉଥିବା ସବସିଡିରୁ ପ୍ରଦାନ କରାଯିବ l ବରିଷ୍ଠ ସରକାରୀ ଅଧିକାରୀମାନେ ମଧ୍ୟ କହିଲେ ଯେ,କୃଷି ନିବେଶ ପାଣ୍ଠି (ଏଆଇଏଫ)ରୁ କୁସୁମ ନିମନ୍ତେ ପାଣ୍ଠି ଉପଲବ୍ଧ କରାଯିବ l ଅମଳ ପରବର୍ତ୍ତୀ ପରିଚାଳନା ଭିତିଭୂମି ଏବଂ ଗୋଷ୍ଠୀ କୃଷି ସମ୍ପତ୍ତି ପ୍ରକଳ୍ପଗୁଡ଼ିକରେ ନିବେଶ କରିବା ପାଇଁ ସୁଧ ସହାୟତା ଏବଂ ଆର୍ଥିକ ସହାୟତା ମାଧ୍ୟମରେ ମଧ୍ୟମକାଳୀନ ଏବଂ ଦୀର୍ଘକାଳୀନ ଋଣ ସୁବିଧା ନିମନ୍ତେ ଚଳିତ ବର୍ଷ ଜୁନ ମାସରେ ୟୁନିଅନ୍ କ୍ୟାବିନେଟ ଏଆଇଏଫକୁ ଅନୁମୋଦନ ପ୍ରଦାନ କରିଛି l ଏହି ସ୍କିମ୍ ଅଧୀନରେ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନ ଗୁଡ଼ିକ ଦ୍ୱାରା ୧ ଟ୍ରିଲିୟନ୍ ଟଙ୍କା ଋଣ ପାଇଁ ପ୍ରଦାନ କରାଯିବ l

ପିଏମ୍ -କୁସୁମ ବା ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଜାନ ସ୍କିମ୍ ହେଉଛି କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ସ୍କିମ୍ ଯେଉଁଥିରେ କୃଷି ଅଞ୍ଚଳଗୁଡ଼ିକୁ ଏବଂ ଜଳସେଚନ କାର୍ଯ୍ୟଗୁଡ଼ିକରେ ସୌର ଶକ୍ତିର ଉପଯୋଗ କରାଯିବ l ୨୦୧୯ରେ ୟୁନିଅନ୍ କ୍ୟାବିନେଟ ଦ୍ୱାରା ଅନୁମୋଦନ ଲାଭ କରିଥିବା କୁସୁମର ତିନିଗୋଟି ଉପାଦାନ ରହିଛି: ଚାଷ ଜମିଗୁଡ଼ିକରେ ୧୦,୦୦୦  MW କ୍ଷମତା ବିଶିଷ୍ଟ ଗ୍ରୀଡ଼ ସଂଯୋଜିତ/ଅଫ-ଗ୍ରୀଡ଼ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ; ୧,୭୫୦,୦୦୦ଟି ଗୋଟିକିଆ ସୌରଚାଳିତ କୃଷି ପମ୍ପ ସ୍ଥାପନ ଏବଂ ଗ୍ରୀଡ଼ ସଂଯୋଜିତ ୧ ମିଲିୟନ କୃଷି ପମ୍ପର ସୌରଶକ୍ତିକରଣ l ଏହି ପ୍ରକଳ୍ପଗୁଡ଼ିକର 30 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଏବଂ ଅବଶିଷ୍ଟ ଅଂଶ ହିତାଧିକାରୀ କୃଷକ ଏବଂ ରାଜ୍ୟ

ସରକାରଙ୍କ ମଧ୍ୟରେ ଭାଗ କରାଯିବ l

ଆହୁରି ମଧ୍ୟ ସିଂ କହିଲେ ଯେ, ପ୍ରତ୍ୟେକ ଜଳସେଚନ ପମ୍ପ ନିକଟରେ ସୋଲାର ଲଗାଇବା ଅପେକ୍ଷା କେତେକ ରାଜ୍ୟ କୃଷି ଫିଡରଗୁଡ଼ିକୁ କୁସୁମ ଅଧୀନରେ ସୌରଶକ୍ତିକରଣ କରିପାରିବେ l ସେ କହିଲେ ଯେ ଏହି ସ୍କିମ୍ ପିଏମ୍ -କୁସୁମ ଅଧୀନରେ ଉପଲବ୍ଧ କରାଯିବ l ସେଣ୍ଟର ଫର ରିନ୍ୟୁଏବୁଲ ସେକ୍ଟର ଇନଭେଷ୍ଟର୍ସ ଦ୍ୱାରା ଆହୂତ ଏକ ବାର୍ଷିକ କାର୍ଯ୍ୟକ୍ରମ, ରି-ଇନଭେଷ୍ଟରେ ମନ୍ତ୍ରୀ ଏହା କହୁଥିଲେ l

ସିଂ କହିଲେ ଯେ, ଶୀତଳ ଭଣ୍ଡାର ଏବଂ ଗୋଶାଳାଗୁଡ଼ିକରେ ସୌର ଶକ୍ତି ଯୋଗାଇଦେବା ନିମନ୍ତେ ନୂତନ ସ୍କିମ୍ଗୁଡ଼ିକର ଯୋଜନା କରାଯାଉଛି l “ଜମିରେ ବର୍ଷକୁ ଅତିକମରେ ୧୫୦ ଦିନ ଜଳସେଚନ ଦରକାର l ଅବଶିଷ୍ଟ ୨୦୦ ଦିନରେ ସୌର ପମ୍ପଗୁଡ଼ିକରୁ ଉତ୍ପାଦନ ହେଉଥିବା ବିଦ୍ୟୁତ ଶକ୍ତିକୁ କୁସୁମ ସ୍କିମ ଅଧୀନରେ ମାଗଣାରେ ରାଜ୍ୟ ସରକାରଙ୍କର ଶକ୍ତି ବିତରଣ କମ୍ପାନୀଗୁଡ଼ିକୁ ଯୋଗାଇଦିଆଯିବ l ଏହା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଶକ୍ତି ଉପଯୋଗ ନିମନ୍ତେ କୃଷିଭିତ୍ତିକ ରିହାତି ଆକାରରେ ପାଖାପାଖି ୬,୦୦୦ କୋଟି ରୁ ୧୨,୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ ବୋଲି ଶ୍ରୀଯୁକ୍ତ ସିଂ କହିଲେ l

ସୌରଚାଳିତ ଜଳସେଚନ ପମ୍ପଗୁଡ଼ିକର ଅଧିକ ବ୍ୟବହାର ଏବଂ ଭୂତଳ ଜଳ ସ୍ତର ହ୍ରାସ ସମ୍ପର୍କରେ କହିବାକୁ ଯାଇ ଶ୍ରୀଯୁକ୍ତ ସିଂ କହିଲେ ଯେ, ଏହାର ସମାଧାନ କରିବା ପାଇଁ ରହିଥିବା ପମ୍ପର କ୍ଷମତା ଏବଂ ଜଳସେଚନଯୋଗ୍ୟ ଜମିର କ୍ଷମତାକୁ ଭିତିକରି ପ୍ରତ୍ୟେକ କୃଷକ ମାସିକ କେତେ ପରିମାଣର ସୌରଶକ୍ତି ଉପଯୋଗ କରିବେ ତାହା ନିର୍ଦ୍ଧାରିତ କରାଯିବ l ସେ ପୁଣି କହିଲେ ଯେ, “ଯଦି ଜଳ ଏବଂ ସୌର ଶକ୍ତିର ଉପଯୋଗ ନିର୍ଦ୍ଧାରିତ ସ୍ତରରୁ କମ ରହେ ତେବେ ବିଦ୍ୟୁତ ସଞ୍ଚୟ ସହିତ ସଂଯୋଗ ହୋଇଥିବା ଉକ୍ତ କୃଷକଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ”l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ