1. କୃଷି ଖବର

ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲାରେ ଯାତ୍ରା କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବେ।

Tanushree Mahapatra
Tanushree Mahapatra
Narendra Modi addresses the Viksit Krishi Sankalp Abhiyan

Narendra Modi addresses the Viksit Krishi Sankalp Abhiyan

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ଯେ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସହାୟତା କରିବା ଲାଗି ଏକ ଅନନ୍ୟ ପ୍ରୟାସ ଭାବେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୌସୁମୀ ଋତୁ ପାଖେଇ ଆସୁଥିବା ବେଳେ ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲାରେ ଯାତ୍ରା କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବେ। ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ଉତ୍ସର୍ଗୀକୃତତାକୁ ସ୍ୱୀକାର କରି ସେହି ସମସ୍ତ କୃଷକ ଏବଂ ଏହି ଦଳର ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କୃଷି ପାରମ୍ପରିକ ଭାବେ ରାଜ୍ୟର ଏକ ବିଷୟ ହୋଇ ରହିଛି ଏବଂ ପ୍ରତ୍ୟେକ ରାଜ୍ୟ କୃଷକ କଲ୍ୟାଣ ପାଇଁ ନୀତି ପ୍ରସ୍ତୁତ କରିବା ଏବଂ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଦ୍ରୁତ ଗତିରେ ବଦଳୁଥିବା ସମୟ ସହିତ ଭାରତର କୃଷି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେ ମନ୍ତବ୍ୟ ଦେଇଛନ୍ତି ଯେ ଭାରତୀୟ କୃଷକମାନେ ରେକର୍ଡ ଉତ୍ପାଦନ ହାସଲ କରିଛନ୍ତି, ଶସ୍ୟ ଭଣ୍ଡାର ପୂରଣ କରିଛନ୍ତି, କିନ୍ତୁ ବଜାର ଗତିଶୀଳତା ଏବଂ ଉପଭୋକ୍ତା ପସନ୍ଦ ବିକଶିତ ହେଉଛି।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏକ ବିକଶିତ ଭାରତ ପାଇଁ ଭାରତର କୃଷି ମଧ୍ୟ ବିକଶିତ ହେବା ଆବଶ୍ୟକ, ଯେଉଁଥିରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋକପାତ କରାଯାଇଥିଲା। ସେ କୃଷକମାନଙ୍କ ଉତ୍ପାଦ ପାଇଁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା, କୃଷି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜାତୀୟ ଆବଶ୍ୟକତା ସହିତ ଫସଲ ଉତ୍ପାଦନକୁ ଯୋଡ଼ିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବା, ସର୍ବନିମ୍ନ ଜଳ ବ୍ୟବହାର ସହିତ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା, କ୍ଷତିକାରକ ରାସାୟନିକ ପଦାର୍ଥରୁ ମୃତ୍ତିକା ସ୍ୱାସ୍ଥ୍ୟକୁ ରକ୍ଷା କରିବା, କୃଷି କୌଶଳର ଆଧୁନିକୀକରଣ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିକୁ କ୍ଷେତକୁ ନେବା ଆବଶ୍ୟକ ବୋଲି ଉଲ୍ଲେଖକରି ଶ୍ରୀ ମୋଦୀ କହିଛନ୍ତି ଯେ "ଭାରତ କେବଳ ନିଜର ଆବଶ୍ୟକତା ପୂରଣ କରିବା ଉଚିତ ନୁହେଁ ବରଂ ଏକ ବିଶ୍ୱ ଖାଦ୍ୟ ଯୋଗାଣକାରୀ ଭାବରେ ମଧ୍ୟ ଉଭା ହେବା ଉଚିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଗତ ୧୦-୧୧ ବର୍ଷ ଧରି ସରକାର ଏହି କ୍ଷେତ୍ରରେ ବ୍ୟାପକ ପ୍ରୟାସ କରିଛନ୍ତି। ସେ ଏହି ଅଭିଯାନରେ ଅଂଶଗ୍ରହଣ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃଷକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଏବଂ କୃଷି କ୍ଷେତ୍ରରେ ହେଉଥିବା ଆଧୁନିକ ପ୍ରଗତି ସମ୍ପର୍କରେ ସେମାନେ ଭଲ ଭାବେ ଅବଗତ ହେବା ସୁନିଶ୍ଚିତ କରିବା ଲାଗି ଅନୁରୋଧ କରିଥିଲେ।

ପାରମ୍ପରିକ କୃଷି ବ୍ୟତୀତ କୃଷକମାନଙ୍କୁ ଅତିରିକ୍ତ ଆୟର ଉତ୍ସ ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କୃଷକମାନଙ୍କ ପାଇଁ ସୁଯୋଗ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ କ୍ଷେତ ସୀମାରେ ସୌର ପ୍ୟାନେଲ ସ୍ଥାପନ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିପାରିବ। ସେ ମିଠା ବିପ୍ଳବର ପ୍ରଭାବ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ମହୁମାଛି ପାଳନ କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ଅଧିକ ଅଂଶଗ୍ରହଣକାରୀଙ୍କୁ ସାମିଲ କରିବା ପାଇଁ ଏହାକୁ ବିସ୍ତାର କରାଯିବା ଆବଶ୍ୟକ। କୃଷି ଅବଶିଷ୍ଟାଂଶକୁ ଶକ୍ତିରେ ପରିଣତ କରିବା, ବର୍ଜ୍ୟକୁ ସମ୍ପଦରେ ପରିଣତ କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। 'ଶ୍ରୀ ଅନ୍ନ" ଚାଷ ପାଇଁ ଉପଯୁକ୍ତ କ୍ଷେତ୍ର ଚିହ୍ନଟ କରିବା ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଦୁଗ୍ଧ ଦେଉନଥିବା ଗୋରୁମାନେ ମଧ୍ୟ ଏବେ ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଅର୍ଥବ୍ୟବସ୍ଥାରେ ଯୋଗଦାନ କରୁଛନ୍ତି, ଯାହା ଆୟ ସୃଷ୍ଟି କରିବାର ସୁଯୋଗ ସୃଷ୍ଟି କରୁଛି। ସର୍ବାଧିକ ଅଂଶଗ୍ରହଣ ଏବଂ ଲାଭ ସୁନିଶ୍ଚିତ କରିବା ପାଇଁ ଏହି ନବସୃଜନଗୁଡ଼ିକ ବିଷୟରେ ବ୍ୟାପକ କୃଷକ ସଚେତନତା ପାଇଁ ସେ ଆହ୍ୱାନ କରିଥିଲେ।

Read more 

ସିଫା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

OUATରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ