1. କୃଷି ଖବର

ସୌର ଉପକରଣ ନିର୍ମାଣ ପାଇଁ ଓଡ଼ିଶା ଉଦ୍ୟୋଗୀ ମାନଙ୍କ ପାଇଁ ଏକ ପସନ୍ଦର ସ୍ଥଳ

ଭୁବନେଶ୍ୱର, ୪ଡିସେମ୍ବର,୨୦୨୦: ଭୁବନେଶ୍ୱରରେ ନୀତି ଆୟୋଗ ଭାରତ ସରକାରଙ୍କ ସହଯୋଗରେ ଏଆଇସି-ଏନଆଇଟିଏଫ ସ୍ଥାପିତ ହୋଇଯାଇଛି । ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି କେନ୍ଦ୍ରଟି ଷ୍ଟାର୍ଟ ଅପ ଓ ଉଦ୍ୟୋଗୀଙ୍କ ପାଇଁ ଅନ୍ୟତମ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟକରିବ । ପୂର୍ବ ଭାରତରେ ଏହା ଜ୍ଞାନକେନ୍ଦ୍ର ଭାବେ ନିଜର କାର୍ଯ୍ୟକାରୀତାକୁ ପ୍ରସାରିତ କରିବ ।

KJ Staff
KJ Staff
Govt. of Odisha Addressing National Solar Conclave - 2020

Govt. of Odisha Addressing National Solar Conclave - 2020

ଭୁବନେଶ୍ୱର, ୪ଡିସେମ୍ବର,୨୦୨୦: ଭୁବନେଶ୍ୱରରେ ନୀତି ଆୟୋଗ ଭାରତ ସରକାରଙ୍କ ସହଯୋଗରେ ଏଆଇସି-ଏନଆଇଟିଏଫ ସ୍ଥାପିତ ହୋଇଯାଇଛି । ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି କେନ୍ଦ୍ରଟି ଷ୍ଟାର୍ଟ ଅପ ଓ ଉଦ୍ୟୋଗୀଙ୍କ ପାଇଁ ଅନ୍ୟତମ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟକରିବ । ପୂର୍ବ ଭାରତରେ ଏହା ଜ୍ଞାନକେନ୍ଦ୍ର ଭାବେ ନିଜର କାର୍ଯ୍ୟକାରୀତାକୁ ପ୍ରସାରିତ କରିବ । ନ୍ୟାଶନାଲ୍ ସୋଲାର ଏନର୍ଜି କନକ୍ଲେଭ୍ (ଏସଇସି୨୦୨୦) ଗତ ୧ ଡିସେମ୍ବର ୨୦୨୦ଠାରୁ ୩ ଡିସେମ୍ବର ୨୦୨୦ ମଧ୍ୟରେ ଏଆଇସି-ଏନଆଇଟିଏଫ ପରିସରରେ ଆୟୋଜିତ ହୋଇଥିଲା । ଭୁବନେଶ୍ୱରରେ ୧୦ ଟି ବୈଷୟିକ ଅଧିବେସନରେ ୩୦ ଜଣ ବକ୍ତା ଓ ଅନେକ ଷ୍ଟାର୍ଟଅପ ତଥା ଉଦ୍ୟୋଗୀ, ପ୍ରକଳ୍ପ ପ୍ରସ୍ତାବକ, ପେଷାଦାର ଓ କର୍ପୋରେଟର ବରିଷ୍ଠ କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ପ୍ରମୁଖ ବିଷୟ ଥିଲା ସୌର ଶକ୍ତିର ବିକାଶ ଓ ଏହାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା । ଇଂଟରନ୍ୟାସନାଲ ସୋଲାର ଆଲିୟାନସର ମହାନିର୍ଦ୍ଦେଶକ ଉଦଘାଟନୀ ଭାଷଣ ଦେଇଥିବାବେଳେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସଚିବ ତଥା ସବୁଜ ଶକ୍ତି ବିକାଶ କମ୍ପାନି ଲିମିଟେଡ (ଜିଇଡିସିଓଏଲ)ର ଚେୟାରପର୍ସନ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।

ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ ଭାଷଣରେ କହିଥିଲେ ଯେ ଓଡ଼ିଶାର ଜଳାଶୟମାନଙ୍କରୁ ୫୦୦୦ ମେଗାୱାଟ ସୌରଶକ୍ତି ଉତ୍ପାଦିତ ହୋଇପାରିବ ଯାହା ଆମର ଶକ୍ତି ଆବଶ୍ୟକତାଠାରୁ ଅଧିକ । ଷ୍ଟାର୍ଟଅପ, ଇନୋଭେଟର୍ସ, ଉଦ୍ୟୋଗୀଙ୍କ ପାଇଁ ୭ଟି କାର୍ଯ୍ୟକୁ ସୁପାରିଶ କରାଯାଇଛି, ଯେଉଁଗୁଡ଼ିକ ହେଲା: କ) କମ୍ପାକ୍ଟ ଫଟୋଭୋଲଟାଇକ ପ୍ୟାନେଲର ବିକାଶ, ଖ) ଦୃଢ ତଥା ସୁଲଭ ବ୍ୟାଟେରୀ ତିଆରି ପାଇଁ ଷ୍ଟୋରେଜ ବୈଷୟିକୀ, ଗ) ଉଚ୍ଚଗୁଣମାନର ସୌର ଉପକରଣ, ଘ) ସୋଲାର ପ୍ୟାନେଲଗୁଡ଼ିକର ଅଭିନବ ନିୟୋଜନ, ଙ) ସୋଲାର ପ୍ୟାନେଲ ଓ ଉପକରଣର ରକ୍ଷଣାବେକ୍ଷଣ, ଚ) ସୁଲଭ ମୂଲ୍ୟର ରୁଫ ଟପ ସୋଲାର ସିଷ୍ଟମ, ଛ) ଜଳସେଚନ ପାଇଁ ମାଇକ୍ରୋ/ମିନି ପମ୍ପସେଟ, ୱାଟର ପ୍ୟୁରିଫାୟର, ୱାଟର ହିଟର, ସୋଲାର କୁକର, ସୋଲାର ହୋମ ଲାଇଟିଂ, ମାଇକ୍ରୋ ସୋଲାର ଗ୍ରୀଡ, ସୋଲାର ଟୟ ଇତ୍ୟାଦି ।

 ଉଦଯାପନ ଦିବସର ପ୍ରଥମ ଅଧିବେସନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ, ଅଂଶଗ୍ରଣକାରୀମାନଙ୍କୁ ଦକ୍ଷତା ବିକାଶ ଓ ଇନକ୍ୟୁବେଶନ କେନ୍ଦ୍ରର ପ୍ରୋତ୍ସାହନ ପାଇଁ ଓଡ଼ିଶାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ତିମ ଅଧିବେସନରେ ଡ. ତପନ କୁମାର ଚାନ୍ଦ ସୂଚନା ଦେଇଥିଲେଯେ ସୌର ଉଦ୍ୟୋଗରେ ଉଜ୍ଜ୍ୱଳ ସମ୍ଭାବନା ରହିଛି, ଏଥିପାଇଁ କୁଶଳୀ କର୍ମଚାରୀମାନଙ୍କର ଆବଶ୍ୟକତା ପଡ଼ିବ । ଶିଳ୍ପ ପ୍ରତିଷ୍ଠା ପାଇଁ ସୁବିଧା ସହ ସୌର ଉପକରଣ ଓ ଯନ୍ତ୍ରପାତି ତିଆରି, ଲିଥିୟମ ଆଇଅନ ବ୍ୟାଟେରୀ ଉତ୍ପାଦନ ଲାଗି ବହୁ ଉଦ୍ୟୋଗ ସ୍ଥାପନ ପାଇଁ ଓଡ଼ିଶା  ଉଦ୍ୟୋଗୀ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରେ । ଉକ୍ତ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଂଶଗ୍ରହଣକାରୀ ନୀତି ଆୟୋଗର ସହାୟତାରେ  ପ୍ରତିଷ୍ଠିତ ଏଆଇସି-ଏନଆଇଟିଏଫର ଅତ୍ୟାଧୁନିକ ସୁବିଧା ଓ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments