1. କୃଷି ଖବର

ICAR-CIFA ରେ ଆରମ୍ଭ ହେଲା ଜାତୀୟ କର୍ମଶାଳା

ICAR-CIFA ରେ ଦୁଇ ଦିନିଆ କର୍ମଶାଳା । ଏଫ୍‌ଆର୍‌ପି କୃଷି ଯନ୍ତ୍ରପାତିର ରୂପାଙ୍କନ ଓ ବିକାଶ ପ୍ରକ୍ରିୟା ଏହାର ଶୀର୍ଷକ ରହିଛି ।

Shuvanshu Kar
Shuvanshu Kar
National Workshop on FRP inaugurated at ICAR-CIFA

National Workshop on FRP inaugurated at ICAR-CIFA

କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା ଅଧିନସ୍ଥ ଏଆଇସିଆର୍‌ପି ପ୍ରକଳ୍ପ ପକ୍ଷରୁ ଉଦଘାଟିତ ହୋଇଛି ଦୁଇ ଦିନିଆ କର୍ମଶାଳା(National Workshop) । ଏଫ୍‌ଆର୍‌ପି କୃଷି ଯନ୍ତ୍ରପାତିର ରୂପାଙ୍କନ ଓ ବିକାଶ ପ୍ରକ୍ରିୟା ଏହାର ଶୀର୍ଷକ ରହିଛି ।

ଓଡିଶା ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡ, ରାଜସ୍ଥାନ, ମେଘାଳୟ, ପଞ୍ଜାବ, ଉତରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ସିକିମ୍‌, ଛତିଶ ଗଡ଼ ଓ ଜାମ୍ମୁ କାଶ୍ମୀର ଆଦି ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨୦ ଜଣ ପ୍ରଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏଥି ନିମନ୍ତେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଲୁଧିଆନାସ୍ଥିତ ଏଆଇସିଆର୍‌ପି ପ୍ରକଳ୍ପ ସଂଯୋଜକ ଡଃ ଆର୍‌. କେ. ସିଂହ, ଆଇସିଏଆର୍‌- ଆଇଆଇଡବ୍ଲ୍ୟୁଏମ୍ ଅଧିନସ୍ଥ ସିଆର୍‌ପି ଅନ୍ ୱାଟର ର ପ୍ରକଳ୍ପ ସଂଯୋଜକ ଡଃ ଏସ୍‌. କେ. ଜେନା ଓ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଯୋଗଦାନ କରିଥିଲେ ।

ଭୁବନେଶ୍ୱରସ୍ଥିତ ସିପେଟ୍‌-ଆଇପିଟି ଏହି କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ଯୋଗାଇ ଦେଇଛନ୍ତି। ପ୍ରଧାନ ବୈଜ୍ଞାନିକ ଡଃ ବି. ସି. ମହାପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିଲେ । ସେ ଆଇସିଏଆର୍‌-ସିଫାସ୍ଥିତ ଏଆଇସିଆର୍‌ପି କେନ୍ଦ୍ରର କୃତିତ୍ୱ ଉପରେ ଆଲୋକପାତ କରିବା ସହ ପ୍ରଶିକ୍ଷଣ ପାଠ୍ୟଖସଡ଼ା ଉପରେ ବର୍ଣ୍ଣନା କରିଥିଲେ ।

ମୁଖ୍ୟ ଅତିଥି ଡଃ ଆର୍‌. କେ. ସିଂହ ଶସ୍ୟକ୍ଷେତ୍ର, ପନିପରିବା, ଫଳ, ମତ୍ସ୍ୟଚାଷ, ପଶୁ ଉତ୍ପାଦ ଇତ୍ୟାଦି କୃଷି ଉତ୍ପାଦନର ବିକାଶରେ ପ୍ଲାଷ୍ଟିକ୍‌ର ଭୂମିକା ସଂପର୍କରେ ବର୍ଣ୍ଣନା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଅଭାବୀ ଲୋକ ପାଖରେ ଏହି ବୈଷୟିକ ଜ୍ଞାନ ଭାରତୀୟ ଶୈଳୀରେ ପହଞ୍ଚାଇବାକୁ ଅଧିକ ଗବେଷଣା କରିବାକୁ ପଡ଼ିବ ଓ କୃଷିକ୍ଷେତ୍ରର ପ୍ଲାଷ୍ଟିକ୍‌ର ପୁନଃପୌନିକ ବ୍ୟବହାର ପାଇଁ ଯତ୍ନବାନ ହେବାକୁ ପଡ଼ିବ ।

ଅନ୍ୟତମ ଅତିଥି ଡଃ ଏସ୍‌. କେ. ଜେନା ପ୍ଲାଷ୍ଟିକ୍ ଆଚ୍ଛାଦିତ ପୋଖରୀର ବ୍ୟବହାର ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରଶିକ୍ଷାର୍ଥୀମାନେ ପରିବେଶ ଉପଯୋଗୀ ପ୍ଲାଷ୍ଟିକ୍ କଲ୍‌ଚର ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ଏହି ପ୍ରଶିକ୍ଷଣରୁ ଗ୍ରହଣକରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ ।

ଏହି ସଭାରେ ଅଧ୍ୟକ୍ଷତା କରି ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଜଳଜୀବ ପାଳନ କ୍ଷେତ୍ରରେ ପ୍ଲାଷ୍ଟିକ୍‌ର ବ୍ୟବହାର ବିଶେଷ କରି ଏଫ୍‌ଆର୍‌ପି କାର୍ପ ହାଚେରୀ. ସାଇଲୋ, ଜୀବନ୍ତ ମାଛ ପରିବହନ କୁଣ୍ଡ, ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦାନ ଯନ୍ତ୍ର, ପଲିହାଉସ୍ ପୋଖରୀ, ମୋବାଇଲ ଫିସ୍ ଭେଣ୍ଡିଂ ୟୁନିଟ୍‌, ଆକ୍ୱାପନିକ୍ସ, ପୋର୍ଟେବୁଲ ଏଫ୍‌ଆରପି ମାଗୁର ଏବଂ ପାବ୍‌ଦା ହାଚେରୀ ଇତ୍ୟାଦି ସିଫାର କୃତିତ୍ୱ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡଃ ଡି. ପଣ୍ଡା ଓ ଏନ୍‌. କେ. ଚନ୍ଦନ ସଂଯୋଜନା କରିଥିଲେ ।

ଆଜିଠୁ ବେଙ୍ଗାଲୁରରେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ବୈଠକ

ଚାଷୀ ବି ହୋଇପାରିବେ ସାମ୍ବାଦିକ, କୃଷି ଜାଗରଣର ଅନନ୍ୟ ପଦକ୍ଷେପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments