News

ମରୁଡି ଇନପୁଟ୍ ସହାୟତା ବାବଦକୁ ମିଳିବ ୨୦୦ କୋଟି: ମୁଖ୍ୟମନ୍ତ୍ରୀ

ବାତ୍ୟା ହେଉ କି ବନ୍ୟା ରାଜ୍ୟବାସୀଙ୍କ ସହିତ ସବୁବେଳେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ l ଆଜି ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇ ପାରିଛି । ଦେଶର ତୃତୀୟ ବୃହତ୍‍ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି ।

16 November, 2022 11:41 AM IST By: Tanushree Mahapatra

ବାତ୍ୟା ହେଉ କି ବନ୍ୟା ରାଜ୍ୟବାସୀଙ୍କ ସହିତ ସବୁବେଳେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ( odisha cm naveen pattnaik ) l ଆଜି  ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇ ପାରିଛି  । ଦେଶର ତୃତୀୟ ବୃହତ୍‍ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ( national and international ) ସ୍ତରରେ ବିଭିନ୍ନ ସମ୍ମାନଜନକ ପୁରସ୍କାର ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଦୁଃଖ ଦୁଇଦ ଦୁର୍ଦଶା ରେ ସବୁବେଳେ ନିଜକୁ ସାମିଲ କରିଛନ୍ତି l

ସେହିପରି ଗତକାଲି ପୁଣି ଚାଷୀଙ୍କୁ ସହାୟତା ପାଇଁ ୨୦୦ କୋଟି ( 200 crore ) ତାଙ୍କ ଘୋଷଣା କରିଛନ୍ତି l ଯାହା ଚାଷୀ ମହଲ ରେ ଖୁସି ଖେଳାଇ ଦେଇଛି l ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ଯାହାର ଲାଭ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଇନପୁଟ ସହାୟତା ପ୍ରଦାନ କରିବେ । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନେ ଫସଲ କ୍ଷତି ସହିଥିବାରୁ ଜିଲ୍ଲାପାଳମାନେ ତୁରନ୍ତ ଜିଲ୍ଲା ପାଇଁ ଆବଶ୍ୟକୀୟ ପାଣ୍ଠି ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ମାତ୍ରେ ସହାୟତା ପାଣ୍ଠି ଜିଲ୍ଲାକୁ ମିଳିବ । ରାଜ୍ୟ ସରକାର ଏ ବାବଦରେ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ମରୁଡିରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଏଯାବତ ଫସଲ ବୀମା ମିଳିନାହିଁ । ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମରୁଡି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ କ୍ଷତିପୂରଣ ବାବଦ ରିପୋର୍ଟ ଦେବା ସହ ଆବଶ୍ୟକୀୟ ଅର୍ଥ ବାବଦରେ ଏସଆରସିଙ୍କ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ରିପୋର୍ଟ ଆଧାରରେ ତୁରନ୍ତ ମରୁଡି କ୍ଷତିଗ୍ରସ୍ତଙ୍କୁ ମିଳିବ ଇନପୁଟ୍ ସହାୟତା । ରାଜ୍ୟ ନିଜ ସମ୍ବଳରୁ ଏହି ଖର୍ଚ୍ଚ ଭରଣା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ରାଜ୍ୟ ସରକାର ବହୁବାର ଯୋଗାଯୋଗ କରିବା ପରେ ମଧ୍ୟ ସୁଫଳ ମିଳିନି । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଅଣ୍ଟା ଭଡ଼ିଛନ୍ତି । ଏଥିପାଇଁ ରାଜ୍ୟ ନିଜସ୍ବ ପାଣ୍ଟି ଖର୍ଚ୍ଚ କରିବ । ଜିଲ୍ଲାପାଳମାନେ ତୁରନ୍ତ ଏସଆରସିଙ୍କୁ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ବାବଦ ପାଣ୍ଠି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ମରୁଡି ପାଇଁ ସ୍ୱତନ୍ତ୍ର ପ୍ୟାକେଜ :

କୃଷକମାନଙ୍କୁ ଉତ୍ସାହିତ କରିବ ନୂତନ ଶସ୍ୟ ବୀମା ଯୋଜନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)