1. କୃଷି ଖବର

ମିଳୁ ନାହିଁ ପୀଇବା ପାଣି ..୧୦୦୦୦ ଓ଼ଟ ଙ୍କୁ ହତ୍ୟା ନିର୍ଦେଶ

ମିଳୁ ନାହିଁ ପୀଇବା ପାଣି ..୧୦୦୦୦ ଓ଼ଟ ଙ୍କୁ ଗୁଳି ନିର୍ଦେଶ

KJ Staff
KJ Staff

ବହୁତ ଅଧିକ ପାଣି ପିଉଛନ୍ତି ଓ଼ଟ

ଓ଼ଟ ଙ୍କ ଲାଗି ବଢିଛି ଜଳ ର ଅଭାବ ବୋଲି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ଏଣେ ଏବେ ଅଷ୍ଟ୍ରେଲିଆ ର ସରକାର ବେଶ ଚିନ୍ତା ରେ ଅଛନ୍ତି |ଅଷ୍ଟ୍ରେଲିଆ ରେ ଅତି ନିକଟରେ ହୋଇଥିବା ଭୟାଭୟ ଅଂଗି କାଣ୍ଡ ପରେ ଏବେ ସେଠାକାର ସରକାର ଆଉ ଏକ ଦୁଵିଧା ର ଶିକାର ହୋଇଛନ୍ତି ଏବଂ ତାହା ହେଲା ପାନୀୟ ଜଳ ସଙ୍କଟ |
ଆପଣ ଜାଣିଥିବେ ମରୁଭୂମି ର ବାସିନ୍ଦା ଓ଼ଟ ନିଜ ଦେହ ମଧ୍ୟରେ ଏକକାଳୀନ ୧୮ ଲିଟର ର ପାଣି ସଂଗ୍ରହ କରି ରଖିଅପରେ ଏବଂ ତାହା ଜଳ ସଙ୍କଟ ରେ କାର୍ଯ୍ୟ କାରି ହୋଇଥାଏ |

ବୁଧବାର ଏକ ୫ ଦିନିଆ କ୍ୟାମ୍ପେନ ରେ ଅଷ୍ଟ୍ରେଲିଆ ଏନେଇ ନିଜର ୧୦୦୦୦ ଓ଼ଟ ଙ୍କର ହତ୍ୟା କରିବାକୁ ନିଷ୍ପତି ନେଇଛି |ଅଷ୍ଟ୍ରେଲିଆ ଲକ୍ଷାଧିକ ଫେରାଲ ଓ଼ଟ ଙ୍କ ବାସସ୍ଥଳୀ ଏବଂ ଏଠାକାର ସ୍ଥାନୀୟ ବାସିନ୍ଦା ଙ୍କ ଅନୁଯାୟୀ ଏହି ଓ଼ଟ ମାନେ ବହୁ ସଂଖ୍ୟାରେ ଗ୍ରାମାଞ୍ଚଳ ରେ ପ୍ରବେଶ କରି ଖାଦ୍ୟ ଓ ପାନୀୟ ଜଳ ର ଅଭାବ ଘଟାଇବା ସହ ସମ୍ପତି ବାଡ଼ି ,ଘର ଦ୍ୱାରା ମଧ୍ୟ ନଷ୍ଟ କରିବାରେ ଲାଗିଛନ୍ତି |

ଏନେଇ ସ୍ନାଇପର ସାହାଯ୍ୟ ରେ ୧୦୦୦୦ ଓ଼ଟ ଙ୍କ ଵଧ କରିବାର ନିଷ୍ପତି ନିଆଯାଇଛି |ଏହି ଓ଼ଟ ମାନେ ମରୁଡି ହେତୁ ନିକଟସ୍ଥ ଗ୍ରାମାଞ୍ଚଳ କୁ ଜଳ ସନ୍ଧାନ ରେ ଆସୁଛନ୍ତି ଏବଂ ଏହି ପରି ସମ୍ପତି ନଷ୍ଟ କରୁଛନ୍ତି ଫଳରେ ସେଠାକାର ସରକାର ତାଙ୍କର ହତ୍ୟା କରିବାର ନିଷ୍ପତି ନେଇଛନ୍ତି |
ଏହି ଘଟଣା ଅଷ୍ଟ୍ରେଲିଆ ର ଅସହାୟ ତାପମାତ୍ରା ଏବଂ ପାଣିପାଗ ହେତୁ ହୋଇଛି |ଏକ ପକ୍ଷେ ୨୦୧୯ ଅଷ୍ଟ୍ରେଲିଆ ଲାଗି ସବୁଠାରୁ ଅଭିଶପ୍ତ ବର୍ଷ ହୋଇଥିଲା ବେଳେ ଅନ୍ୟ ପକ୍ଷେ ଗତ ବର୍ଷ ସର୍ବାଧିକ ତାତି ହେତୁ ଏହୁ ଅଂଚଳ ଜଳଶୂନ୍ୟ ହୋଇଯାଇଥିଲେ ,ଏହା ସହ ଅଷ୍ଟ୍ରେଲିଆ ରେ ହୋଇଥିବା ଅଗ୍ନି କାଣ୍ଡ ର ଲୋମଟାଙ୍କୁରା ଦୃଶ୍ୟ ର ଝଲକ ତ ଆପଣ ନିଶ୍ଚିନ୍ତ ଦେଖିଥିବେ |

ଏହି କ୍ୟାମ୍ପେନ ଅଷ୍ଟ୍ରେଲିଆ ର ଏ.ପି .ୱାଇ ଦ୍ବୀପ ରେ କରାହେବାର ଯୋଜନା କରାଯାଇଛି |
ଅଷ୍ଟ୍ରେଲିଆ ର ପରିବେଶ ମନ୍ତ୍ରାଳୟ ଏହି କ୍ୟାମ୍ପେନ କୁ ଅନୁମତି ଦେବା ସହ ଏହା ମଧ୍ୟ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତି ରେ ପାଣି ଅଭାବ ରୁ ଓ଼ଟ ମାନେ ଜଳ ବିନା ମରିଗଲେ ଓ ଅନ୍ୟ କେତେକ ପାନୀୟ ଜଳ ସନ୍ଧାନ ର ଦୌଡ ରେ କାହା ପାଦ ତଳେ ଆସି ନିର୍ବାଣ ପ୍ରାପ୍ତ ହୋଇଗଲେ |

ତେଣୁ ସୁଯୋଗ ପାଇଲେ ନିଶ୍ଚିନ୍ତ ଜଳ ର ସଂରକ୍ଷଣ କରନ୍ତୁ |୨୦୫୦ ସୁଦ୍ଧା ଓଡ଼ିଶାରେ ମଧ୍ୟ ମିଳିବ ନାହିଁ ପାନୀୟ ଜଳ ତେଣୁ ବହୁ ପ୍ରକାର ସତର୍କତା କ୍ୟାମ୍ପେନ ଜାରି କରିଛନ୍ତି ଓଡିଶା ସରକାର |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments