News

ଖାଦ୍ୟ ସୁରକ୍ଷାକୁ ନେଇ ଉଠାଯିବ ବଡ ପଦକ୍ଷେପ, ହାତ ମିଳାଇବେ ସମସ୍ତ ଦେଶ

ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ମରିସସ ଓ ଭାରତ ଏବଂ ଅନ୍ୟ ଦେଶ ଅଧିକ ଦୃଢ ଭାବରେ କାର୍ଯ୍ୟ କରିବେ ବୋଲି ସହମତ ପ୍ରକାଶ ପାଇଛି ।

25 July, 2022 4:48 PM IST By: Shuvanshu Kar

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar) ନୂଆଦିଲ୍ଲୀର କୃଷି ଭବନରେ ମରିସସ୍ କୃଷି ଶିଳ୍ପ ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ମନୀଷ ଗୋବିନଙ୍କ ସହ ଏକ ବୈଠକ କରିଥିଲେ । ଏହି ସମୟରେ ଖାଦ୍ୟ ସୁରକ୍ଷା(food security) ପ୍ରସଙ୍ଗରେ ଉଭୟ ଦେଶ ଏବଂ ଅନ୍ୟ ଦେଶ ଅଧିକ ଦୃଢ ଭାବରେ କାର୍ଯ୍ୟ କରିବେ ବୋଲି ସହମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ତୋମାର କହିଛନ୍ତି ଯେ ମରିସସ୍ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ମଜବୁତ ଏବଂ ଏହି ସମ୍ପର୍କ କେବଳ ରାଜନୈତିକ ଏବଂ ବ୍ୟବସାୟିକ ନୁହେଁ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମଧ୍ୟ ଅଟେ ।

ତୋମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କୃଷି କ୍ଷେତ୍ର ପ୍ରତି ଅତ୍ୟନ୍ତ ଗମ୍ଭୀର ଏବଂ ଏହାକୁ ଆଗକୁ ନେବା ପାଇଁ ଅନେକ ଠୋସ୍ ପଦକ୍ଷେପ ନିଆଯାଇଛି । ଖାଦ୍ୟ ଉତ୍ପାଦନ ତଥା ଅନ୍ୟ ଦେଶକୁ ଯୋଗାଣରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି।


ମରିସସ୍ ମନ୍ତ୍ରୀ ଗୋବିନ୍ କହିଛନ୍ତି ଯେ ତାଙ୍କର ଭାରତ ସହିତ ରକ୍ତ ସମ୍ପର୍କ ଅଛି ଏବଂ ପ୍ରାୟ 60 ପ୍ରତିଶତ ଲୋକ ଭାରତୀୟ ଅଟନ୍ତି । ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଏକ ମିଳିତ ମୋର୍ଚ୍ଚା ଗଠନ ପାଇଁ ସେ ଅନୁରୋଧ କରିଛନ୍ତି ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR)ର କାର୍ଯ୍ୟକୁ ପ୍ରଶଂସା କରି ଗୋବିନ୍ ମଧ୍ୟ ଏହା ସହ ଏକ ଚୁକ୍ତିନାମା ପାଇଁ ଅନୁରୋଧ କରିଛନ୍ତି । ଭାରତୀୟ କୃଷିର ବିକାଶରେ ICAR ର ଭୂମିକା ବିଷୟରେ ତୋମାର ଏହାର ଅନୁବନ୍ଧିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), କୃଷି ବିଶ୍ୱବିଦ୍ୟାଳୟ ଏବଂ 100 ରୁ ଅଧିକ ଅନୁଷ୍ଠାନ ବିଷୟରେ ସୂଚନା ପ୍ରଦାନ କରିବା ସହିତ MOU ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ କହିଛନ୍ତି ।

ରୋମରେ ଖାଦ୍ୟ ସୁରକ୍ଷା ଉପରେ କଣ କହିଲେ ନବୀନ ? ଜାଣନ୍ତୁ...

NFSA Ranking: ୧ ନମ୍ବର ସ୍ଥାନରେ ଓଡ଼ିଶା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)