1. କୃଷି ଖବର

Onion Export Ban Effect : ପିଆଜ ଚାଷୀଙ୍କୁ ଝଟକା!

ଡିସେମ୍ବର ୮, ୨୦୨୩ ରେ, ପିଆଜ ଦର ବୃଦ୍ଧି ହେତୁ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

Tanushree Mahapatra
Tanushree Mahapatra
Negative impact of ban Onion Export , image source - pexels.com

Negative impact of ban Onion Export , image source - pexels.com

କେନ୍ଦ୍ର ସରକାର ନିକଟରେ ପିଆଜ ରପ୍ତାନି ଉପରେ ବ୍ୟାନ କରିଥିଲେ । ଦେଶର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟଗୁଡିକରେ ଲଗାଣ ବର୍ଷା ହେବା ଯୋଗୁ  ଚାଷୀଙ୍କ ଫସଲ ନଷ୍ଟ ହୋଇଥିଲା । ଏଥି ଯୋଗୁ ପିଆଜ ଦର ଉପରେ ମଧ୍ୟ ପ୍ରଭାବ ପଡିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ମନୋଭାବ ଦେଖିବାକୁ ମିଳିଥିଲା । ସବୁ ବର୍ଗର ପିଆଜ ରପ୍ତାନି ଉପରେ କଟକଣା ଲଗାଯାଇଥିଲା କେନ୍ଦ୍ର ସରକାରଙ୍କ ତରଫରୁ ।

ଭାରତ ପିଆଜ ରପ୍ତାନିରେ ଏକ ପ୍ରମୁଖ ସ୍ଥାନରେ ରହିଛି । ତେବେ ଏଥିପାଇଁ ସରକାରଙ୍କୁ ମଧ୍ୟ ଅନେକ କ୍ଷତିଉ ସହିବାକୁ ପଡିଥିଲା l କିନ୍ତୁ ବଜାରରେ ସମସ୍ୟା ରହିଥିବା ଯୋଗୁ ସରକାର କଟକଣା ଲଗାଇଥିବା ଦେଖାଯାଇଛି। ସୂଚନା ଯୋଗ୍ୟ, ଯୋଗାଣ ପ୍ରଭାବିତ ହେବା ଫଳରେ ବଜାର ଉପରେ ଏହାର ଚାପ ପଡିଥାଏ । ଅନ୍ୟପଟେ ଏଥିପାଇଁ ପିଆଜ ଦର ବଢିଲେ ଏହା ଖାଉଟିଙ୍କ ଚିନ୍ତା ବଢାଇଥାଏ । ଏ ସମସ୍ତ ଦିଗକୁ ନଜରରେ ରଖି ସରକାର ଏ ନିଷ୍ପତ୍ତି ନେଇଥିଲେ l

କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାର ୧ ମାସରୁ ଅଧିକ ସମୟ ବିତିଗଲାଣି । ଏହି ସମୟରେ କୃଷକମାନେ ୧୨୦୦ କୋଟିରୁ ଅଧିକ କ୍ଷତି ସହିଛନ୍ତି ବୋଲି ଦେଖିବାକୁ ମିଳିଥିଲା । ଏହି କାରଣରୁ ପିଆଜ ଉତ୍ପାଦନ କରୁଥିବା କୃଷକମାନେ ଆର୍ଥିକ ସଙ୍କଟରେ ରହିଛନ୍ତି । ରପ୍ତାନି ଉପରେ ବ୍ୟାନ ହେତୁ ପିଆଜ ଉତ୍ପାଦନ କରୁଥିବା ଚାଷୀଙ୍କୁ କଷ୍ଟ ଲାଗିଛି । ଫଳସ୍ୱରୂପ, ପିଆଜ ଚାଷୀମାନେ ବର୍ତ୍ତମାନ କେତେକ କ୍ଷେତ୍ରରେ ସିଧାସଳଖ ପ୍ରଭାବିତ ମଧ୍ୟ ହୋଇଛନ୍ତି l

କେବେ ଓ କାହିଁକି ପିଆଜ ରପ୍ତାନିରେ ଲାଗିଲା ପ୍ରତିବନ୍ଧକ

ଡିସେମ୍ବର ୮, ୨୦୨୩ ରେ, ପିଆଜ ଦର ବୃଦ୍ଧି ହେତୁ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କାରଣ ବଜାରରେ ଏକପ୍ରକାର ପିଆଜ ଅଭାବ ହେଉଥିବା ପରିଲକ୍ଷିତ ହୋଇଥିଲା l ଯାହାର ପ୍ରଥମ ଶିକାର ହେଉଥିଲେ ଗ୍ରାହକ l ଏହା ପରେ ପିଆଜ ଦର ହ୍ରାସ ପାଇଲା | ମୂଲ୍ୟରେ ମଧ୍ୟମତା ହେତୁ ସେମାନେ ସିଧାସଳଖ ଚାଷୀଙ୍କୁ ସମସ୍ୟା ହୋଇଥିଲା । ଏହାଦ୍ୱାରା ପିଆଜ ଚାଷୀଙ୍କ ପରବର୍ତ୍ତୀ ଆର୍ଥିଉକା ସ୍ଥିତି ବିଗିଡ଼ିବାରେ ଲାଗିଲା | ଫଳସ୍ୱରୂପ, ଏହା ସବୁ ସ୍ଥାନରେ ଚାଷୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି l

ରପ୍ତାନି ନିଷେଧ ସ୍ଥିର ହେବାପରେ ମୂଲ୍ୟରେ ପରିବର୍ତ୍ତନ

ପିଆଜ ଦର ବୃଦ୍ଧି ଯୋଗୁଁ ସରକାର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ମୂଲ୍ୟରେ ସୁଧାର ଆସିଥିଲା। ତେବେ ଦେଖିବାକୁ ଗଲେ ମୂଲ୍ୟ ପ୍ରାୟ ଅଧା ହ୍ରାସ ପାଇଛି । ଜଣେ ଚାଷୀ ଏ ନେଇ ନିଜର ମନ୍ତବ୍ୟ ରଖିଛନ୍ତି l ସେ କହିଛନ୍ତି ରପ୍ତାନି ନିଷେଧ ହେତୁ ମୁଁ ପ୍ରାୟ ୩ ଲକ୍ଷ ଟଙ୍କା ହରାଇଛି । ଏହା କେବଳ ମୋର ଉଦାହରଣ l ଜିଲ୍ଲାର ସମସ୍ତ ପିଆଜ ଉତ୍ପାଦନ କରୁଥିବା ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ ରହିଛି । ଆହୁରି ମଧ୍ୟ ଏହି ବର୍ଷ ପିଆଜ ଉତ୍ପାଦନ କମ୍ ରହିବ ବୋଲି ଆକଳନ କରାଯାଉଛି  | ଏ ପର୍ଯ୍ୟନ୍ତ ପିଆଜ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ |

ପିଆଜ ଦର ଏପରି କମିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l ଚାଷୀ ଏବେ ଚିନ୍ତାରେ l ନାଶିକ୍ ଜିଲ୍ଲା ପିଆଜ ଉତ୍ପାଦନ କରୁଥିବା ଜିଲ୍ଲା ଭାବରେ ବେଶ ଜଣାଶୁଣା | କିନ୍ତୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁଁ କୃଷକମାନେ ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖାଯାଉଛି । ଜାନୁଆରୀ ୧୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଶିକକୁ ଗମନ କରିବାର ଯୋଜନା ରହିଛି ।

କମ୍ ଚାଷ ​​ହେବାର ସମ୍ଭାବନା

ଚଳିତ ବର୍ଷ ରାଜ୍ୟରେ ବର୍ଷା ମଧ୍ୟ ହ୍ରାସ ପାଇଛି । ଭବିଷ୍ୟତରେ ପିଆଜ ଚାଷ କ୍ଷେତ୍ର ହ୍ରାସ ହେବାର ସମ୍ଭାବନା ରହିଛି ବୋଲି କୃଷକମାନେ କହିଛନ୍ତି । ଏଲ-ନିନୋ ପ୍ରଭାବରୁ ଚଳିତ ବର୍ଷ ବର୍ଷା ହେବାର ସମ୍ଭାବନା କମ ରହିଛି l ଯାହାଦ୍ୱାରା ଚାଷୀଙ୍କ ଚାଷ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି l କେବଳ ପିଆଜ ଚାଷ ନୁହେଁ କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ଚଳିତ ବର୍ଷା ଧାନ ଚାଷ ମଧ୍ୟ କମିବାର ସମ୍ଭାବନା ଦେଖାଯାଇଛି l ଯାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments