News

ଭାରତର ପଣସରେ ଚିହ୍ନଟ ହେଲା ନୂଆ ଯାଦୁରା ରୋଗ

କେରଳ କୃଷି ବିଶ୍ୱବିଦ୍ୟାଳୟ (KAU)ର କୃଷି ଅନୁସନ୍ଧାନ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏଥିରେ ଏକ ନୂତନ ଜାଦୁରା ରୋଗ ପାଇଛନ୍ତି ।

24 July, 2022 3:27 PM IST By: Shuvanshu Kar

ଅନ୍ୟ ଫଳ ତୁଳନାରେ, ପଣସ(jackfruit)କୁ ଅପେକ୍ଷାକୃତ ରୋଗମୁକ୍ତ ବୋଲି ବିବେଚନା କରାଯାଏ । ହେଲେ ବର୍ତ୍ତମାନ କେରଳ କୃଷି ବିଶ୍ୱବିଦ୍ୟାଳୟ (KAU)ର କୃଷି ଅନୁସନ୍ଧାନ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏଥିରେ ଏକ ନୂତନ ଜାଦୁରା ରୋଗ ପାଇଛନ୍ତି ।

ଆଇଏଫଏସଆରଏସର(IFSRS) ସହକାରୀ ପ୍ରଫେସରଙ୍କ ଅନୁଯାୟୀ ଏହା ବୋଧହୁଏ ପ୍ରଥମ ଥର ପାଇଁ ଭାରତର ପଣସ(ଆଟ୍ରୋକାର୍ପସ ହେଟେରୋଫାଇଲସ)ରେ କବକ ଏଥେଲିଆ ରୋଲଫ୍ସି (Artocarpus heterophyllus) କାରଣରୁ ଫଳ ସଢିବାର ସୂଚନା ମିଳିଛି ।

ମାଟିରୁ ଉତ୍ପନ୍ନ କବକଥେଲିଆ ରୋଲଫ୍ସି (Artocarpus heterophyllus) ଅନେକ ଫସଲ ପାଇଁ ବିପଦଜନକ । ଏଥିପାଇଁ ନୂଆ ଅନୁସନ୍ଧାନ ଉପରେ ତତକ୍ଷଣାତ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଜର୍ଣ୍ଣାଲ ଅଫ ପ୍ଲାଣ୍ଟ ପାଥୋଲୋଜୀ ନୂତନ ସଂସ୍କରଣରେ ପ୍ରକାଶିତ ଆଇଏଫଏସଆରଏସ ନିଷ୍କର୍ଷର ବର୍ଣ୍ଣାନା କରୁଥିବା ଏକ ଅନୁସନ୍ଧାନରେ ଏନେଇ ଚେତାବନୀ ଦିଆଯାଇଛି ।

ରୋଗର ସଂକ୍ରମିତ ନମୁନା ଥିରୁଅନନ୍ତପୁରମ, କୋଟ୍ଟାୟମ ଓ ପଥନମଥିଟ୍ଟା ଜିଲ୍ଲାରୁ ମିଳିଛି । ଏହି ନମୁନା ପାଚିଲା ପଣସରୁ ସଂଗ୍ରହ କରାଯାଇଥିଲା । ଅନୁସନ୍ଧାନକାରୀଙ୍କ କହିବାନୁଯାୟୀ, ଯେଉଁଠୁ ବି ଫଳର କିସମ ଅଣାଯିବ, ଏହା ନିଜ ସହିତ ରୋଗ ଧରି ଆଣିବ । ହେଲେ ଏଥେଲିଆ ରୋଲିଫ୍ସ କାରଣରୁ ଫଳ ସଢିବା ଏହି ଶ୍ରେଣୀରେ ଆସେନାହିଁ ବୋଲି ଅନୁସନ୍ଧାନକାରୀ ସ୍ପଷ୍ଟ କରିଛନ୍ତି ।

ଗତ କିଛି ବର୍ଷରୁ କେରଳରେ ପଣସ ଓ ପଣସ ଜାତୀୟ ଫଳକୁ ଲୋକପ୍ରିୟ କରିବା ପାଇଁ ସରକାର ଅନେକ ପ୍ରୟାସ କରୁଛନ୍ତି । 2018ରେ ରାଜ୍ୟ ସରକାର ପଣସକୁ କେରଳର ଅଫିସିଆଲ ଫଳ ଘୋଷିତ କରିଥିଲେ ।

ସବୁ ମାଟି ପାଇଁ ଚାଷ ଉପଯୋଗୀ ପଣସ

ବ୍ୟବସାୟିକ ଭିତିରେ ପଣସ ଚାଷ, ଆପଣ ଜାଣନ୍ତୁ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)