1. କୃଷି ଖବର

ପରିବର୍ତ୍ତିତ ନୂତନ ଟେକ୍ନୋଲୋଜିକୁ ଦୃଷ୍ଟିରେ ରଖି ନୂଆ ପଦକ୍ଷେପ

ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ l ଆଗାମୀ ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ l

Tanushree Mahapatra
Tanushree Mahapatra
New initiatives programme for new technologies

New initiatives programme for new technologies

ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ l ଜିଲ୍ଲା ଗୁଡିକରେ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ l ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ l ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ l  ଆଗାମୀ ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ପଦକ୍ଷେପ l ସମ୍ବଲପୁର ଗୋଶାଳା ଛକରେ ଜି.ଚିନି ରାଓଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା l

ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ୱାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି । ଏ ରଥ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ଚାହିଦା ବଢୁଛି । ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି । ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି । ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡିବ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ । ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂ ଦିଆଯିବ । ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ । ଗାଁ ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ । 

ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ । କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ ଗତି ଦେବ । ଯେଉଁ ସମୟରେ ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ହୈ ତ ମୁମକିନ୍ ହୈ । ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ । ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ । ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ । ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଏହି ଅବସରରେ ଶ୍ରୀ ପ୍ରଧାନ ଛକରେ ଜି.ଚିନି ରାଓ ବାବୁଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା କରିଥିଲେ । ମୋଦି ସରକାରରେ ଭାରତ ଡିଜିଟାଲ କାରବାରରେ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଜୀବନଶୈଳୀ ସହଜ କରିଥିବା ସେ କହିଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments