1. କୃଷି ଖବର

ଚାଷୀମାନଙ୍କ ପାଇଁ ନୂଆ ଖବର, ରବି ଫସଲର ମୂଲ୍ୟ ବଢ଼ିବ !!

ଦିନକୁ ଦିନ ଚାଷ କାର୍ଯ୍ୟରେ ଖର୍ଚ୍ଚ ବଢୁଥିବା ବେଳେ ଚାଷୀ ତାହାର କୃଷିଜାତ ସାମଗ୍ରୀକୁ ବଜାରରେ ଉଚିତ ମୂଲ୍ୟରେ ବିକି ପାରେ ନାହିଁ l ଯାହା ଫଳରେ ଚାଷ କାମରେ ଲାଭ ପାଇବା ବଦଳରେ ବହୁତ କ୍ଷତିର ସାମ୍ନା କରେ l ଏହି କାରଣରୁ ଅନେକ ଚାଷୀ କୃଷି କାମରୁ ମୁହଁ ଫେରାଇନେବାକୁ ବାଧ୍ୟ ହେଉଛନ୍ତି l

Sugyan Kumar Nayak
Sugyan Kumar Nayak

ଦିନକୁ ଦିନ ଚାଷ କାର୍ଯ୍ୟରେ ଖର୍ଚ୍ଚ ବଢୁଥିବା ବେଳେ ଚାଷୀ ତାହାର କୃଷିଜାତ ସାମଗ୍ରୀକୁ ବଜାରରେ ଉଚିତ ମୂଲ୍ୟରେ ବିକି ପାରେ ନାହିଁ l ଯାହା ଫଳରେ ଚାଷ କାମରେ ଲାଭ ପାଇବା ବଦଳରେ ବହୁତ କ୍ଷତିର ସାମ୍ନା କରେ l ଏହି କାରଣରୁ ଅନେକ ଚାଷୀ କୃଷି କାମରୁ ମୁହଁ ଫେରାଇନେବାକୁ ବାଧ୍ୟ ହେଉଛନ୍ତି l ଏହି ସମସ୍ୟାର ସମାଧାନ କରିବାକୁ ଯାଇ କେନ୍ଦ୍ର ସରକାର ରବି ଋତୁର କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି l ଏହି ମୂଲ୍ୟ ବୃଦ୍ଧି ଚାଷୀମାନଙ୍କୁ ଚାଷ କରିବାରେ ଆହୁରି ଅଧିକ ଉତ୍ସାହିତ କରିବ ଏବଂ ସେମାନଙ୍କ ପ୍ରତି ଅନୁକୂଳ ହୋଇପାରିବ l ରବି ଫସଲରେ ବିବିଧତା ଆଣିବା ଲାଗି ବିଭିନ୍ନ ଫସଲ ମୂଲ୍ୟରେ ଭିନ୍ନ ଭିନ୍ନ ବୃଦ୍ଧି କରାଯାଇଛି। ଚାଷୀମାନେ ଯେଭଳି ଅଧିକ ଜମିରେ ଏଭଳି ଫସଲ ଚାଷ କରିବେ ତାହା ନିଶ୍ଚିତ କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ହେଉଛି।

କେନ୍ଦ୍ର ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ମସୁର, ‌ତୈଳବୀଜ ଓ ସୋରିଷ ମୂଲ୍ୟରେ କିଣ୍ଟାଲ୍‌ ପିଛା ୪୦୦ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବ ବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି ୧୧୪ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୨-୨୩ ରବି ବିପଣନ ଋତୁ ପାଇଁ ଫସଲଗୁଡ଼ିକର ମୂଲ୍ୟ ବୃଦ୍ଧି କରାଯାଇଛି। ଗହମର ଏମ୍ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କା ହୋଇଛି। ଯଅ ଏମ୍‌ଏସ୍‌ପି ୩୫ ଟଙ୍କା ବୃଦ୍ଧି ପାଇ ୧୦୧୯ ଟଙ୍କା ହୋଇଥିବା ବେଳେ କୁସୁମ ଏମ୍ଏସ୍‌ପି ୧୧୪ ଟଙ୍କା ବୃଦ୍ଧି ପାଇ ୫୪୪୧ ଟଙ୍କା ହୋଇଛି। ରବି ଫସଲଗୁଡ଼ିକର ଉତ୍ପାଦନରେ ହେଉଥିବା ବ୍ୟୟ ତୁଳନାରେ ଚାଷୀମାନଙ୍କୁ ଅଧିକ ଲାଭ ପ୍ରଦାନ କରିବା ଲାଗି ସରକାର ପ୍ରୟାସ କରିଛନ୍ତି।

ଏମ୍ଏସ୍‌ପିକୁ ଫସଲ ଉତ୍ପାଦନ ଖର୍ଚ୍ଚର ଅତି କମ୍‌ରେ ଦେଢ଼ ଗୁଣା କରିବା ଲାଗି ୨୦୧୮-୧୯ ବଜେଟ୍‌ରେ ଘୋଷଣା କରାଯାଇଥିଲା। ସେହି ଅନୁସାରେ ଏଥର ବିଭିନ୍ନ ଫସଲର ଏମ୍ଏସ୍‌ପି ବୃଦ୍ଧି କରାଯାଇଛି। ଫଳରେ ଚାଷୀମା‌ନେ ଗହମ, ତୈଳବୀଜ ଓ ସୋରିଷରେ ୧୦୦%, ଚଣାରେ ୭୪%, ଯଅ ୬୦%, କୁସୁମ ୫୦%ଉତ୍ପାଦନରେ ଲାଭ ହେବ ବୋଲି ଅନୁମାନ କରାଯାଇଛି। ନିକଟରେ ସରକାର ଜାତୀୟ ଖାଦ୍ୟ ତେଲ-ଅଏଲ ପାମ୍‌ ଯୋଜନା ଘୋଷଣା କରିଛନ୍ତି ଯେଉଁଥିରେ ୧୧,୦୪୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୋଜନା ଫଳରେ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମିବ। ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମିଳିଲେ ଚାଷୀମାନେ କେବଳ ଅଧିକ ଜମିରେ ଅଧିକ ପରିମାଣର ଫସଲ ଉତ୍ପାଦନ କରିବେ ନାହିଁ ବରଂ ସେମାନଙ୍କ ଲାଭ ଓ ରୋଜଗାର ମଧ୍ୟ ବଢ଼ାଇପାରିବେ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments