News

ନୟାଗଡ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଉପରେ ରୋକ ଲଗାଇଲେ NGT

ନୟାଗଡ଼ ଜିଲ୍ଲାର ଗୁଦୁପାଙ୍ଗୀ ଗ୍ରାମରେ ଜଙ୍ଗଲ ଜମି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ।

06 September, 2022 12:52 PM IST By: Shuvanshu Kar

ନୟାଗଡ଼ ଜିଲ୍ଲାର ଗୁଦୁପାଙ୍ଗୀ ଗ୍ରାମରେ ଜଙ୍ଗଲ ଜମି(forest land) ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) । କୋଲକାତା ଏନଜିଟି(NGT)ର ପୂର୍ବ ଜୋନ୍ ବେଞ୍ଚ ଗୁଦୁପାଙ୍ଗୀରେ 62 ଏକରରୁ ଅଧିକ ଜଙ୍ଗଲ ଜମି ସଫା କରି ରାସ୍ତା ନିର୍ମାଣ ବିରୋଧରେ ହସ୍ତକ୍ଷେପ ଲୋଡି ଏକ ଯାଚିକା ଉପରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି ।

ଆବଶ୍ୟକ ଅନୁମୋଦନ ବିନା ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ କରି ଏହି ଅଞ୍ଚଳର ବାସିନ୍ଦା ଦାଶରଥୀ ସ୍ବାଇଁ ଏକ ଯାଚିକା ଦାଖଲ କରିଥିଲେ ।
ସ୍ବାଇଁଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ଶଙ୍କର ପ୍ରସାଦ ପାଣି ଫଟୋଗ୍ରାଫ୍ ଦାଖଲ କରିଛନ୍ତି ଯେଉଁଥିରେ ଖନନକାରୀ ଏବଂ ଘନ ଜଙ୍ଗଲ ଆଡକୁ ଯାଉଥିବା ମେସିନ୍ ଦ୍ୱାରା ଶାଳ ଗଛଗୁଡିକ କାଟି ଦିଆଯାଇଛି ।

ଟ୍ରିବ୍ୟୁନାଲଙ୍କ ଆଦେଶ ଅନୁଯାୟୀ ନୟାଗଡ ଜିଲ୍ଲାପାଳ ଏକ ଆଫିଡେଭିଟ ଦାଖଲ କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଯେଉଁ ଜମିରେ ଗଛ କଟା ଚାଲିଛି ତାହା ଏକ ଜଙ୍ଗଲ। ନୟାଗଡ଼ ଜିଲ୍ଲା ବିଭାଗୀୟ ବନ ଅଧିକାରୀ (ଡିଏଫଓ) ତାଙ୍କ ଆଫିଡେଭିଟ୍‌ରେ କହିଛନ୍ତି ଯେ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପାଇଁ କୌଣସି କର୍ତ୍ତୃପକ୍ଷଙ୍କଠାରୁ ପ୍ରସ୍ତାବ ଗ୍ରହଣ କରାଯାଇ ନାହିଁ।

ଜଷ୍ଟିସ ବି ଅମିତ ସ୍ଥାଲେକର ଏବଂ ସୈଇବଲ ଦାସଗୁପ୍ତାଙ୍କ ବେଞ୍ଚ ଆସନ୍ତା ଅକ୍ଟୋବର 13 ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଭାରତରେ ପ୍ରଥମ Agricultural Data Exchange ସେବେ ସୃଷ୍ଟି କରିବ IISc

ଭାରତୀୟ ରେଳବାଇର ରେକର୍ଡ, ଚଳିତବର୍ଷ ୦.୭୧ ନିୟୁତ ଟନ ସାର ପରିବହନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)