1. କୃଷି ଖବର

ଭାରତୀୟ ରେଳବାଇର ରେକର୍ଡ, ଚଳିତବର୍ଷ ୦.୭୧ ନିୟୁତ ଟନ ସାର ପରିବହନ

ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି ।

Shuvanshu Kar
Shuvanshu Kar
Indian Railways records by achieving  0.71 MT Fertilizer in 2022

Indian Railways records by achieving 0.71 MT Fertilizer in 2022

ଭାରତୀୟ ରେଳବାଇ(Indian Railways) ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ(Monthly freight loading) କରି ରେକର୍ଡ ସୃଷ୍ଟି କରିଛି । ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା ୭.୮୬ ଅଧିକ । ଏଥି ସହିତ ୨୪ ମାସ ମଧ୍ୟରେ କ୍ରମାଗତ ରେକର୍ଡ ମାଲ ବୋଝେଇ ହୋଇଛି ।

ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା । ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲ ପହିଲା ୨୦୨୨ରୁ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା । ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି ।

ମାଲ ଏନଟିକେଏମ (ମୋଟ କିଲୋମିଟର ପିଛା ଟନ) ଅଗଷ୍ଟ ୨୦୨୧ରେ ୬୩ ବିଲିୟନ ଥିବାବେଳେ ଅଗଷ୍ଟ ୨୦୨୨କୁ ୭୩ ବିଲୟନ ବୃଦ୍ଧି ପାଇଛି, ଯାହାର ବୃଦ୍ଧି ଶତକଡା ୧୬ ଭାଗ ଅଧିକ । କ୍ରମବର୍ଦ୍ଧିଷ୍ଣୁ ଏନଟିକେଏମ ପ୍ରଥମ ପାଞ୍ଚ ମାସରେ ଶତକଡା ୧୮.୨୯କୁ ବୃଦ୍ଧି ପାଇଛି ।

ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି । ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି ।

ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ । ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି । ଦ୍ରବ୍ୟ ଅନୁଯାୟୀ ବୃଦ୍ଧିକୁ ଦେଖିଲେ ଭାରତୀୟ ରେଳବାଇ ପ୍ରାୟ ପ୍ରତ୍ୟେକ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ଷ୍ଟାର୍ଟଅପ୍‌ସ ଫର ରେଲୱେଜ ଆରମ୍ଭ

ଦେଢ ବର୍ଷରେ 10 ଲକ୍ଷ ଚାକିରି ଦେବେ ସରକାର ! PM ମୋଦି ଦେଲେ ନିର୍ଦ୍ଦେଶ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments