1. କୃଷି ଖବର

ଦେଢ ବର୍ଷରେ 10 ଲକ୍ଷ ଚାକିରି ଦେବେ ସରକାର ! PM ମୋଦି ଦେଲେ ନିର୍ଦ୍ଦେଶ

ଆଗାମୀ ଦେଢ ବର୍ଷ ମଧ୍ୟରେ ପାଖାପାଖି 10 ଲକ୍ଷ ନିଯ଼ୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି । ଆଶାୟୀଙ୍କୁ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ କାମ ମିଳିବ ।

Shuvanshu Kar
Shuvanshu Kar
PM Modi directs recruitment of 10 lakh people in next 1.5 years

PM Modi directs recruitment of 10 lakh people in next 1.5 years

ଦେଶରେ ଦରଦାମ ବୃଦ୍ଧ ମଧ୍ୟରେ ରୋଜଗାର ଦେବା ନେଇ ମିଶନ ମୋଡରେ ଫୋକସ କରିବ ମୋଦି ସରକାର । ଆଗାମୀ ଦେଢ ବର୍ଷ ମଧ୍ୟରେ ପାଖାପାଖି 10 ଲକ୍ଷ ନିଯ଼ୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି । ଆଶାୟୀଙ୍କୁ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ କାମ ମିଳିବ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(Prime Minister's Office)ର ଅଫିସାଆଲ ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ କରି ଏହାର ସୂଚନା ଦିଆଯାଇଛି । ଟ୍ବିଟରେ ଲେଖାଯାଇଛି ଯେ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଓ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାପରେ ଦେଢ ବର୍ଷ ମଧ୍ୟରେ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Job Alert! ଡାକ ବିଭାଗରେ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ

Job:ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ରୋଜଗାର ବିଷୟକୁ ନେଇ କ୍ରମାଗତ ମୋଦି ସରକାରଙ୍କୁ ଘେରି ଆସୁଛନ୍ତି ବିରୋଧୀ । ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ନେତା ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ।

ପିଏମଓ ପକ୍ଷରୁ ଟ୍ବିଟ କରାଯିବା ପରେ ମଧ୍ୟ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ରଣଦୀପ ସୁରଜେଓ୍ବାଲା କହିଛନ୍ତି, ଗତ 50 ବର୍ଷ ହିସାବରେ ବେକାରୀ ସମାସ୍ୟ ବୃଦ୍ଧି ପାଇଛି । ଟଙ୍କା 75 ବର୍ଷର ରେକର୍ଡରୁ ସବୁଠୁ ତଳେ ଅଛି । ପିଏମ ଟ୍ବିଟର ଟ୍ବିଟର ଖେଳି କେବେଯାଏଁ ଏହି ସବୁ କଥା ଉପରୁ ନଜର ହଟାଇବେ ବୋଲି ପ୍ରଶ୍ନ କରିଥନ୍ତି ସୁରେଜଓ୍ବାଲା ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments