1. କୃଷି ଖବର

Heavy rain update: ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା

ଗତକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା l ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି l

Tanushree Mahapatra
Tanushree Mahapatra
night temperature of state , image source - pexels.com

night temperature of state , image source - pexels.com

ରାଜ୍ୟର କିଛି ଜିଲ୍ଲାରେ କେତେକ ସ୍ଥାନରେ ଶୀତ ( winter update ) ପ୍ରବାହ ଜାରି ରହିଛି । ଗତକାଲି ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରି ( temperature )  ରେକର୍ଡ କରାଯାଇଛି l ଗତକାଲି ସୁନ୍ଦରଗଡ଼ରେ ୮.୫,କୋରାପୁଟରେ ୯, ଝାରସୁଗୁଡ଼ାରେ ୯.୬, ଫୁଲବାଣୀରେ ୧୦.୫, ରାଣିତାଲରେ ୧୦.୫, ସିମିଳିଗୁଡ଼ାରେ ୧୦.୭, ଜି ଉଦୟଗିରିରେ ୮.୬, ରାଉରକେଲାରେ ୮.୯, କେନ୍ଦୁଝରଗଡ଼ରେ ୧୧.୪, ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ରହିଥିବା ରେକର୍ଡ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ସୂଚନା ଦେଇଛି ।

ବିଭାଗ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, କୋ‌ରାପୁଟ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ( foggy ) ପଡ଼ିବାକୁ ଥିବାରୁ ପାଣିପାଗ ବିଭାଗ ଦ୍ୱାରା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।

ଆଜି ଅର୍ଥାତ ୧୬ ତାରିଖ ସକାଳ ସମୟରେ ମଧ୍ୟ କେତେକ ସ୍ଥାନରେ କୁହୁଡ଼ି ପଡ଼ିପାରେ । ବରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ବିଭାଗ ଆକଳନ ଅନୁଯାୟୀ ଦିନକ ପରେ ବଦଳିବ ପାଗ । ମଙ୍ଗଳବାର ଠାରୁ ଅର୍ଥାତ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ଜିଲ୍ଲା ମାନଙ୍କରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ରାଜ୍ୟର ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି  l ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଗତକାଲି ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା l କିଛି ଅଞ୍ଚଳରେ ଶୀତ ( cold wave ) ଅନୁଭୂତ ହେବ ବୋଲି କୁହାଯାଇଥିଲା । ଗତକାଲି ଠାରୁ ଅର୍ଥାତ  ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବ ଏବଂ ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ଜାରି କରାଯାଇଛି । ତେବେ ୧୭ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ଯେଉଁଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments