News

ଦେଶକୁ ଆତ୍ମନିର୍ଭର ହେବା ପାଇଁ ତୈଳବୀଜ ଉତ୍ପାଦନ ଉପରେ ଗଡକରୀଙ୍କ ଗୁରୁତ୍ବ

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମେ ଖାଇବା ତେଲର ଆମଦାନୀ 1.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ । ଆମଦାନୀ ତୈଳ ଉପରେ ନିର୍ଭରଶୀଳ ନହୋଇ କୃଷି ଆୟ ବୃଦ୍ଧି ଏବଂ ଦେଶକୁ ଆତ୍ମନିର୍ଭର କରିବା ପାଇଁ ତୈଳବୀଜ ଉତ୍ପାଦନ ଆଡକୁ ବଢିବାକୁ ହେବ ।

03 September, 2022 5:27 PM IST By: Shuvanshu Kar

ଖାଇବା ତେଲ ଆମଦାନୀ(edible oil imports) ହ୍ରାସ କରିବା ଓ ଦେଶକୁ ଆତ୍ମନିର୍ଭର କରିବା ପାଇଁ କୃଷି କ୍ଷେତ୍ରରେ ତୈଳବୀଜ ଉତ୍ପାଦନ(oilseed production) ଲାଗି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମେ ଖାଇବା ତେଲର ଆମଦାନୀ 1.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ । ଆମଦାନୀ ତୈଳ ଉପରେ ନିର୍ଭରଶୀଳ ନହୋଇ କୃଷି ଆୟ ବୃଦ୍ଧି ଏବଂ ଦେଶକୁ ଆତ୍ମନିର୍ଭର କରିବା ପାଇଁ ତୈଳବୀଜ ଉତ୍ପାଦନ(oilseed production) ଆଡକୁ ବଢିବାକୁ ହେବ ।

ଚାଉଳ, ଗହମ, ଚିନି ଭଳି ଉତ୍ପାଦ କ୍ରମାଗତ କମ ମୂଲ୍ୟ ମିଳୁଥିବାରୁ ତୈଳବୀଜ ଉତ୍ପାଦନ ଉପରେ ଗୁରୁତତ୍ବ ଦେବାକୁ ଗଡକରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଉତ୍ପାଦର ମୂଲ୍ୟ ବିଶ୍ବ ସ୍ଥିତି ଉପରେ ନିର୍ଭର କରିଥାଏ । ଯଦି ଅଷ୍ଟେଲିଆ ଗହମ କିଲୋଗ୍ରାମ ପିଛା 6.50 ଟଙ୍କା ବିକ୍ରି କରାଯାଉଛି, ତେବେ ଭାରତୀୟ ଗହମ ପାଇଁ ଗ୍ରାହକ ଖୋଜିବା କଷ୍ଟକର ହୋଇପଡିବ ବୋଲି ଗଡକରୀ ଦାବି କରିଛନ୍ତି ।

ଦାରିଦ୍ର୍ୟତା ଓ ବେରୋଜଗାରୀକୁ ସମାପ୍ତ କରିବା ପାଇଁ କୃଷି ବିକାଶ ଦର ବର୍ତ୍ତମାନ 12 ପ୍ରତିଶତ ତୁଳନାରେ 20 ପ୍ରତିଶତ ହେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ ।

ନିକଟରେ କୃଷି ବିଦ୍ୟୁତ କ୍ଷେତ୍ରକୁ ନେଇ ବଡ ବୟାନ ଦେଇଥିଲେ ଗଡକରୀ ।ଶକ୍ତି ଅଭାବର ସାମ୍ନା କରୁଥିବା ଭାରତକୁ ନିଜ କୃଷି କ୍ଷେତ୍ରର ବିବିଧିକରଣ ମଧ୍ୟ ଉର୍ଜା ଓ ବିଦ୍ୟୁତ କ୍ଷେତ୍ରରେ କରିବାକୁପଡିବ ବୋଲି କହିଥିଲେ ନିତିନ । ସେହିପରି ବିକଳ୍ପ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଅନୁରୋଧ କରି ଗଡକରୀ କହିଛନ୍ତି ଯେ ଭବିଷ୍ୟୋନ୍ମୁଖ ଔଦଗିକ ସହାୟତାରେ କୃଷି କ୍ଷେତ୍ରର ବିବିଧିକରଣ କରାଯାଇପାରିବ । ଅନ୍ୟପକ୍ଷେ ଇଥାନଲ ଉତ୍ପାଦଦନ ଉପରେ ଜୋର ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଗଡକରୀ କହିଥିଲେ, ଚିନିର ଅଧିକ ଉତ୍ପାଦନ ଅର୍ଥନୀତି ପାଇଁ ଏକ ସମସ୍ୟା । ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ପାଇଁ ଆମେ ବର୍ଷକୁ 15 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ । ତେଣୁ ଶକ୍ତି ଏବଂ ଶକ୍ତି କ୍ଷେତ୍ର ପ୍ରତି କୃଷିକୁ ବିବିଧିକରଣ କରିବା ଆବଶ୍ୟକ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି 27 ଅଗଷ୍ଟରେ ମୁମ୍ବାଇରେ ଜାତୀୟ ସହ-ଉତ୍ପାଦନ ପୁରସ୍କାର 2022ର ପୁରସ୍କାର ବିତରଣ ଉତ୍ସବରେ ସମ୍ବୋଧିତ କରିବାବେଳେ ଏହି କଥା କହିଥିଲେ।

କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ

ନୀତିନ ଗଡକରୀଙ୍କୁ କଣ ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା ? ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)