1. କୃଷି ଖବର

ଗୋବର ରୁ ତିଆରି ସାବୁନ

ଗୋବର ରୁ ତିଆରି ସାବୁନ

KJ Staff
KJ Staff

କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଖଦି ଓ ଗ୍ରାମାଞ୍ଚଳ କମିଶନ (କେ.ଭି ଏଇ ସି.)ଦ୍ୱାରା ପ୍ରସ୍ତୁତ ବାଉଁଶ ପାଣି ବୋତଲ ଏବଂ ଗୋବର ରୁ ତିଆରି ସାବୁନ କୁ ପ୍ରଥମ ଥର ଲାଗି ଉନ୍ମୋଚନ କରିଛନ୍ତି |ଗାନ୍ଧୀ ଜୟନ୍ତୀ ପୂର୍ବରୁ ଅକ୍ଟୋବର ୧ ରେ ଜୈବିକ ଚାଷ ଏବଂ ତାର ଉପାଦେୟତା କୁ ପ୍ରୋତ୍ସାହନ ଦେଇ ଏହାର ଉନ୍ମୋଚନ କରିଥିବାର ମତ ଦେଇଛନ୍ତି |
ଶ୍ରୀଯୁକ୍ତ ଗଡ଼କରୀ ଏହିପରି ଉଦ୍ୟୋଗ ମାନଙ୍କୁ ଆଗକୁ ଆସି ନିଜର ଉତ୍ପାଦିତ ସାମଗ୍ରୀ ଦ୍ୱାରା ଜାତୀୟ ସ୍ଟକ ଏକ୍ସଚେଞ୍ଜ ରେ ସାମିଲ ହେବାକୁ ଉତ୍ସାହିତ କରିଛନ୍ତି |

କେନ୍ଦ୍ର ସରକାର ଏକ ସ୍କିମ ଶୁଭାରମ୍ଭ କରିଛନ୍ତି ଯାହା ଏହିପରି ଉଦ୍ୟୋଗ ମାନଙ୍କୁ ମୂଳ ଧନ ର ଶତକଡା ୧୦ ଭାଗ ର ଧାନ ରାଶି ପ୍ରଦାନ କରିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି |
କେ.ଭି.ଆଇ.ସି ଆଗାମୀ ୨ ବର୍ଷ ମଧ୍ୟ ରେ ହାରାହାରି ୧୦୦୦୦ କୋଟି ର ଲାଭ କରିବ ସାଙ୍ଗରେ ଦେଶରେ ନିଯୁକ୍ତି ର ନୂଆ ରାସ୍ତା ଦେଖାଇବ ବୋଲି ସେ ବିଶ୍ୱାସ ରଖିଛନ୍ତି |

ଅଧିକ ରୁ ଅଧିକ ଲୋକ ଜୈବିକ ଉତ୍ପାଦ କୁ ଭଲପାଉଥିଲା ବେଳେ କେ.ଭି .ଆଇ ସି ଉତ୍ପାଦିତ ସାମଗ୍ରୀ କୁ ଆପଣାଉଛନ୍ତି ଫଳରେ ବଜାରରେ ଏହାର ଚାହିଦା ବେଶ ଅଧିକ ରହିଛି |ଏହାର ଚାହିଦା ବଢିବା ସାଙ୍ଗରେ ଉଦ୍ୟୋଗ ର ଉନ୍ନତି ଲାଗି ଅଧିକ ଶିକ୍ଷିତ କର୍ମଚାରୀ ଏବଂ ଉନ୍ନତ ମାନର ଉତ୍ପାଦ ପ୍ରଣାଳୀ ର ଆବଶ୍ୟକତା ରହିଛି ପହଲରେ ମହାତ୍ମା ଗାନ୍ଧୀ ଙ୍କ ସ୍ବପ୍ନ ସାକାର ହୋଇପାରିବ |
ବାଉଁଶ ରେ ତିଆରି ହୋଇଥିବା ବୋତଲ ର ଦର ବଜାରରେ ୫୬୦ ଟଙ୍କା ରହିଥିଲା ବେଳେ ଗୋବର ରେ ତିଆରି ୧୨୫ ଗ୍ରାମ ର ସାବୁନ ର ଦର ୧୨୫ ଟଙ୍କା ରହିଛି |ବୋତଲ ର କାପାସିଟି ୭୦୦ ରୁ ୯୦୦ ମି.ଲି ରହିଛି ଏବଂ ଏହା ସହ ଶ୍ରୀଯୁକ୍ତ ଗଡ଼କରୀ ମହିଳା ମାନଙ୍କ ଲାଗି ଏକ ଖୁବ କାମ ଟଙ୍କା ରେ ମିଳୁଥିବା ସାନିଟାରୀ ନ୍ୟାପକିନ ର ମଧ୍ୟ ଉନ୍ମୋଚନ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments