1. କୃଷି ଖବର

ନାହାଁନ୍ତି ସରକାରୀ ମତ୍ସ୍ୟ ଅଧିକାରୀ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ବାଟବଣା

ଭଦ୍ରକ : ଚଳିତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା । ଉଦ୍ଦେଶ୍ୟ ହେଉଛି ମତ୍ସ୍ୟ ଚାଷକୁ ଉତ୍ସାହିତ କରିବା ସହ ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ । ସେହିପରି ରାଜ୍ୟ ସରକାରଙ୍କର ମଧ୍ୟ ମତ୍ସ୍ୟ ପୋଖରୀ ଯୋଜନା ରହିଛି । ବିଡମ୍ବନାର କଥା ହେଉଛି ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସଂଖ୍ୟକ କର୍ମଚାରୀଙ୍କର ଆବଶ୍ୟକତା ରହିଛି, ସେହି ପରିମାଣରେ କର୍ମଚାରୀ ନାହାଁନ୍ତି ।

KJ Staff
KJ Staff

ଭଦ୍ରକ : ଚଳିତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା । ଉଦ୍ଦେଶ୍ୟ ହେଉଛି ମତ୍ସ୍ୟ ଚାଷକୁ ଉତ୍ସାହିତ କରିବା ସହ ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ । ସେହିପରି ରାଜ୍ୟ ସରକାରଙ୍କର ମଧ୍ୟ ମତ୍ସ୍ୟ ପୋଖରୀ ଯୋଜନା ରହିଛି । ବିଡମ୍ବନାର କଥା ହେଉଛି ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସଂଖ୍ୟକ କର୍ମଚାରୀଙ୍କର ଆବଶ୍ୟକତା ରହିଛି, ସେହି ପରିମାଣରେ କର୍ମଚାରୀ ନାହାଁନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ମତ୍ସ୍ୟ ବିଭାଗରେ ବହୁ କର୍ମଚାରୀ ପଦବୀ ଫାଙ୍କା ପଡିଛି । ପ୍ରତି ବ୍ଲକ୍‌ରେ ଜଣେ ଲେଖାଏଁ ସହକାରୀ ମତ୍ସ୍ୟ ଅଧିକାରୀ ଓ ଜଣେ କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ରହିବାର ନିୟମ ଥିବାବେଳେ କେତେକ ବ୍ଲକ୍‌ରେ ଦୁଇ ଜଣଙ୍କ ମଧ୍ୟରୁ କେହି ମଧ୍ୟ ନାହାଁନ୍ତି । ତିହିଡି, ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗର ବ୍ଲକ୍‌ରେ ସହକାରୀ ମତ୍ସ୍ୟ ଅଧିକାରୀ ନାହାଁନ୍ତି । ସେହିପରି ବନ୍ତ ବ୍ଲକ୍‌ରେ ଜଣେ ଅଧିକାରୀ ଥିବାବେଳେ ତାଙ୍କର ପଦୋନ୍ନତି ହୋଇଯାଇଥିବାରୁ ଏହି ବ୍ଲକ୍‌ରେ ମଧ୍ୟ ପଦବୀ ଫାଙ୍କା ପଡିବା ନିଶ୍ଚିତ ହୋଇଯାଇଛି ।

ସେହିପରି ତିହିଡି ବ୍ଲକ୍ ଦାୟିତ୍ୱରେ ଭଦ୍ରକ ବ୍ଲକ୍ ଏଏଫ୍‌ଓ ରହିଛନ୍ତି । ନିଜ ବ୍ଲକ୍ କାର୍ଯ୍ୟ ବୁଝିବା ପରେ ତିହିଡି ବ୍ଲକ୍‌ର ଦାୟିତ୍ୱ ବୁଝିବାକୁ ହେଉଛି । ଫଳତଃ ସେ ଅଧିକାଂଶ ସେ ତିହିଡିରେ ଅନୁପସ୍ଥିତ ରହିବା ସ୍ୱାଭାବିକ ଘଟଣା । ସେହିପରି ଧାମନଗର ବ୍ଲକ୍‌ର ମଧ୍ୟ ଅନୁରୂପ ପରିସ୍ଥିତି । ସଂପ୍ରତି ବାଇଓଫ୍ଲେକ ମାଛ ଚାଷ ପାଇଁ ସରକାର ରିହାତି ପ୍ରଦାନ କରୁଛନ୍ତି । ଦେଢଲକ୍ଷ ଟଙ୍କାରେ ୪୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି । ମତ୍ସ୍ୟ ପୋଖରୀରେ ୪୦ ରୁ ୫୦ ପ୍ରତିଶତ ରିହାତି ରହିଛି । ଚାଷୀ ଏ ସଂପର୍କରେ ବୁଝିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ଆସିଲେ ଫିସେରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ମୁଁ ବାଇଓଫ୍ଲୋକ ମାଛ ଚାଷ ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ବି କେଉଁଠୁ ଓ କାହାଠାରୁ ଦିଗଦର୍ଶନ ପାଇବି, ତାହା ଜାଣିପାରୁନି ବୋଲି ଅଭିଯୋଗ କରିଛନ୍ତି ତିହିଡିର ଜନୈକ ଆଶାୟୀ ମାଛଚାଷୀ ଅଶୋକ କୁମାର ମଲିକ । ଏପରି ପରିସ୍ଥିତିରେ ଲୋକେ ନିଜ ତରଫରୁ ଆଗ୍ରହ ପ୍ରକାଶ କଲେ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଖୋଜିବାକୁ ପଡୁଛି । ଏପରି ପରିସ୍ଥିତିରେ ମତ୍ସ୍ୟ ଅଧିକାରୀ ଲୋକଙ୍କୁ ମତ୍ସ୍ୟ ଚାଷ କରିବା ପାଇଁ ବୁଝାଇବା ସଂପର୍କରେ ଆଶା କରିବା ଦିବା ସ୍ୱପ୍ନ ଛଡା କିଛି ନୁହେଁ ବୋଲି ମତ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଗୁଡିକୁ ସଫଳ ରୂପ।।ୟନ ଉଦ୍ଦେଶ୍ୟରେ ମତ୍ସ୍ୟ ବିଭାଗରେ ସମସ୍ତ ପଦବୀ ପୂରଣ କରାଯାଉ ବୋଲି ଦାବି ହେଉଛି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments