News

OAS EXAM:ଏଣିକି ଓଡ଼ିଆରେ OAS ପରୀକ୍ଷା

ଏବେ ଆସିଲା ଖୁସି ଖବର । ଏଣିକି ଓଡ଼ିଆ ଭାଷାରେ ଦେଇ ହେବ OAS ପରୀକ୍ଷା ।

22 September, 2022 3:08 PM IST By: Sudesna Nayak

ଏବେ ଆସିଲା ଖୁସି ଖବର (GOOD NEWS)। ଏଣିକି ଓଡ଼ିଆ ଭାଷା (odia language) ରେ ଦେଇ ହେବ OAS ପରୀକ୍ଷା

ସୂଚନା ଅନୁଯାୟୀ, ପ୍ରିଲିମ୍, ମେନ ଓ ଇଣ୍ଟରଭିୟୁ (interview questions)ମଧ୍ଯ ଓଡ଼ିଆ (odia)ରେ ହେବ । ପ୍ରଶ୍ନ ଉଭୟ ଓଡିଆ (odia)ଏବଂ ଇଂରାଜୀ (English) ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀମାନେ ଯେଉଁ ଭାଷାରେ ଚାହିଁବେ ଉଭୟ ଓଡିଆ (odia)କିମ୍ବା ଇଂରାଜୀ (English) ଭାଷାରେ ପରୀକ୍ଷା (EXAM) ଦେଇପାରିବେ ।

କହିବାକୁ ଗଲେ, ପରୀକ୍ଷାର୍ଥୀମାନେ ନିଜ ସୁବିଧା ଅନୁଯାୟୀ ହିଁ ଇଂରାଜୀ (English) ନହେଲେ ଓଡ଼ିଆ ଭାଷା (odia language)ରେ ଲେଖିପାରିବେ । ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଚିଠି ଲେଖାଯାଇ ହିଁ ଅବଗତ କରାଯାଇଛି ।

ପ୍ରକାଶ ଥାଉ ଯେ, ଏବେ ଓଡ଼ିଆ ଭାଷା (odia language)ରେ ହେବ OAS ପରୀକ୍ଷା । ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଏବେ ଇଂରାଜୀ ଭାଷା (English language) ସାଜିବ ନାହିଁ ବାଧକ । ଯାହା ଫଳରେ ବର୍ତ୍ତମାନ ଓଏଏସ୍‌ ପରୀକ୍ଷା (OAS EXAM) ଦେବାକୁ ବହୁ ପିଲାମାନେ ଆଗ୍ରହୀ ହେବେ ବୋଲି ଜଣାପଡିଛି ।

ଆଜିଠୁ ରାଜ୍ୟରେ କମିବ ବର୍ଷା

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ : ନାମ୍ବିଆରୁ ଭାରତକୁ ଆସିଲା ୮ଟି ଚିତା ବାଘ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)