1. କୃଷି ଖବର

ଆଜିଠୁ ରାଜ୍ୟରେ କମିବ ବର୍ଷା

ଆଜି ଗୁରୁବାର ଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ । କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି ।

Sudesna Nayak
Sudesna Nayak
weather update in odisha monsoon update rain in odisha

weather update in odisha monsoon update rain in odisha

ଆଜି ଗୁରୁବାର (Thursday)ଠୁ କମିବ ରାଜ୍ୟରେ ଲଘୁଚାପ (low pressure)ପ୍ରଭାବ । କମିବ ବର୍ଷା (Rain)ର ପରିମାଣ ଏବଂ ବିସ୍ତୃତି ।

ସୂଚନା ଅନୁଯାୟୀ,ଆଜି ଗୁରୁବାର (Thursday)ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା, ଜଗତ୍‌ସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲାରେ ପ୍ରବଳ ବର୍ଷା (Rain)ହୋଇପାରେ । ଉପକୂଳ ଓଡ଼ିଶା (odisha)ର ବାକି ଜିଲ୍ଲା ସମେତ ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶା (odisha)ର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା (Rain)ହେବ ।

କହିବାକୁ ଗଲେ, ସେପ୍ଟମ୍ବର ୨୩, ସେପ୍ଟମ୍ବର ୨୪ ଓ ସେପ୍ଟମ୍ବର ୨୫ ପାଗ ଶୁଖିଲା ରହିବ । ସେହିପରି ବୁଧବାର (Wednesday)ଚାନ୍ଦବାଲି ଓ ଭୁବନେଶ୍ୱର (Bhubaneswar)ରେ ପ୍ରବଳ ବର୍ଷା (Rain) ହୋଇଛି ।

ଏଯାଏଁ ରାଜ୍ୟରେ 5 ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ 25 ଜିଲ୍ଲାରେ ସ୍ୱାଭାବିକ ବର୍ଷା (Rain)ରେକର୍ଡ କରାଯାଇଛି ।

ପ୍ରକାଶ ଥାଉ ଯେ, ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ (monsoon) ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 10 ସୁଦ୍ଧା ଓଡିଶା (odisha)ରୁ ମୌସୁମୀ (monsoon) ଫେରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଲଘୁଚାପ ପ୍ରଭାବରେ ଆଜିଠୁ ପ୍ରବଳ ବର୍ଷା:୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ସୃଷ୍ଟି ହେଲା ଲଘୁଚାପ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments