1. କୃଷି ଖବର

ଲଘୁଚାପ ପ୍ରଭାବରେ ଆଜିଠୁ ପ୍ରବଳ ବର୍ଷା:୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆହୁରି ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ 2ଦିନ ପ୍ରବଳ ବର୍ଷା ହେବ । ଆଜି 9 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Sudesna Nayak
Sudesna Nayak
weather update heavy rainfall in odisha from today yellow warning

weather update heavy rainfall in odisha from today yellow warning

ଆହୁରି ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ (low pressure)। ଏହାର ପ୍ରଭାବରେ 2ଦିନ ପ୍ରବଳ ବର୍ଷା (Rain)ହେବ । ଆଜି 9 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ହେବ ବୋଲି ଅରେଞ୍ଜ ୱାର୍ଣ୍ଣିଂ (orange warning)ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday)ସମ୍ବଲପୁର ଜିଲ୍ଲା, ସୋନପୁର, ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଦେବଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି ।

ଆଜି ମଙ୍ଗଳବାର (Tuesday)ସକାଳୁ ମଧ୍ୟ ରାଜଧାନୀ ଭୁବନେଶ୍ୱର (Bhubaneswar)ସମେତ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିଛି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (low pressure) କ୍ଷେତ୍ର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଲାଗି ରହିଛି ଝିପି ଝିପି ବର୍ଷା (Rain) ।

ପ୍ରକାଶ ଥାଉ ଯେ, ସେପଟେ ବିପଦ ଏଡାଇବାକୁ ହୀରାକୁଦ (Hirakud)ର 6ଟି ଗେଟ୍ ଖୋଲିଛି । ଗତକାଲି ଦୁଇଟି ପର୍ଯ୍ୟାୟରେ 6ଟି ଗେଟ୍ ଖୋଲିଛି । ଜଳଭଣ୍ଡାର ଖାଲି କରିବା ପାଇଁ ଆଜି ମଙ୍ଗଳବାର (Tuesday) ଆହୁରି ଗେଟ୍ ମଧ୍ଯ ଖୋଲିପାରେ ।

ସୃଷ୍ଟି ହେଲା ଲଘୁଚାପ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୧୮ ଓ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments