1. କୃଷି ଖବର

କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ଓଡ଼ିଶା କୃଷିର ରାଜିନାମା

ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସହିତ ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ଯାହା ୮୦୦ ଏଏଫପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ ।

Tanushree Mahapatra
Tanushree Mahapatra
Odisha Agriculture Agreement for Market Facilitation of Agricultural product

Odisha Agriculture Agreement for Market Facilitation of Agricultural product

ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସହିତ ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ଯାହା ୮୦୦ ଏଏଫପିଓ  ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ  ଏବଂ ହାଇଦ୍ରାବାଦ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି ସେମି-ଆରିଡ୍ ଟ୍ରପିକ୍ସ ସହିତ ଚୁକ୍ତିନାମା ସ୍ୱାକ୍ଷର ହୋପିଛି ଯାହା ଚାଷୀଙ୍କୁ ଜସହଜ୍ୟ କରିବା ନିଜ କୃଷିଜାତ ଦ୍ରବ୍ୟ ବଜାରରେ ବିକ୍ରି କରିବା ପାଇଁ  ।

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଢାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଦୁଇ ସଂସ୍ଥା ମଧ୍ୟରେ ।

ଏହି ଚୁକ୍ତିନାମା କାର୍ଯ୍ୟକ୍ରମରେ ଓଏସଏଏମ ବୋର୍ଡର ସମ୍ମିଳନୀ କକ୍ଷରେ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶୁଭ୍ରା ମହାନ୍ତି, ଓଏସ୍ଏଏମ୍ ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ର, ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜୟ କର, ଆଇସିଆରଆଇଏସଏଟିର ସିଇଓ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ଚଢା କହିଥିଲେ ଯେ ଓଡିଶାର ଫଳ ଏବଂ ପନିପରିବା କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି ଯାହା କୃଷକ ସ୍ତରରେ ଉତ୍ପାଦନ ଠାରୁ ଆରମ୍ଭ କରି ଗ୍ରାହକ ସ୍ତରରେ ବଜାର ବ୍ୟବସ୍ଥା ସହିତ ଜଡିତ ପ୍ରାୟ ସମସ୍ତ ହିତାଧିକାରୀଙ୍କୁ ପ୍ରଭାବିତ କରେ । ତେବେ ଓଡ଼ିଶାର କୃଷି ବଜାର ଉତ୍ପାଦନରେ ଉଚ୍ଚ ତାରତମ୍ୟ, ସଂରଚନା, ବୈଜ୍ଞାନିକ ଭିତ୍ତିଭୂମିର ଅଭାବ, ବ୍ୟବସ୍ଥିତ ଏବଂ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମିର ଅଭାବ ଏବଂ ମଧ୍ୟସ୍ଥିଙ୍କ ଦ୍ୱାରା ଶୋଷଣକାରୀ ଭୂମିକା ଯାହା ହସ୍ତକ୍ଷେପ ଓ ସମାଧାନ ଆବଶ୍ୟକ କରେ । ଏବେ ଏହା ଏକ ସ୍ଥାୟୀ ସମାଧାନ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ବ୍ୟବସାୟୀଙ୍କୁ ପ୍ଲାଟଫର୍ମକୁ ଆଣିବା ଆବଶ୍ୟକ କରେ l  ଯାହା କ୍ଷୁଦ୍ର ଚାଷୀଙ୍କୁ ଲାଭ ଦେବା ପାଇଁ ବୈଷୟିକ ହସ୍ତକ୍ଷେପ ମାଧ୍ୟମରେ ପ୍ରମୁଖ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରେ  ।

ଏହି ସମସ୍ୟାର ସମାଧାନ କରିବା ପାଇଁ ଆଇସିଆରଆଇଏସଏଟି ଏହାର ଅନ୍ୟତମ ସଂସ୍ଥା, ଆନ୍ତର୍ଜାତୀୟ କ୍ରପ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଏଗ୍ରି-ବିଜନେସ୍ ଇନକ୍ୟୁବେଟର ସେମି-ଆରିଡ୍ ଟ୍ରପିକ୍ସ ପକ୍ଷରୁ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ଦୁଇ ସଂସ୍ଥା ମଧ୍ୟରେ । ଆଇସିଆରଆଇଏସଏଟି ହେଉଛି ଏକ ‘ଆନ୍ତର୍ଜାତୀୟ ସଂଗଠନ ଯାହା ମିଳିତ ଜାତିସଂଘର ପିଭିଲେଜେସ୍ ଏବଂ ଇମ୍ୟୁନିଟି ଅଧିନିୟମ -୧୯୭୭ ଅନୁଯାୟୀ ଏବଂ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଗେଜେଟରେ ସୂଚିତ କରାଯାଇଛି । ଯାହା କେନ୍ଦ୍ର କୃଷି ସଂସ୍ଥା ଦ୍ୱାରା ଜଡିତ l

ତେବେ ଏହାର ଲକ୍ଷ୍ୟ ଆରଏମସିଗୁଡିକୁ କାର୍ଯ୍ୟକ୍ଷମ କରିବା, ବଜାର ଲିଙ୍କେଜ୍ ବିକାଶ ଏବଂ ଓଡିଶାରେ ଯୋଗାଣ ଶୃଙ୍ଖଳା ପରିଚାଳନା ସହିତ କୃଷକମାନଙ୍କୁ ସଶକ୍ତିକରଣ ମାଧ୍ୟମରେ କୃଷି ବଜାର ବ୍ୟବସ୍ଥାକୁ ରୂପାନ୍ତର କରିବା  । ଆରଏମସି ଅଞ୍ଚଳରେ ପ୍ରକ୍ରିୟାକରଣ କେନ୍ଦ୍ର ତଥା ପ୍ୟାକେଜିଂ ଗୃହ, ମହିଳାଙ୍କ ନେତୃତ୍ୱରେ ଏସଏଚଜି ଗୁଡ଼ିକର ବଜାର ଲିଙ୍କେଜ୍ ପ୍ରତିଷ୍ଠା କରିବା ।

ତେବେ ଏଥିରେ କରାଯିବାକୁ ଥିବା ପ୍ରମୁଖ କାର୍ଯ୍ୟକଳାପ, ରାଜିନାମାର ଧାରା ଅନୁଯାୟୀ ତାଜା ଉତ୍ପାଦ ପାଇଁ ବଜାର, ବିଭିନ୍ନ ସହରରେ ଖୁଚୁରା ଆଉଟଲେଟ୍ ଏବଂ କ୍ରେତାମାନଙ୍କର ସର୍ବେକ୍ଷଣ, ଚାହିଦା ମୂଲ୍ୟାଙ୍କନ ଉପରେ ଅନୁସନ୍ଧାନ, ଆବଶ୍ୟକତା କ୍ୟାଲେଣ୍ଡର ଅଧ୍ୟୟନ, ପ୍ୟାକେଜିଂ ଆବଶ୍ୟକତା ଏବଂ ମୂଲ୍ୟ ର୍ନିଧାରଣ, ଗ୍ରାହକ ବିଭାଗଗୁଡିକର ଚିହ୍ନଟ ଏବଂ ବିଭିନ୍ନ କ୍ରୟ ଆଚରଣକୁ ଅଗ୍ରାଧିକାର, ଗ୍ରାହକଙ୍କୁ ମୂଲ୍ୟାଙ୍କନ ଏବଂ ବଜାର ସୁଯୋଗ, ବ୍ୟବସାୟ ମ୍ୟାପିଂ, ପାର୍ଥକ୍ୟ ଚିହ୍ନଟ, ଉତ୍ପାଦନକୁ ଡିଜିଟାଲ ଏବଂ ଭୌତିକ ଶୃଙ୍ଖଳିତ କରିବା, କୃଷକ ଏବଂ କ୍ରେତାଙ୍କୁ ଯୋଡିବା ପାଇଁ ବ୍ୟବସାୟିକ ପ୍ରକ୍ରିୟା ଭଳି ଯୋଜନା ରେ ସାମିଲ ହେବେ ଓଡିଶା ଚାଷୀ ଓ ବିଭାଗ । ଯାହା ଓଡିଶା ଚାଷୀଙ୍କ ପାଇଁ ଏକ ଲାଭଦାୟକ ସାବ୍ୟସ୍ତ ହେବ l

ତେବେ ଏହି ଚୁକ୍ତିରେ ପ୍ରକଳ୍ପର ଅବଧି ରାଜିନାମା ଦସ୍ତଖତ ହେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ହେବ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୋଡାଲ୍ ଅଧିକାରୀ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ , ଏଆଇପି-ଆଇସିଆରଆଇଏସଏଟି ସଂଗଠନ କାର୍ଯ୍ୟକରିବା । ସଂଗଠନ ଓଏସଏଏମ ବୋର୍ଡକୁ ପ୍ରକଳ୍ପର ତିନୋଟି ଭିନ୍ନ ପର୍ଯ୍ୟାୟରେ ରିପୋର୍ଟ ଦାଖଲ କରିବା ନେଇ ଚୁକ୍ତିରେ ସୂଚନା ରହିଛି l ପ୍ରକଳ୍ପର ଅଗ୍ରଗତି ସୂଚାଉଥିବା ତୈମାସିକ ରିପୋର୍ଟ ଯାହା ଏପ୍ରିଲ୍ ୨୦୨୬ ରେ ଗୋଟିଏ ଚୂଡ଼ାନ୍ତ ସମାପ୍ତି ରିପୋର୍ଟ ଦେବେ ଯେଉଁଥିରେ ସମସ୍ତ ଟାହ୍ୟା ଉପଲବ୍ଧ ରହିଥିବ ।

ପ୍ରକଳ୍ପର ସଫଳ କାର୍ଯ୍ୟ ସମାପ୍ତ ହେବା ପରେ ଫଳ ଏବଂ ପନିପରିବା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବାକୁ ବୋର୍ଡ ଲକ୍ଷ୍ୟ ରଖିଛି ଯାହା ରାଜ୍ୟର ଚାଷୀଙ୍କୁ ନିଜ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ, ଶେଷରେ ପ୍ରାଥମିକ ଉତ୍ପାଦକଙ୍କୁ ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଚାଷୀମାନଙ୍କୁ ସଶକ୍ତ କରିବ। ଭବିଷ୍ୟତରେ ଏହା କୃଷି ମୂଲ୍ୟ ଶୃଙ୍ଖଳରେ ମଧ୍ୟସ୍ଥିଙ୍କ ଭୂମିକାକୁ ହ୍ରାସ କରିବ ଏବଂ ଦେଶର ଇ- ନାମ ଇକୋସିଷ୍ଟମ ସହିତ ଯୋଡିବ ରାଜ୍ୟକୁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments