1. କୃଷି ଖବର

ଆଗାମୀ ୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ କିଛିଦିନ ହେବ ଲାଗି ରହିଛି ବର୍ଷା l ବର୍ଷା ଯୋଗୁଁ କିଛି ସ୍ଥାନରେ ଗରମରୁ ଅଶ୍ଵସ୍ତି ମିଳିଛି ଲୋକଙ୍କୁ l ତେବେ ଆଗକୁ ଲଘୁଚାପ ହେବାର ସମ୍ଭାବନା ରହିଛି l

Tanushree Mahapatra
Tanushree Mahapatra
Odisha are likely to be affected by thunderstorm for next 3 days

Odisha are likely to be affected by thunderstorm for next 3 days

ରାଜ୍ୟରେ କିଛିଦିନ ହେବ ଲାଗି ରହିଛି ବର୍ଷା l ବର୍ଷା ଯୋଗୁଁ କିଛି ସ୍ଥାନରେ ଗରମରୁ ଅଶ୍ଵସ୍ତି ମିଳିଛି ଲୋକଙ୍କୁ l ତେବେ ଆଗକୁ ଲଘୁଚାପ ହେବାର ସମ୍ଭାବନା ରହିଛି l ଏ ନେଇ ପାଣିପାଗ ସତର୍କ ସୂଚନା ଜାରି କରିଛି l ଅନ୍ୟପଟେ ଏ ନେଇ  ରାଜ୍ୟରେ କିଛି ପ୍ରଭାବ ପଡିବ ନାହିଁ ବୋଲି ମଧ୍ୟ ଆକଳନ କରାଯାଉଛି l 

ତେବେ ଏ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି କେନ୍ଦ୍ର ପକ୍ଷରୁ ୩୦ ତାରିଖ ପାଇଁ ମୋଟ ୧୯ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି  କରାଯାଇଛି l ଅନ୍ୟପଟେ ୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ ମଧ୍ୟ କରାଯାଇଛି ।

ତେବେ ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ବିଜୁଳି ହେବା ସହିତ  ଘଡଘଡି ସହ ସ୍ଥଳ ବିଶେଷରେ ପ୍ରାୟ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ ବୋଲି ସୂଚନା ରହିଛି । ସେହିପରି କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ବିଜୁଳି ହେବା ସହିତ ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି l ତେବେ ଏହି ସମୟରେ ଘରୁ ନ ବାହାରିବା ପାଇଁ କୁହା ଯାଇଛି l  ସେହିପରି ଅନ୍ୟପଟେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଆସନ୍ତା ମେ ୫ ତାରିଖ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ପାଇଁ କାଳବୈଶାଖୀ ହେବ ବୋଲି ଆଶଙ୍କା ରହିଛି ତେବେ ଏଥିରେ ରାଜ୍ୟର କିଛି କ୍ଷତି ହେବ ନାହିଁ । ଆଶଙ୍କା କରାଯାଉଥିବା ଏହି ଲଘୁଚାପ କ୍ଷେତ୍ରଟି ନିର୍ଦ୍ଦିଷ୍ଟ କେଉଁ ଦିନ ସୃଷ୍ଟି ହେବ, ସେ ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏହି ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ଏ ପର୍ଯ୍ୟନ୍ତ ହୋଇନାହିଁ ବୋଲି ଭାରତୀୟ ପାଣିପାଗବିଭାଗ  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏ ନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ ଏହାର ଗତିବିଧି ସ୍ପଷ୍ଟ ସ୍ପଷ୍ଟ ଭାବେ ନିରୀକ୍ଷଣ କରାଯାଇପାରିବ । ବର୍ତ୍ତମାନର ଆକଳନ ଅନୁଯାୟୀ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ପଡ଼ିବ ବୋଲି ସୂଚନା ରହିଛି । କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତଥାପି ମତ୍ସ୍ୟଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ମାଛ ଧରିବା ପାଇଁ ପ୍ରବେଶ ନ କରିବା ଉପରେ ବାରଣ କରାଯାଇଛି । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉପରେ ନିରନ୍ତର ଭାବେ ଦୃଷ୍ଟି ରଖାଯାଇଛି କେନ୍ଦ୍ର ପକ୍ଷରୁ । ତେବେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେଲା ପରେ ହିଁ  ସଠିକ୍‌‌ ଭାବରେ ତଥ୍ୟ ଦିଆଯିବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments